କରୋନା ଭାଇରସ ଭୟରେ Galaxy ଛାଡିଲେ ସଲମାନ, ୨୧ ଦିନ ପାଇଁ ପରିବାର ସହ କରୁଛନ୍ତି ମସ୍ତି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକଡାଉନ ଘୋଷଣା ପରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭକରି ସେଲିବ୍ରେଟି ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। ଏନେଇ ବର୍ତ୍ତମାନ ସୁଭନା ଅନୁଯାୟୀ ସଲମାନ ଖାନଙ୍କୁ ନେଇ ବଡ ଖବର ଆସିଛି। ସଲମାନ ଖାନ ଏବେ ନିଜର ଗାଲାକ୍ସ ଆପାର୍ଟମେଂଟରେ ନରହି ନିଜର ପୁରା ପରିବାର ସଦସ୍ୟଙ୍କୁ ନେଇ ନିଜ ଫାର୍ମହାଉସ ଚାଲିଯାଇଛନ୍ତି। ଲକଡାଉନ ଘୋଷଣା ହେବା ପରେ ଏବେ ସଲମାନ ନିଜ ପରିବାର ସଦସ୍ୟଙ୍କ ସହ ପୱେଲ ଫାର୍ମହାଉସରେ ପହଞ୍ଚିଛନ୍ତି।

 

View this post on Instagram

 

#repost @arpitakhansharma ・・・ We love you Mamu @beingsalmankhan

A post shared by Salman Khan (@beingsalmankhan) on

ସୂଚନା ମୁତାବକ ସଲମାନ ଖାନ ପ୍ରଭୁଦେବାଙ୍କ ଫିଲ୍ମ’ରାଧେ’ ର ସୁଟିଂ କ୍ୟାନସଲ ହେବା ପରେ ଏବେ ପୁରା ପରିବାର ସଦସ୍ୟଙ୍କ ସହ ଫାର୍ମହାଉସରେ ମସ୍ତି କରୁଥିବାର ନଜର ଆସିଛନ୍ତି। ଏବେ ଫାର୍ମହାଉସରେ ସଲମାନ, ଅର୍ପିତା, ଆୟୁସ, ଆଦିଲ ଏବଂ ଆୟନ ଏକାଠି ଥିବାର ନଜର ଆସିଛନ୍ତି। ସଲମାନଙ୍କୁ ଛୋଟପିଲା ବହୁତ ପସନ୍ଦ ଥିବାରୁ ଏବେ ସେ ଅର୍ପିତା ଆୟୁସଙ୍କ ପିଲାଙ୍କ ସହ ସମୟ ବିତାଇବାକୁ ଖୁବ ପସନ୍ଦ କରିଛନ୍ତି।

ଏହି ଫାର୍ମହାଉସକୁ ନେଇ ସଲମାନଙ୍କ ପିତା ସଲିମ ଖାନଙ୍କ କହିବାନୁଯାୟୀ ସଲମାନ ଏହି ଘରକୁ ତାଙ୍କ ପାଇଁ ଛାଡିପାରୁନାହାନ୍ତି। କେବଳ ଏତିକି ନୁହେଁ ସଲମାନ ପୂର୍ବରୁ ଶାହାରୁଖ ଖାନଙ୍କ ବଙ୍ଗଳା କିଣିଥାନ୍ତେ କିନ୍ତୁ ପିତା ସଲିମ ଖାନ କହିଥିଲେ ଏତେ ବଡ଼ ବଙ୍ଗଳା କଣ କରିବ। ଏହିକାରଣରୁ ସଲମାନ ସେହି ବଙ୍ଗଳା କିଣିବା ଛାଡ଼ିଦେବା ପରେ ଶାହାରୁଖ ଖାନ କିଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.