ଆସୁଛି ‘ବିଗ୍‌ ବସ୍‌ ୧୬’; ପ୍ରତିବର୍ଷ ଶୋ’କୁ ହୋଷ୍ଟ୍‍ କରିବା ପାଇଁ ସଲମାନ ଖାନ ନିଅନ୍ତି ଦୁଇ ଗୁଣା ଅର୍ଥରାଶି!

ଟିଭିର ମୋଷ୍ଟ୍‍ ପପୁଲାର ଶୋ’ ‘ବିଗ୍‌ ବସ୍‌’ ନିଜ ବିବାଦ କାରଣରୁ ଢେର୍‌ ଟିଆର୍‌ପି ସାଉଁଟୁଛି। ଏବେ ପୁଣିଥରେ ଏହି ଶୋ’ ଆରମ୍ଭ ହେବାକୁ ଯାଉଛି। ବିଗ୍‌ ବସ୍‌ର ନୂଆ ସିଜନ ‘ବିଗ୍‌ ବସ୍‌ ୧୬’ ଖୁବ୍‌ଶୀଘ୍ର ଆପଣଙ୍କ ଟିଭି ପରଦାରେ ନଜର ଆସିବ। ଏହି ସିଜନରେ ପ୍ରତିଯୋଗୀମାନଙ୍କ ତାଲିକା ଜାଣିବା ପାଇଁ ଫ୍ୟାନ୍‌ମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

ଏଥିସହ ସଲମାନ ଖାନ ଶୋ’ରେ ଥିବାରୁ ତାଙ୍କୁ ନେଇ ମଧ୍ୟ ବେଶ୍‌ ଉତ୍ସାହ ରହିଛି। ସଲମାନ ଲମ୍ବା ସମୟରୁ ବିଗ୍‌ ବସ୍‌ ଶୋ’କୁ ହୋଷ୍ଟ୍‍ କରି ଆସୁଛନ୍ତି ଏବଂ ପ୍ରତ୍ୟେକ ଥର ତାଙ୍କ ଫିସ୍‌ ଦୁଇ ଗୁଣା ହୋଇ ସାମ୍ନାକୁ ଆସୁଛି। ଆଜି ଆମେ ଆପଣଙ୍କୁ କହିବୁ, ସଲମାନ ଖାନ ଶୋ’କୁ ହୋଷ୍ଟ୍‍ କରିବା ପାଇଁ କେତେ ପଇସା ନେଉଛନ୍ତି। ତେବେ ଏହି ଫିସ୍‌ ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ।

ପୁଣିଥରେ ଟିଭି ଶୋ’ ବିଗ୍‌ ବସ୍‌ରେ ସଲମାନ ନଜର ଆସିବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ, ଅଭିନେତା ଏଥର ମୋଟ ଅର୍ଥରାଶି ଦାବି କରୁଛନ୍ତି। ସେ ଏହି ଶୋ’ ପାଇଁ ୧୦୦୦ କୋଟି ଟଙ୍କା ଡିମାଣ୍ଡ କରୁଛନ୍ତି, ଯାହାକି ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

 

View this post on Instagram

 

A post shared by Instant Bollywood (@instantbollywood)

କହି ରଖୁଛୁ, ‘ବିଗ୍‌ ବସ୍‌ ୧୬’ ପାଇଁ ପ୍ରଥମ ପ୍ରତିଯୋଗୀଙ୍କ ନାମ ନିଶ୍ଚିତ ହୋଇଯାଇଛି। ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ବିଶାଲ ପାଣ୍ଡେ ଏଥର ଶୋ’ରେ ନଜର ଆସିବେ। ବିଶାଲଙ୍କର ଭଲ ଫ୍ୟାନ୍‌ ଫଲୋଇଙ୍ଗ୍‌ ରହିଛି। ତେବେ ତାଙ୍କ ବ୍ୟତୀତ ମାଷ୍ଟର ଫାଜୁ ଓ ଅର୍ଜୁନ ବିଜଲାନୀଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି। ଏକ ସୂତ୍ରରୁ ଜଣାପଡ଼ିଛି, ମାଷ୍ଟର ଫାଜୁ ଶୋ’ରେ ଆସିବା ପାଇଁ ମୋଟା ଅର୍ଥରାଶି ଡିମାଣ୍ଡ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.