କଥା ରଖିଲେ ଭାଇଜାନ୍। ବନ୍ୟା ପୀଡ଼ିତଙ୍କ ପାଇଁ ତିଆରି କଲେ ୭୦ ବଖରା ଘର। ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ୍ ଫେବ୍ରୁଆରୀରେ ମହାରାଷ୍ଟ୍ରର ଖିଦ୍ରାପୁର ଗାଁ ଲୋକଙ୍କ ଘର ତିଆରି କରାଇଦେବାକୁ କଥା ଦେଇଥିଲେ। ଏବେ ସେ ସେହି ପ୍ରତିଶ୍ରୁତି ପୂରଣ କରିଛନ୍ତି। ସଲମାନ୍ ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ଖିଦ୍ରାପୁର ଗାଁ ଲୋକଙ୍କ ଘରର ପୁନଃନିର୍ମାଣରେ ସାହାଯ୍ୟ କରିଛନ୍ତି।
୨୦୧୯ରେ ବନ୍ୟା ପ୍ରଭାବିତ ଏହି ଗାଁକୁ ସଲମାନ୍ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହି ଘରଗୁଡ଼ିକର ପୁନଃନିର୍ମାଣ କରିବା ନେଇ କ୍ୟାବିନେଟ୍ ମନ୍ତ୍ରୀ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ରାଜେନ୍ଦ୍ର ପାଟିଲ ଟ୍ଵିଟ୍ କରି କହିଛନ୍ତି ୭୦ ପ୍ରଭାବିତ ଘରର କାମ ଆରମ୍ଭ ହୋଇଛି। ସଲମାନଙ୍କ ସାହାଯ୍ୟରେ ସରକାର ୭୦ ପରିବାରର ଘର ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି।
ସଲମାନ ଏକ କମ୍ପାନୀ ସହାୟତାରେ ୨୦୧୯ ବନ୍ୟାରେ ଭାଙ୍ଗିଯାଇଥିବା ଗାଁ ଲୋକଙ୍କ ଘର ତିଆରି କରି ଦେବାକୁ କଥା ଦେଇଥିଲେ। ସେତେବେଳେ ସେ ନିଜ ଇନ୍ଷ୍ଟାଗ୍ରାମ୍ରେ ଏହି ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ଯେ ସଲମାନଙ୍କୁ ଆଗକୁ ବିଗ୍ବସ୍ ୧୪ରେ ହୋଷ୍ଟ ଭାବେ ଦେଖିବାକୁ ମିଳିବ।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…