ବଦଳିଲା ବ୍ୟାଟେଲ ଅଫ୍ ଗଲୱାନ ଫିଲ୍ମର ନାମ, ଘୋଷଣା ହେଲା ନୂଆ ନାମ

ବଲିଉଡର ଭାଇଜାନ ସଲମାନ ଖାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ୟାଟେଲ ଅଫ୍ ଗଲୱାନ’ର ନାମ ପରିବର୍ତ୍ତନ ହୋଇଛି । ସଲମାନଙ୍କ ଫିଲ୍ମ ଏବେ ମାତୃଭୂମି : ମେ ୱାର ରେଷ୍ଟ ଇନ୍ ପିସ୍’ ନାମ ରଖାଯାଇଛି । ମେକର୍ସ ଅଫିସିଆଲ ଫିଲ୍ମର ନୂଆ ନାମ ଘୋଷଣା କରିଛନ୍ତି ।

ଫିଲ୍ମରେ ସଲମାନ ଖାନଙ୍କର ବହୁତ ଦମଦାର ନୂଆ ପୋଷ୍ଟର ରିଲିଜ କରି ଫିଲ୍ମର ନାଁ ଘୋଷଣା କରାଯାଇଛି । ଏହି ନୂଆ ଟାଇଟଲରେ ସବୁଠାରୁ ଖାସ୍ କଥା ଏହାର ଟାଗ୍ ଲାଇନ ରହିଛି । ମାତ୍ଭୂମି : ମେ ୱାର ରେଷ୍ଟ ଇନ୍ ପିସ୍’ (ଯୁଦ୍ଧକୁ ଶାନ୍ତି ମିଳୁ) । ଏହାସହିତ ସଲମାନ ବଡ଼ କଥା କହିଛନ୍ତି, ଯାହା କେବଳ ଝଗଡା କଥା ନ କରି, ସମଗ୍ର ଦୁନିଆରେ ଶାନ୍ତିର ଆଶାକୁ ଉଜ୍ଜିବୀତ କରିଛି । ତେବେ ଫିଲ୍ମର ନାମ ଚୀନର ପ୍ରତିକ୍ରିୟାରେ ଅନେକ ଦିନରେ ଚାଲୁଥିବା ବିବାଦକୁ ନେଇ ପରିବର୍ତ୍ତନ କରାଯାଇଛି ।

ସଲମାନଙ୍କ ଏହି ଫିଲ୍ମ ଗଲୱାନା ଘାଟିର ଐତହାସିକ ଘଟଣା ଉପର ଆଧାରିତ । ସୋସିଆଲ ମିଡିଆରେ ଏହାର ଘୋଷଣା ପରେ ଚର୍ଚ୍ଚା ଜୋର୍ ଧରିଛି । ଫିଲ୍ମର ପରିବର୍ତ୍ତନ ନାମକୁ ଫ୍ୟାନ୍ସ ପ୍ରଶଂସା କରିଛନ୍ତି ।

Also Read : ଅଭିଷେକ ଶର୍ମାଙ୍କୁ ଅଟୋଗ୍ରାଫ ମାଗିଲେ ଅକ୍ଷୟ କୁମାର, ଅଭିଷେକ ରଖିଲେ ଏମିତି ଜବାବ