‘ବିଗ୍ ବସ୍ ୧୪’ ସେଟ୍ର ଫଟୋ ହେଲା ଲିକ୍, ସଲମାନଙ୍କ ସହିତ ନଜର ଆସିଲେ ଏହି ଦୁଇ ନୂଆ ପ୍ରତିଯୋଗୀ

‘ବିଗବସ୍ ୧୪’ର ଗ୍ରାଣ୍ଡ ପ୍ରିମିଅରର ପ୍ରାସରଣ ଶନିବାର ରାତି ୯ଟାରୁ ଆରମ୍ଭ ହେବାକୁ ଯାଉଛି। ଗତକାଲିରୁ ସଲମାନ ଏହାର ସୁଟିଂ ମଧ୍ୟ କରୁଛନ୍ତି। ବିଗ୍ବସ ସେଟର ଏକ ଫଟୋ ସଲମାନ ଅପଲୋଡ କରିଛନ୍ତି, ଯେଉଁଥିରେ ସେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି। ଏହି ସମୟରେ ସଲମାନ ବ୍ଲାକ୍ ଲୁକ୍ରେ ନଜର ଆସିଛନ୍ତି।
ଫଟୋରେ ସଲମାନ ନିଜ ଜବରଦସ୍ତ ଅନ୍ଦାଜରେ ପୋଜ୍ ଦେଉଥିବା ନଜର ଆସିଛନ୍ତି। ତା’ ସହିତ ଲେଖିଛନ୍ତି, ‘ ବିଗ୍ବସ୍ ୧୪ରେ ଆସୁଛି ଏହି ଓ୍ଵିକେଣ୍ଡ। ସଲମାନ ଏହି ଫଟୋ ଛଡା ଆଉ ଏକ ଫଟୋ ଲିକ୍ ହୋଇଛି। ଏଥିରେ ସଲମାନଙ୍କ ସହିତ ଅନ୍ୟ ଦୁଇଜଣ ପ୍ରତିଯୋଗୀ ମଧ୍ୟ ନଜର ଆସିଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋରେ ଟିଭି କଳାକାର ରୁବିନା ଦିଲାଏକ ଏବଂ ଅଭିନବ ଶୁକ୍ଲା ମଧ୍ୟ ନଜର ଆସିଛନ୍ତି। ଯେଉଁଥିରେ ରୁବିନା ସଲମାନଙ୍କୁ କିଛି କହୁଥିବାର ନଜର ଆସିଛନ୍ତି। ଖବର ମୁତାବକ, ଶୋରେ ଗୋପୀ ବୋହୂ ଫେମ ଅଭିନେତ୍ରୀ ଜିୟା ମାନେକ ମଧ୍ୟ ସାମିଲ ହେବାରେ ଥିଲେ କିନ୍ତୁ ଶେଷ ସମୟରେ ସେ ଡିଲ ଫାଇନାଲ କରିପାରିଲେ ନାହିଁ। ତେଣୁ ଚ୍ୟାନେଲ ଶେଷ ସମୟରେ ରୁବିନା ଏବଂ ଅଭିନବ ସହିତ କଣ୍ଟାକ୍ଟ କରିଥିଲେ, ଯେଉଁଥିରେ ସେମାନେ ହଁ ଭରିଥିଲେ। ବିଗବସ୍ ୧୪ରେ ଏଥର ଜସ୍ମିନ ଭାସିନ, ନିଶିକାନ୍ତ ସିଂହ ମଲକାନୀ, ରାହୁଲ ବୈଦ, ନିକି ତମ୍ବୋଲୀ, ପବିତ୍ର ପୁନିୟା ଇତ୍ୟାଦି ନଜର ଆସିବେ। ଏହାଛଡାପୂର୍ବ ସିଜିନ ଲୋକପ୍ରିୟ ପ୍ରତିଯୋଗୀ ହିନା ଖାନ, ଗୌହ୍ଵର ଖାନ, ସିଦ୍ଧାର୍ଥ ଶୁକ୍ଲା ଦୁଇ ସପ୍ତାହ ପାଇଁ ବିଗ୍ବସ୍ ହାଉସରେ ରହିବେ।