ବଲିଉଡର ବଡ ବଡ ଷ୍ଟାର ରହୁଛନ୍ତି ଭଡାରେ, ଜାଣନ୍ତୁ କିଏ କେତେ ଟଙ୍କା ଦେଉଛନ୍ତି ରେଣ୍ଟ

ନିଜର ପ୍ରିୟ ଆକ୍ଟର ଆକ୍ଟ୍ରେସଙ୍କ ବିଷୟରେ ଜାଣିବାକୁ ଲୋକମାନେ ବହୁତ ଇନଟ୍ରେଷ୍ଟ ରଖିଥାନ୍ତି। ଯେମିତିକି ସେ କଣ ଖାଆନ୍ତି, କେମିତିକା ଲାଇଫ ଷ୍ଟାଇଲ ଜିଅଁନ୍ତି, କେମିତିକା ଘରେ ରୁହନ୍ତି ଏମିତି ଅନେକ କିଛି। ତେଣୁ ଆଜି ଆମେ କଥା ହେବା ବଲିଉଡ ଷ୍ଟାର୍ସଙ୍କ ଆଲିସାନ୍‌ ବଙ୍ଗଲୋ ବିଷୟରେ। ତାହେଲେ ଆସନ୍ତୁ ଜାଣିବା କେଉଁ ଫିଲ୍ମ ଷ୍ଟାର କେଉଁ ଘରେ ରୁହନ୍ତି।

ଅନେକ ବଲିଉଡ ଆକ୍ଟର୍ସ ଅଛନ୍ତି ଯେଉଁମାନଙ୍କର ମୁମ୍ବାଇରେ ଆଲିସାନ ବଙ୍ଗଳା ରହିଛି। ଏମାନଙ୍କ ମଧ୍ୟରୁ ଅନେକ ନିଜ ବଙ୍ଗଳାରେ ରହୁଛନ୍ତି ତ ଆଉ କିଛି ମୁମ୍ବାଇରେ ରେଣ୍ଟରେ ରହୁଛନ୍ତି। ତେବେ ଆସନ୍ତୁ ଗୋଟେ ନଜର ପକାଇବା ସେହି ସବୁ ଫିଲ୍ମୀ ଷ୍ଟାରଙ୍କ ଉପରେ ଯେଉଁମାନେ ମୁମ୍ବାଇରେ ଲକ୍ଷ ଲକ୍ଷ ଟଙ୍କା ଦେଇ ରେଣ୍ଟରେ ରହୁଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ଜାଣିବା ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଘର ବିଷୟରେ।

ରଣବୀର ସିଂହ ଏବଂ ଦୀପିକା ପାଦୁକୋନ୍‌ ବିବାହ ପରେ ମୁମ୍ବାଇର ପସ୍‌ ଏରିଆରେ ତିଆରି ହୋଇଥିବା ପ୍ରଭାବତୀ ଟାଓ୍ଵାର୍ସର ଫ୍ଲାଟରେ ରହୁଛନ୍ତି। ଏହି ଫ୍ଲାଟକୁ କପଲ ରେଣ୍ଟରେ ନେଇଛନ୍ତି। ମିଡିଆ ରିପୋର୍ଟସ ଅନୁଯାୟୀ ଏହି ଫ୍ଲାଟର ରେଣ୍ଟ ପ୍ରା ସାଢ଼େ ସାତ ଲକ୍ଷ ଟଙ୍କା ପ୍ରତି ମାସ ରହିଛି।

ଏହାପରେ ଆସୁଛନ୍ତି ଦବଙ୍ଗ ହିରୋ ସଲମାନ୍‌ ଖାନଙ୍କ ବିଷୟରେ। ସଲମାନ୍‌ ଖାନ୍‌ ଡୁପ୍ଲେକ୍ସ ରେଣ୍ଟରେ ନେଇଛନ୍ତି। ଏହି ଡୁପ୍ଲେକ୍ସରେ ସଲମାନ ଖାନ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀ ମଧ୍ୟ ଚଲାନ୍ତି। ସଲମାନ୍‌ ଏଥିପାଇଁ ପ୍ରାୟ ସାଢ଼େ ଆଠ ଲକ୍ଷ ଟଙ୍କା ଭଡା ଦେଉଛନ୍ତି।

ବିବାହ ପରେ ବିକି କୌଶଲ ଏବଂ କ୍ୟାଟ୍ରିନା କେଫ ଜୁହୁର ରାଜମହଲ ସୋସାଇଟୀର ଫ୍ଲାଟରେ ସେଟଲ ଅଛନ୍ତି। ଏମାନଙ୍କ ଆଲିସାନ ଘରର ରେଣ୍ଟ ରହିଛି ଆଠ ଲକ୍ଷ ଟଙ୍କ ପ୍ରତି ମାସ।

ଜ୍ୟାକଲିନ ଫର୍ଣ୍ଣାଡିଜ୍‌ ମଧ୍ୟ ଜୁହୁରେ ପ୍ରାୟ ସାତ ଲକ୍ଷ ଟଙ୍କା ପ୍ରତି ମାସ ଭଡା ଦେଇ ଫ୍ଲାଟରେ ରହୁଛନ୍ତି।

ଆକ୍ଟ୍ରେସ୍‌ କୃତି ସାନନ୍‌ ଅନ୍ଧେରୀରେ ଫ୍ଲାଟ ଭଡାରେ ନେଇ ରହୁଛନ୍ତି। କୃତି ନିଜେ ରହୁଥିବା ଘରର ଭଡା ପ୍ରତି ମାସ ୧୦ ଲକ୍ଷ ଟଙ୍କା ଦେଉଛନ୍ତି।

ମାଧୁରୀ ଦିକ୍ଷିତ ବିବାହ ପରେ ନିଜର ସ୍ୱାମୀଙ୍କ ସହ ଆମେରିକାରେ ରହୁଛନ୍ତି। ବହୁତ ବର୍ଷ ପରେ ସେ ପୁଣି ଥରେ ଏଣ୍ଟରଟେନମେଣ୍ଟ ଦୁନିଆରେ ଜଡିତ ଅଛନ୍ତି। ମୁମ୍ବାଇରେ ମାଧୁରୀ ୧୨.୫ ଲକ୍ଷ ଟଙ୍କା ପ୍ରତି ମାସ ରେଣ୍ଟରେ ରହୁଛନ୍ତି।

ହ୍ରିତିକ ରୋସନ ଜୁହୁରେ ଏକ ଫ୍ଲାଟକୁ ରେଣ୍ଟରେ ନେଇଛନ୍ତି, ଯାହାର ରେଣ୍ଟ ଦେଉଛନ୍ତି ସାଢ଼େ ଆଠ ଲକ୍ଷ ଟଙ୍କା।

ରିଚା ଚଡ୍ଡା ଏବଂ ଅଲି ଫଜଲ ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଉଭୟ ମୁମ୍ବାଇରେ ୩ ଲକ୍ଷ ଟଙ୍କା ରେଣ୍ଟ ଦେଇ ସି ଫେସିଙ୍ଗ ଫ୍ଲାଟରେ ରହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.