ସଲମାନ ଖାନ୍‌ ବନାଇବେ ୧୯ ମହଲାର ସୌକିନ ହୋଟେଲ, ସବୁକିଛି ରହିବ ଏଥିରେ

ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ ଏବେ ତାଙ୍କ ହୋଟେଲ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ । ସେ କୁଆଡେ ଏକ ୧୯ ମହଲା ବିଶିଷ୍ଟ ଲକଜରୀ ହୋଟେଲ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିରେ ସବୁ ପ୍ରକାର ସୁବିଧା ରହିବ ବୋଲି ଜଣାଯାଇଛି । ସୂଚନା ଅନୁସାରେ ସଲମାନଙ୍କ ମୁମ୍ବଇ ବାନ୍ଦ୍ରା ଅଂଚଳରେ ଥିବା ଏକ ଅଧାଗଢ଼ା ବିଲ୍ଡିଂ ସ୍ଥାନରେ ଏହି ହୋଟେଲ ନିର୍ମାଣ ହେବ । ଏହି ଜମି ସଲମାନଙ୍କ ନାମରେ ଅଛି ।

ପୂର୍ବରୁ ଏଠାରେ ଷ୍ଟାରଲେଟ ହାଉସିଂ କୋପରେଟିଭ ସୋସାଇଟି କାର୍ଯ୍ୟ କରୁଥିଲା । ଏହି ବିଲ୍ଡିଂରେ ଖାନ ପରିବାରଙ୍କ ଆପାର୍ଟମେଣ୍ଟ ମଧ୍ୟ ରହିଛି । ୧୫ ବର୍ଷ ଧରି ଏହି ଆପାର୍ଟମେଣ୍ଟ ଅଧାଗଢ଼ା ହୋଇ ରହିଥିଲା । ଏହି ବିଲ୍ଡିଂକୁ ଭାଙ୍ଗି ସେଠାରେ ୧୯ ମହଲା ହୋଟେଲ ହେବ ବୋଲି ଜଣାଯାଇଛି । ହୋଟେଲ ପ୍ଲାନ ମଂଜୁର ପାଇଁ ମୁମ୍ବାଇ ବିଏମସିକୁ ପ୍ଲାନ ଦିଆଯାଇଛି ।

କ’ଣ ରହିବ ୧୯ ମହଲା ହୋଟେଲରେ

ହୋଟେଲର ପ୍ରଥମ ଓ ଦ୍ୱିତୀୟ ମହଲାରେ କାଫେ ଓ ରେଷ୍ଟୁରାଣ୍ଟ ରହିବ । ତୃତୀୟ ମହଲାରେ ଜିମ୍‌ ଓ ସ୍ୱିମିଂ ପୁଲ, ୪ର୍ଥ ମହଲା ସର୍ଭିସ ମହଲା ଭାବେ ବ୍ୟବହାର ହେବ । ୫ମ ଓ ୬ଷ୍ଠ ମହଲାରେ କନଭେନସନ୍‌ ସେଣ୍ଟର ରହିବ । ୭ମରୁ ୧୯ ମହଲା ଯାଏ ହୋଟେଲର ରୁମ ରହିବ ବୋଲି ଜଣାଯାଇଛି । ତେବେ କେବେ ଠାରୁ ହୋଟେଲ ନିର୍ମାଣ ହେବ,ସେ ନେଇ କିଛି ସୂଚନା ମିଳିନାହିଁ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.