ଧ୍ବଂସ ହୋଇଗଲା ସଲମାନଙ୍କ ‘ଟାଇଗର ୩’ର ସୁଟିଂ ସେଟ୍, ବିନା ସୁଟିଂରେ ମେକର୍ସ ସହିଲେ କୋଟି କୋଟି ଟଙ୍କାର କ୍ଷତି

କ୍ଯାଟ୍ରିନା କୈଫ ଏବଂ ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ଟାଇଗର ୩’ ପାଇଁ କଠିନ ପରିଶ୍ରମ କରୁଛନ୍ତି। କିନ୍ତୁ ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ ଫିଲ୍ମର ସୁଟିଂ ସେଟ୍ ଧ୍ବଂସ ହୋଇଯାଇଛି। ଯାହା ପାଇଁ ମେକର୍ସଙ୍କୁ କୋଟି କୋଟି ଟଙ୍କାର କ୍ଷତି ହୋଇଛି। ଲକଡାଉନ ପୂର୍ବରୁ ସୁଟିଂ ସେଟରେ ଦୁର୍ଘଟଣା ହୋଇଛି। କିନ୍ତୁ ଦ୍ବିତୀୟ ଲହର ସଙ୍କଟ ପରେ ସୁଟିଂକୁ ରୋକ ଲଗାଇଦିଆଯାଇଥିଲା।

ଖବର ମୁତାବକ, ମାର୍ଚ୍ଚ ୨୦୨୧ରେ ‘ଟାଇଗର ୩’ର ଏକ ନୂଆ ସେଟ ପ୍ରସ୍ତୁତ କରାଯାଇଥିଲା। ଯାହାକୁ ତିଆରି କରିବା ପାଇଁ ୨୫୦-୩୦୦ ଶ୍ରମିକ ଲାଗିଥିଲେ। ଲକଡାଉନ ଯୋଗୁଁ ଏହାର ବ୍ଯବହାର ହୋଇପାରିନଥିଲା। ଏବେ ମୁମ୍ବାଇର ବର୍ଷା ଆଜି ଏହି ସେଟକୁ ଧ୍ବଂସ ବିଧ୍ବସଂ କରିଦେଇଛି।

ସଲମାନ ଏବଂ କ୍ଯାଟ୍ରିନାଙ୍କ ଏହି ଫିଲ୍ମରେ ଇମ୍ରାନ ହାସମୀ ନକାରାତ୍ମକ ଭୂମିକାରେ ନଜର ଆସିବେ।

Leave A Reply

Your email address will not be published.