ଖୁବଶୀଘ୍ର ଖୁସି ଖବର ଦେବେ ବରୁଣ ! ବିଗ୍‌ବସ୍‌ ୧୬ ସେଟରେ ସଲମାନ ଦେଲେ ସଂକେତ

ପୁଣି ଆଉ ଜଣେ ବଲିଉଡ ସେଲିବ୍ରିଟି ଖୁସି ଖବର ଦେବାକୁ ଯାଉଛନ୍ତି। ରଣବୀର-ଆଲିଆ, ବିପାଶ-କରନ, ସୋନମ-ଆନନ୍ଦଙ୍କ ପରେ ବରୁଣ-ନତାଶା ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଆଉ ଏକଥା ବଲିଉଡର ଦବଙ୍ଗ ଖାନ ସଲମାନ ବିଗ୍‌ବସ୍‌ ୧୬ ସେଟରେ କହିଛନ୍ତି। ବିଗବସ୍‌-୧୬କୁ ବରୁଣ ଏବଂ କ୍ରିତି ଅପକମିଂ ଫିଲ୍ମ ‘ଭେଡିୟା’ର ପ୍ରମୋସନ ପାଇଁ ଆସିଥିଲେ। ଏଠାରେ ଏକ ଗେମରେ ଏହା ଖୁଲାସା ହୋଇଥିଲା। ସଲମାନ ହସ ମାଜକରେ ବରୁଣ ଫ୍ୟାନ୍ସଙ୍କୁ ସଂକେତ ଦେଇଥିଲେ। ଆଗାମୀ କିଛିଦିନ ପରେ ବରୁଣ ମଧ୍ୟ ବାପା ହେବାକୁ ଯାଉଛନ୍ତି ବୋଲି ସଲମାନ କହିଥିଲେ ।

ଓ୍ଵିକେଣ୍ଡ ବାରେ ବଲିଉଡ ଷ୍ଟୋର ବରୁଣ ଧଓ୍ଵନ ଏବଂ କ୍ରିତି ସାନନ ଫିଲ୍ମ ‘ଭେଡିୟା’ର ପ୍ରମୋସନ କରିବା ପାଇଁ ଆସିଥିଲେ। ଏହି ସମୟରେ ବରୁଣ ଏବଂ କ୍ରିତି ସଲମାନଙ୍କ ସହିତ ମସ୍ତି କରିବା ସହିତ ଗେମ୍‌ ଖେଳିଥିଲେ। ବରୁଣ ବିଗବସ୍‌ ସେଟକୁ ଫିଲ୍ମର ପ୍ରମୋସନ କରିବା ପାଇଁ ଆସିଥିଲେ। ଏହି ସମୟରେ ସଲମାନ ବରୁଣଙ୍କ ହାତରେ ଏକ ଖେଳନା ଦେଇ ଧରିବା ପାଇଁ କହିଥିଲେ। ଏହାପରେ ବରୁଣ କହିଥିଲେ, ‘ଭାଇ ଏହାକୁ ନେଇ କ’ଣ କରିବି ’ ।

ତେବେ ସଲମାନ କହୁଛନ୍ତି, ଏହି ଖେଳନା ନିଜ ପିଲା ପାଇଁ ରଖିଦେବ। ବରୁଣ ହସି କହିଥିଲେ ମୋର ଏବେ ପିଲା ହୋଇନି। ଏହି କଥାରେ ସଲମାନ କହିଛନ୍ତି, ହେଇନି ଖୁବଶୀଘ୍ର ହେବ। ଯେତେବେଳେ ଆସିବ, ସେତେବେଳେ ଖେଳିବ। ଏହା ଶୁଣିବା ପରେ ବରୁଣ ହସିବାକୁ ଲାଗିଛନ୍ତି। ତେବେ ସଲମାନଙ୍କ ଏପରି କଥାରେ ଆଉ ବରୁଣଙ୍କ ପ୍ରତିକ୍ରିୟା ଦେଖି ଫ୍ୟାନ୍ସ ଭାବୁଛନ୍ତି, ହୁଏତ ଖୁବଶୀଘ୍ର ବରୁଣ ବାପା ହେବାକୁ ଯାଉଛନ୍ତି।

 

View this post on Instagram

 

A post shared by ColorsTV (@colorstv)

ସୂଚନାଯୋଗ୍ୟ, ନିକଟରେ ଆଲିଆ- ରଣବୀର, ବିପାଶା- କରନ, ଗୁରୁମିତ-ଦେବିନା ପିତାମାତା ହୋଇଛନ୍ତି। ବରୁଣ ମଧ୍ୟ ୨ ବର୍ଷ ହେଲାଣି ବାହା ହେଲେଣି। ହୁଏତ ଖୁସି ଖବର ଖୁବଶୀଘ୍ର ବରୁଣ ଦେଇପାରନ୍ତି ବୋଲି ଫ୍ୟାନ୍ସ ଆକଳନ କରୁଛନ୍ତି।

ବିପାଶା ଏବଂ କରନ ସିଂ ଗ୍ରୋଭର ବାହାଘରର ୬ ବର୍ଷ ପରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ହିନ୍ଦୁଜା ହସପିଟାଲରେ ବିପାଶା ଝିଅକୁ ଜନ୍ମ ଦେଇଛନ୍ତି। ଝିଅ ଜନ୍ମ ହେବା ପରେ ବିପାଶା ଏବଂ କରନ ବେଶ୍‌ ଖୁସି ରହିଛନ୍ତି। ବିପାଶା ଓ କରନଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା। ତେବେ ବାହାଘରର କିଛିଦିନ ପରେ ଦମ୍ପତି ଦୁହେଁ ପିଲା ଚାହୁଁଥିଲେ। କିନ୍ତୁ କାମ ଯୋଗୁଁ କିଛି ଭାବିନଥିଲେ। ୨୦୧୨ରେ ଏମାନେ ପିଲା କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ପ୍ରଥମ ପିଲାର ୭ ପରେ ପୁଣିଥରେ ମା’ ହେବାର ସୌଭାଗ୍ୟ ପାଇଥିଲେ ଦେବିନା । ସେମାନଙ୍କ ଝିଅ ଲିଆନା ୩ ଏପ୍ରିଲରେ ଜନ୍ମ ହୋଇଥିଲେ। ଯାହା ପରେ ଉଭୟ କାର୍ଯ୍ୟରେ ବ୍ୟସ୍ତ ଥିଲେ। ବିବାହର ୧୧ ବର୍ଷ ପରେ, ଦେବିନା ବହୁତ ଅସୁବିଧା ପରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ତାଙ୍କ ଗର୍ଭଧାରଣରେ ଅନେକ ଜଟିଳତା ଦେଖାଦେଇଥିଲା ।

Leave A Reply

Your email address will not be published.