‘ଡ୍ୟାନ୍ସ ୱିଥ ମି’ ର ଟିଜର ଲଞ୍ଚ କଲେ ସଲମାନ ଖାନ, ଖୁବ ଶୀଘ୍ର ରିଲିଜ ହେବ ଏହି ଗୀତ

ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନ ପୁଣି ଥରେ ତାଙ୍କ ସିଙ୍ଗିଂ ଟ୍ୟାଲେଣ୍ଟକୁ ଦର୍ଶକଙ୍କୁ ଦେଖିବାକୁ ଯାଉଛନ୍ତି । ସଲମାନ ଖାନ ତାଙ୍କର ନୂଆ ଗୀତ ‘ଡ୍ୟାନ୍ସ ୱିଥ ମି’ର ଏକ ଟିଜର ନିଜ ସୋସିଆଲ ମିଡ଼ିଆ ପ୍ଳାଟଫର୍ମ ଇନଷ୍ଟାଗ୍ରାମରେ ରିଲିଜ୍ କରିଛନ୍ତି । ଏବଂ ତାଙ୍କ ନ୍ୟୁ ଲୁକ୍ ଦେଖି ପ୍ରଶଂସକ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ଟିଜରଟି ୨୪ ସେକେଣ୍ଡର ହୋଇଥିବା ବେଳେ ସଲମାନଙ୍କ ଲୁକ ସମସ୍ତଙ୍କୁ ପସନ୍ଦ ଆସିଛି ।

ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନ ପୁଣି ଥରେ ତାଙ୍କର ଗୀତ ଗାଇବା ଦକ୍ଷତା ଦର୍ଶକଙ୍କୁ ଦେଖାଇବାକୁ ଯାଉଛନ୍ତି। ତାଙ୍କର ଆସିବାକୁ ଥିବା ଭିଡ଼ିଓରେ ସେ ନିଜେ ଗୀତ ଗାଇଛନ୍ତି । ଟିଜର ସେୟାର କରି ସଲମାନ ଲେଖିଛନ୍ତି, ଡ୍ୟାନ୍ସ ୱିଥ ମି ହମ୍ ସଙ୍ଗ ନାଚ୍ଚଲେ । ତେବେ କିଛି ଦିନ ପୂର୍ବରୁ ତାଙ୍କୁ ଏକ ମୁଜିକ ଭିଡ଼ିଓରେ ଦେଖିବାକୁ ମିଳିଥିଲା । ସଲମାନ ଖାନ ଗୀତ ଗାଇବାକୁ ପସନ୍ଦ କରନ୍ତି ତେଣୁ ସେ ଏବେଠାରୁ ଗୀତ ଗାଇବେ ବୋଲି କହିଛନ୍ତି ।

 

 

View this post on Instagram

 

A post shared by Salman Khan (@beingsalmankhan)

ୱାର୍କ ଫ୍ରଣ୍ଟରେ ସଲମାନଙ୍କୁ ଶେଷ ଥର ପାଇଁ ‘ଅନ୍ତିମ: ଫାଇନାଲ୍ ଟ୍ରୁଥ୍’ରେ ଦେଖିବାକୁ ମିଳିଥିଲା ​​ଏବଂ ଖୁବ୍ ଶୀଘ୍ର’ ତାଙ୍କୁ  ଟାଇଗର 3’ରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ସଲମାନ ଖାନଙ୍କୁ ରିଅଲିଟି ସୋ ବିଗ୍ ବସ୍ ୧୫ ରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଅଭିନେତାଙ୍କ ଲୋକପ୍ରିୟତା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅଛି । ସୋସିଆଲ ମିଡିଆରେ ସଲମାନ ଖାନଙ୍କର ବହୁତ ପ୍ରଶଂସକ ଅଛନ୍ତି ।

Leave A Reply

Your email address will not be published.