ଜୀବନ ଓ ମୃତ୍ୟୁ ସହ ଲଢୁଥିବା ଏହି ଅଭିନେତାଙ୍କୁ ସହାୟତା କଲେ ଭାଇଜାନ, ଉଠାଇଲେ ସମସ୍ତ ଚିକିତ୍ସା ଖର୍ଚ୍ଚ

ଫିଲ୍ମ ‘ମେହେନ୍ଦୀ’ ରେ ରାଣୀ ମୁଖାର୍ଜୀଙ୍କ ସ୍ୱାମୀ ଭୂମିକାରେ ନଜର ଆସିଥିବା ଅଭିନେତା ଫରାଜ ଖାନ ଗତ କିଛିଦିନ ହେଲାଣି ବେଙ୍ଗାଲୁରର ଏକ ଘରୋଇ ହସପିଟାଲରେ ଜୀବନ ଓ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ନିକଟରେ ତାଙ୍କର ଚିକତ୍ସା ପାଇଁ ଫରାଜଙ୍କ ପରିବାର ଲୋକ ଅନଲାଇନ ଫଣ୍ଡର ଡିମାଣ୍ଡ କରିଥିଲେ।

ଖବର ମୁତାବକ, ଗତ କିଛିଦିନ ହେଲାଣି ମସ୍ତିସ୍କ ସଂକ୍ରମଣ ଓ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଭାଇଜାନ୍ ସଲ୍ମାନ୍ ଖାନ୍ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେ ଫରାଜ୍ଙ୍କର ହସ୍ପିଟାଲ୍ର ସମସ୍ତ ବିଲ୍ ପୈଠ କରିଥିବା ଜଣାପଡ଼ିଛି।

ଏନେଇ ହାସ୍ୟାଭିନେତା କ୍ରିଷ୍ଣା ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କାଶ୍ମୀରା ଶାହ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। କାଶ୍ମୀରା ନିଜ ପୋଷ୍ଟରେ ଲେଖିଛନ୍ତି, ଆପଣ ମହାନ ସାର୍। ଫରାଜ୍ଙ୍କ ସେବା ଯତ୍ନ କରିବା ତଥା ହସ୍ପିଟାଲ୍ ବିଲ୍ ପୈଠ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ଆପଣ ସବୁବେଳେ ଅସୁବିଧାରେ ପଡ଼ିଥିବା ଲୋକଙ୍କ ସହ ଠିଆ ହେବା ସହ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଏଥିପାଇଁ ମୁଁ ସବୁବେଳେ ଆପଣଙ୍କ ଜଣେ ବଡ଼ ପ୍ରଶଂସକ ହୋଇରହିବି।

ସୂଚନାଯୋଗ୍ୟ, ୯୦ ଦଶକର ଅଭିନେତା ଫରାଜ ଖାନ ବଲିଉଡରେ ଜଣେ ଲୋକପ୍ରିୟ କଳାକାର। ଜଣାଶୁଣା ଅଭିନେତା ୟୁସୁଫ ଖାନଙ୍କ ପୁଅ ହେଉଛି ଫରାଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.