ଜନ୍ମଦିନର ଦିନକ ପୂର୍ବରୁ ସଲମାନ୍ ଖାନ୍ଙ୍କୁ କାମୁଡ଼ିଲା ସାପ, ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍ର ଭାଇଜାନ୍ ସଲମାନ୍ ଖାନ୍ଙ୍କୁ କାମୁଡ଼ିଲା ସାପ। ପନବେଲ ସ୍ଥିତ ଫାର୍ମ ହାଉସ୍ରେ ଶନିବାର ବିଳମ୍ବିତ ରାତିରେ ଏକ ସାପ ସଲମାନ୍ଙ୍କୁ କାମୁଡ଼ିଛି। ରିପୋର୍ଟ ମୁତାବକ, ସଲମାନ୍ ଖାନ୍ଙ୍କୁ ଏକ ସାପ କାମୁଡ଼ିଥିଲା। ପରିବାର ଲୋକେ ତାଙ୍କୁ ମୁମ୍ବାଇର କାମୋଠେ ଅଞ୍ଚଳରେ ଥିବା ଏମ୍ଜିଏମ୍ (ମହାତ୍ମାଗାନ୍ଧୀ ମିଶନ ହସ୍ପିଟାଲ)ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଯାଞ୍ଚ ପରେ ଜାଣିଥିଲେ ଯେ ସଲମାନ୍ଙ୍କୁ ଏକ ବିଷ ନଥିବା ସାପ କାମୁଡ଼ିଛି। ଫଳରେ ଭାଇଜାନ୍ଙ୍କ ଉପରେ ଏତେଟା ପ୍ରଭାବ ପଡ଼ିନାହିଁ।
ଚିକିତ୍ସା ପରେ ସଲମାନ ଖାନ୍ ଆଜି ସକାଳ ୯ ଟା ବେଳେ ଘରକୁ ଫେରିଛନ୍ତି। ଏବେ ତାଙ୍କ ଅବସ୍ଥା ଭଲ ଅଛି। ସାପଟି ବିଷାକ୍ତ ନଥିବାରୁ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ଏଣୁ ଖୁବ୍ଶୀଘ୍ର ସଲମାନ୍ ସୁସ୍ଥ ହେବେ ବୋଲି କୁହାଯାଉଛି। ଏବେ ସେ ନିଜ ଫାର୍ମ ହାଉସ୍ରେ ହିଁ ରେଷ୍ଟ ନେଉଛନ୍ତି।
Actor Salman Khan was bitten by a non-venomous snake at his Panvel farmhouse early today morning. He was taken to MGM hospital at Kamothe for treatment and discharged at 9 am today pic.twitter.com/mypajw3Yic
— The Times Of India (@timesofindia) December 26, 2021
ତେବେ ସଲମାନ୍ଙ୍କୁ ସାପ କାମୁଡ଼ିବା କଥା ଫ୍ୟାନ୍ମାନେ ଜାଣିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଫ୍ୟାନ୍ମାନେ ସଲମାନ୍ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି।
Actor #SalmanKhan was bitten by a non-venomous snake at his farmhouse in Maharashtra. https://t.co/bnvZeaWOTD
— Express Lite (@xpresslite) December 26, 2021
ପ୍ରକାଶ ଯେ ଡିସେମ୍ବର ୨୭ ତାରିଖରେ ସଲମାନଙ୍କ ଜନ୍ମଦିନ। ସୋମବାର ସେ ୫୬ ବର୍ଷରେ ପାଦ ଦେଉଛନ୍ତି। କିନ୍ତୁ ଏବେ ସାପ କାମୁଡ଼ିବା ପରେ ତାଙ୍କ ଜନ୍ମଦିନ ପାଳନ ହେବ କି ନାହିଁ ସେ ନେଇ କିଛି ସୂଚନା ମିଳିପାରିନାହିଁ। ତେବେ ସେ କେବଳ ବନ୍ଧୁ ଓ ପରିବାର ଲୋକଙ୍କ ସହ ଜନ୍ମଦିନ ପାଳନ କରିବେ ବୋଲି କୁହାଯାଉଛି।