ନିଜ ବାହାଘର ପାଇଁ ପ୍ରିୟଙ୍କା ଚୋପ୍ରା ସଲମାନ ଖାନ୍ଙ୍କ ନୂଆ ଫିଲ୍ମ ‘ଭାରତ’ରୁ ଓହରି ଯାଇଥିବା ଚର୍ଚ୍ଚା ଚାଲିଛି । ତେବେ ଅଚାନକ ଫିଲ୍ମରୁ ଓହରିଯିବା ନେଇ ଅନେକ ଗୁଜବ ମଧ୍ୟ ହୋଇଛି । ଏହି ଘଟଣାରେ ସଲମାନ ପ୍ରିୟଙ୍କାଙ୍କ ଉପରେ ରାଗିଛନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ତେବେ ଏସବୁ ଗୁଜବକୁ ଖଣ୍ଡନ କରିଛନ୍ତି ସଲମାନଙ୍କ ବାପା ସଲିମ ଖାନ୍ । ସେ କହିଛନ୍ତି ସଲମାନ ପ୍ରିୟଙ୍କାଙ୍କୁ ଖରାପ ଭାବି ନାହାନ୍ତି କି ତାଙ୍କ ଉପରେ ରାଗି ନାହାନ୍ତି । ଫିଲ୍ମ ଦୁନିଆରେ ଏଭଳି ଘଟିଥାଏ । ତେବେ କେଉଁ କାରଣରୁ ପ୍ରିୟଙ୍କା ଫିଲ୍ମଟି ଛାଡ଼ିଲେ ସେ ସମ୍ପର୍କରେ ସେ ଜାଣି ନାହାନ୍ତି ବୋଲି ସଲିମ ଖାନ୍ କହିଛନ୍ତି । ଏପଟେ ତାଙ୍କ ଜାଗା କିଏ ନେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଥମି ନାହିଁ । । କାଟ୍ରିନା କୈଫଙ୍କ ନାଁ ପ୍ରଥମେ ଶୁଣା ଯାଉଥିଲା ଏବେ କରିନାଙ୍କ ନାଁ ଚର୍ଚ୍ଚାରେ ଅଛି ।