Categories: ମନୋରଂଜନ

ସଲମାନ ଖାନ୍‌ଙ୍କ ଫିଲ୍ମ ‘ରାଧେ’ରେ ଜୋରଦାର୍‌ ଝଲକ୍‌, ଆସନ୍ତା ଇଦ୍‌ରେ ଦର୍ଶକଙ୍କୁ ଭେଟି ଦେବେ ଭାଇଜାନ୍‌

ପୁଣି ଫେରିବେ ଭାଇଜାନ୍‌ । ନିଜ ଫ୍ୟାନ୍ସମାନଙ୍କ ପାଇଁ ଏକ ଦମଦାର ଉପହାର ଦେଇଛନ୍ତି ବଲିଉଡର ଭାଇଜାନ୍‌ ସଲମାନ ଖାନ୍ । ସଲମାନ୍ ଖାନ୍ ଙ୍କ ଆଗାମୀ ଫିଲ୍ମ ‘ରାଧେ’ର ଟିଜର ମଧ୍ୟ ଲଞ୍ଚ ହୋଇଯାଇଛି । କିନ୍ତୁ ଏନେଇ ଆଶା ମଧ୍ୟ କରାଯାଇନଥିଲା ଯେ ଏତେ ଶୀଘ୍ର ଫିଲ୍ମର ମୋଶନ ପୋଷ୍ଟର ଲଞ୍ଚ ହୋଇଯିବ । ଭଂସାଲୀଙ୍କ ଫିଲ୍ମରୁ ଦୂରେଇବା ପରେ ଭାଇଜାନ ନିଜ ଫିଲ୍ମର ସୁଟିଂରେ ଲାଗିପଡିଥିଲେ । ପ୍ରଥମେ ଦବଙ୍ଗ ୩ର ସୁଟିଂ ଶେଷ ହେବା ପରେ ଭାଇଜାନ କେଉଁ ଫିଲ୍ମରେ ନଜର ଆସିବେ ବୋଲି ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଥିବା ବେଳେ ବର୍ତ୍ତମାନ ସାମ୍ନାକୁ ଆସି ସାରିଛି ଏହି ଦମଦାର୍ ଟିଜର୍ ।

ଫିଲ୍ମ ‘ରାଧେ’ ରେ ମଧ୍ୟ ପ୍ରଭୁ ଦେବା ନିର୍ଦ୍ଦେଶିତ କରୁଛନ୍ତି। ଏହି ସମ୍ପର୍କରେ ପ୍ରଭୁ ଦେବା ନିଜେ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଜଣାଇଛନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ ‘ରାଧେ’ରେ ସଲମାନ୍ ଖାନ୍ ପୋଲିସ ଭୂମିକାରେ ନଜର ଆସିବେ । ଦବଙ୍ଗ ୩ରେ ସଲମାନଙ୍କ କାମ ସରିସାରିଛି । ଏଥିପାଇଁ ଏବେ ତାଙ୍କ ସବୁ ଫୋକସ୍ ଆଗାମୀ ବର୍ଷ ଇଦ୍ ରେ ହେବାକୁ ଥିବା ଫିଲ୍ମ ରାଧେ ଉପରେ ରହିଛି । ଏହି ଫିଲ୍ମ ଉପରେ ସଲମାନ୍ ଓ ତାଙ୍କ ଫ୍ୟାନ୍ସ ସମସ୍ତଙ୍କ ବହୁତ ଆଶା ରହିଛି ।

ଏହାସହ ପଢନ୍ତୁ: ଇଣ୍ଡିଆନ ଆଇଡଲ ଶୋ’ରେ ସମସ୍ତଙ୍କୁ ହସି ହସି ନାକେଦମ କରାଇଲେ…

ରାଧେ ନାଁ ସଲମାନ୍ ଖାନଙ୍କ ପାଇଁ ବହୁତ ଲକି । ଯେଉଁ ଫିଲ୍ମରେ ତାଙ୍କ ନାଁ ରାଧେ ହୋଇଥାଏ ସେହି ଫିଲ୍ମ ବକ୍ସ ଅଫିସରେ ବହୁତ ଆୟ କରିଥାଏ । ଫିଲ୍ମ ୱାଣ୍ଟେଡ୍ ପରେ ତାଙ୍କୁ ପୂର୍ବ ଅପେକ୍ଷା ଅଧିକ ଷ୍ଟାରଡମ୍ ମିଳିଥିଲା । ସେଥିରେ ସଲମାନଙ୍କ ନାଁ ରାଧେ ହୋଇଥିଲା । ତେବେ ଏହି ଟିଜରଟି ବହୁତ ଦମଦାର ହୋଇଛି । ତେବେ ଏଥିରେ କିଏ ହିରୋଇନ୍ ରହିବ ସେନେଇ କିଛି ସୂଚନା ମିଳିନାହିଁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago