ସଲମାନ ଖାନଙ୍କ ଭାଣିଜୀ ଅଲିଜେହ ବଲିଉଡ଼ରେ କରିବେ ଏଣ୍ଟ୍ରି, ଡେବ୍ୟୁଟ ଫିଲ୍ମ ପାଇଁ ହାତରେ ଅଛି ବଡ ପ୍ରୋଜେକ୍ଟ

ସଲମାନ ଖାନଙ୍କୁ ବଲିଉଡର ଭାଈଜନ କୁହାଯାଏ। ସେ ବଲିଉଡ଼ ଜଗତର ଜଣେ ବଡ଼ ସଫଳ କଳାକାର। ସଲମାନଙ୍କ ପରିବାର ସଦସ୍ୟ ମଧ୍ୟ ପ୍ରଶଂସକଙ୍କ ପାଇଁ କୌଣସି ଷ୍ଟାରଠାରୁ କମ୍ ନୁହଁନ୍ତି। ଏବେ ଖବର ଆସୁଛି ଯେ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ତାଙ୍କର ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ।

ସଲମାନ ଖାନଙ୍କ ଭଉଣୀଙ୍କ ଝିଅ ଅଲିଜେହ ଅଗ୍ନିହୋତ୍ରୀ ମଧ୍ୟ କୌଣସି ଷ୍ଟାଇଲରେ କମ୍ ନୁହେଁ। ସେ ହୁଏତ ବଲିଉଡରେ ପାଦ ଦେଇନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକ ବହୁତ। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ଏବେ ଖବର ଆସୁଛି ଯେ ସେ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପୁଣି ତାଙ୍କ ହାତରେ ଅଛି ବଡ଼ ପ୍ରୋଜେକ୍ଟ, ଯାହାକି ବଡ଼ ବ୍ଯାନରର ମଧ୍ୟ। ସଲମାନଙ୍କ ଭଉଣୀ ଅଲଭିରାଙ୍କ ଝିଅ ହେଉଛନ୍ତି ଅଲିଜେହ। ଯିଏକି ଖୁବ୍ ଶୀଘ୍ର ନଜର ଆସିବେ ବଡ଼ ପରଦାରେ।

Salman with alizeh
Picture credit – ZEE5

ଅତୀତରେ, ଅରବାଜ ଖାନ୍ ମଲାଇକାଙ୍କ ପୁଅ ଅରହାନଙ୍କ ଡେବ୍ୟୁ ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଖବର ଆସୁଛି ଯେ ସଲମାନ ଖାନଙ୍କ ଭାଣିଜୀ ଆଲିଜେହ ଅଗ୍ନିହୋତ୍ରୀ ମଧ୍ୟ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ପ୍ରସ୍ତୁତ ଅଛନ୍ତି। ଆଲିଜେହ ସଲମାନ ଖାନଙ୍କ ଭଉଣୀ ଅଲଭିରା ଖାନ ଅଗ୍ନିହୋତ୍ରୀ ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କ ଝିଅ। ଆଲିଜେହ ଅଗ୍ନିହୋତ୍ରୀଙ୍କ ଡେବ୍ୟୁ ଚଳଚ୍ଚିତ୍ରରେ ଭଲ କାହାଣୀ ରହିଛି ବୋଲି ମଧ୍ୟ କୁହାଯାଉଛି।

ଆଲିଜେହ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ସୁମେନ୍ଦ୍ର ପାଦୀଙ୍କ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମର କାମ ଆରମ୍ଭ ହୋଇସାରିଛି। ନାମ ଏପର୍ଯ୍ୟନ୍ତ ଘୋଷୋଣା ହୋଇନାହିଁ, କିନ୍ତୁ ଫିଲ୍ମ ୨୦୨୩ ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।

ଅଲିଜେହ ଅଗ୍ନିହୋତ୍ରୀଙ୍କ ଏକ ବିଜ୍ଞାପନ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଏକ ଅଳଙ୍କାର ବ୍ରାଣ୍ଡ ବିଜ୍ଞାପନ କରିଥିଲେ। ଅଲିଜେହ ଅଗ୍ନିହୋତ୍ରୀ ମଧ୍ୟ ସଲମାନ ଖାନଙ୍କ ସହ ଅନେକ ଇଭେଣ୍ଟରେ ଅଭିନୟ କରିଛନ୍ତି, ସେ ହେଉଛନ୍ତି ସଲମାନଙ୍କ ଖୁବ୍ ପ୍ରିୟ। ଅଲିଜେହଙ୍କ ପିତା ଅତୁଲ ଅଗ୍ନିହୋତ୍ରୀ ମଧ୍ୟ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା। ସେ ନାନା ପାଟେକରଙ୍କ ସହ ଫିଲ୍ମ ‘କ୍ରାନ୍ତିଭିର୍’ ପାଇଁ ବିଶେଷ ଭାବରେ ଜଣାଶୁଣା। ତେଙ୍କ ମା’ ଅଲଭିରା ଖାନ୍ ଅଗ୍ନିହୋତ୍ରୀ ଜଣେ ଚଳଚ୍ଚିତ୍ର ନିର୍ମାତା ତଥା ଫ୍ୟାଶନ୍ ଡିଜାଇନର୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.