ମନୋରଂଜନ

‘ଟାଇଗର ୩’ର ସୁଟିଂ ପାଇଁ ତୁର୍କୀ ଯାଇଛନ୍ତି ସଲମାନ-କ୍ୟାଟ୍ରିନା, ପର୍ଯ୍ୟଟନ ମନ୍ତ୍ରୀଙ୍କୁ କଲେ ସାକ୍ଷାତ

ସଲମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ଏବେ ତୁର୍କୀରେ ନିଜ ଆସନ୍ତାଫିଲ୍ମ ‘ଟାଇଗର ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଶୁକ୍ରବାର ସଲମାନ-କ୍ୟାଟ୍ରିନା ତୁର୍କୀର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମେହମେତ୍‌ ନୁରୀ ଏରସୋୟଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ବେଳର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି।

ନିଜେ ପର୍ଯ୍ୟଟନ ମନ୍ତ୍ରୀ ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ ଓ କ୍ୟାଟ୍ରିନାଙ୍କୁ ସାକ୍ଷାତ କରିବା ବେଳର ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି- ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସଲମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ ନୂଆ ପ୍ରୋଜେକ୍ଟ ପାଇଁ ଆମ ଦେଶକୁ ଆସିଛନ୍ତି। ତୁର୍କୀ ଅନେକ ଇଣ୍ଟରନ୍ୟାସନାଲ ସିନେମା ପ୍ରୋଜେକ୍ଟକୁ ହୋଷ୍ଟ କରୁଛି। ମନ୍ତ୍ରୀ ସେୟାର କରିଥିବା ଫଟୋରେ ସଲମାନ୍‌ ଖାନ୍‌ ଏକ ବ୍ଲାକ୍‌ ସୁଟ୍‌ ପିନ୍ଧିଥିବା ବେଳେ କ୍ୟାଟ୍ରିନା ବଡି କଲର ଟପ୍‌ ଓ ବ୍ଲାକ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି।

ଫଟୋରେ ସଲମାନ ଖାନ୍‌ ତୁର୍କୀର ପର୍ଯ୍ୟଟନ ମନ୍ତ୍ରୀ ଓ ସେଠାରେ ଉପସ୍ଥିତ ଅନ୍ୟ ଡେଲିଗେଟ୍ସଙ୍କ ସହ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି। ତୁର୍କୀରେ ଉଭୟେ ଫ୍ୟାନ୍‌ଙ୍କର ସହ ବି ସେଲଫି ନେଇଛନ୍ତି। ଉଭୟେ ପ୍ରଥମେ ଋଷର ସିଡ୍ୟୁଲ ଶେଷ କରି ଦ୍ୱିତୀୟ ପାର୍ଟ ପାଇଁ ତୁର୍କୀ ଯାଇଛନ୍ତି। ଟାଇଗର ୩ରେ ଇମ୍ରାନ୍‌ ହାସ୍‌ମୀ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ଖୁବ୍‌ ଶୀଘ୍ର ସେ ମଧ୍ୟ ତୁର୍କୀରେ ସଲମାନ୍‌ ଓ କ୍ୟାଟ୍ରିନାକୁ ଜଏନ୍‌ କରିବେ।

ସୂଚନାଯୋଗ୍ୟ ଯେ ଟାଇଗରର ଦୁଇଟି ଯାକ ପାର୍ଟ ଖୁବ୍‌ ହିଟ୍‌ ହୋଇଛି। ପ୍ରଥମ ପାର୍ଟ ୨୦୧୨ରେ ଆସିଥିଲା। ଏଥିରେ ନିର୍ଦ୍ଦେଶନା ଦେଇଥିଲେ କବୀର ଖାନ୍‌। ଏହାର ସେକେଣ୍ଡ ପାର୍ଟରେ ଅଲ୍ଲୀ ଅବ୍ଦାସ୍‌ ଜଫର ଡାଇରେକ୍ଟର ଥିଲେ। ଏବେ ଟାଇଗର ୩ରେ ନିର୍ଦ୍ଦେଶନା ଦେଉଛନ୍ତି ମନୀଷ ଶର୍ମା।

WCW 11

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

29 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

41 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

54 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

57 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago