ସଲମାନଙ୍କ ଇଦ୍‌ ଭେଟି, କହିଲେ, ‘ଆଗାମୀ ଇଦ୍‌ ସିକନ୍ଦରଙ୍କୁ ଆସି ଭେଟ’; ରିଲିଜ୍‌ କଲେ ମୁଭି ଟାଇଟଲ

ଭାଇଜାନ୍‌ ୨୦୨୫ର ଇଦ୍‌ ରିଲିଜ୍‌କୁ ବୁକ୍‌ କରି ନେଇଛନ୍ତି । ଅଭିନେତା ନିଜର ଅପ୍‌କମିଙ୍ଗ ଇଦ୍‌ ରିଲିଜ୍‌ ଘୋଷଣା କରି ଫ୍ୟାନ୍‌ମାନଙ୍କୁ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି ।

୨୦୨୪ ଇଦ୍‌ ପାଇଁ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କର କୌଣସି ରିଲିଜ୍‌ ନାହିଁ, ଯାହାକୁ ନେଇ ଫ୍ୟାନ୍‌ମାନେ ବହୁତ ନିରାଶ ହୋଇଛନ୍ତି । କିନ୍ତୁ ସଲମାନ ଫ୍ୟାନ୍‌ମାନଙ୍କୁ ଇଦ୍‌ ଉପହାର ଦେଇଛନ୍ତି । ଯଦିଓ ସେ ଚଳିତ ବର୍ଷ ସିନେମାଘରେ ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରିପାରି ନାହାନ୍ତି । ହେଲେ ଭାଇଜାନ୍‌ ୨୦୨୫ର ଇଦ୍‌ ରିଲିଜ୍‌କୁ ବୁକ୍‌ କରି ନେଇଛନ୍ତି । ଅଭିନେତା ନିଜର ଅପ୍‌କମିଙ୍ଗ ଇଦ୍‌ ରିଲିଜ୍‌ ଘୋଷଣା କରି ଫ୍ୟାନ୍‌ମାନଙ୍କୁ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି ।

ସଲମାନ ଖାନ ଜଣାଶୁଣା ପ୍ରଯୋଜକ ସାଜିଦ ନାଡିୟାଓ୍ଵାଲା ଏବଂ ଭିଜନାରୀ ନିର୍ଦ୍ଦେଶକ ଏ. ଆର୍‌. ମୁର୍ଗଦାସଙ୍କ ସହ ମିଶି ‘ସିକନ୍ଦର’ ନେଇ ଆସୁଛନ୍ତି । ନିର୍ମାତାମାନେ ଇଦ୍‌ର ଏହି ଖାସ୍‌ ଅବସରରେ ସଲମାନଙ୍କ ଆଗାମୀ ଫିଲ୍ମର ଟାଇଟଲରୁ ପରଦା ଉଠାଇଛନ୍ତି । ମୁଭିର ଟାଇଟଲ ରହିଛି ସିକନ୍ଦର । ଏହି ଜବରଦସ୍ତ କୋଲାବରେସନର ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି ।

ଫିଲ୍ମର ଟାଇଟଲ ଘୋଷଣା କରି ସଲମାନ ଖାନ ଲେଖିଛନ୍ତି, ‘ଏଥର ଇଦ୍‌ ବଡେ ମିୟାଁ ଛୋଟେ ମିୟାଁ ଏବଂ ମଇଦାନକୁ ଦେଖ । ଆଗାମୀ ଇଦ୍‌ ସିକନ୍ଦରକୁ ଆସି ଭେଟ । ସମସ୍ତଙ୍କୁ ଇଦ୍‌ ମୁବାରକ’ । ରିପୋର୍ଟ ମୁତାବକ, ସିକନ୍ଦର ଫିଲ୍ମ ଆକ୍ସନରେ ଭରପୂର ହେବ । ଏଥିରେ ଇମୋସନ୍ସ ସହିତ ଶକ୍ତିଶାଳୀ ସାମାଜିକ ବାର୍ତ୍ତା ମଧ୍ୟ ଦିଆଯିବ ।

ଫିଲ୍ମ ସିକନ୍ଦର ପୂର୍ବରୁ ମଧ୍ୟ ପ୍ରଯୋଜକ ସାଜିଦ ନାଡିୟାଓ୍ଵାଲା ଓ ସୁପରଷ୍ଟାର ସଲମାନ ଖାନ ଏକାଠି କାମ କରିସାରିଛନ୍ତି । ସେମାନଙ୍କ ଯୋଡ଼ି ଜୁଡ଼ଓ୍ଵା, ମୁଝସେ ଶାଦି କରୋଗୀ, କିକ୍‌ ଏବଂ ଏପରି ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି । ଯଦିଓ କିକ୍‌ ପରେ ଦର୍ଶକମାନେ ସେମାନଙ୍କ ଯୋଡ଼ିକୁ ଉତ୍ସାହର ସହ ଅପେକ୍ଷା କରିଥିଲେ ।

ସେପଟେ ସଲମାନଙ୍କୁ ଲମ୍ବା ସମୟରୁ ସୁପରହିଟ୍‌ ମୁଭି ମିଳିନାହିଁ । ତାଙ୍କର ଗତ ରିଲିଜ୍‌ ଟାଇଗର ୩ ଥିଲା । ଏହାକୁ ଦର୍ଶକଙ୍କ ଖାସ୍‌ ରେସ୍‌ପନ୍ସ ମିଳି ନ ଥିଲା । ସିକନ୍ଦର ବ୍ୟତୀତ ତାଙ୍କର କିକ୍‌ ୨, ପଠାନ ଭର୍ସେଜ୍‌ ଟାଇଗର ପାଇପ୍‌ଲାଇନରେ ଅଛି ।

You might also like