ଫିଲ୍ମ ‘ଅନ୍ତିମ ଦ ଫାଇନାଲ ଟ୍ରୁଥ’ର ପ୍ରମୋସନ ପାଇଁ ସାବରମତୀ ଆଶ୍ରମରେ ପହଞ୍ଚିଲେ ସଲମାନ ଖାନ, ଚରଖା ଚଲାଇଲେ

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଫିଲ୍ମ ‘ଅନ୍ତିମ ଦ ଫାଇନାଲ୍ ଟ୍ରୁଥ୍’ ରିଲିଜ୍ ହୋଇସାରିଛି । ସିନେମା ହଲରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଫିଲ୍ମ ଏପର୍ଯ୍ୟନ୍ତ ବକ୍ସ ଅଫିସରେ ଭଲ ଆୟ କରିନାହିଁ। ଏସବୁ ସତ୍ତ୍ୱେ ‘ଅନ୍ତିମ’ ଫିଲ୍ମର ପ୍ରମୋସନ ପାଇଁ ଏବେ ଲାଗିପଡିଛନ୍ତି ସଲମାନ ଖାନ । ଆଉ ଖାସ୍‌ ଏଥିପାଇଁ ଭାଇଜାନ ଗୁଜରାଟରେ ଫିଲ୍ମର ପ୍ରମୋସନ ପାଇଁ ସାବରମତୀ ଆଶ୍ରମରେ ପହଞ୍ଚିଥିଲେ । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି।

ଏହି ସମୟରେ ସଲମାନ ସାବରମତୀ ଆଶ୍ରମରେ କିଛି ସମୟ କାଟିବା ସହିତ ସେଠାରେ ସୁତା କାଟିଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ବଲିଉଡ୍ ଭାଇଜାନ୍ ସଲମାନ୍ ଅରଟ ଧରି ସୂତା କାଟୁଥିବା ନଜର ଆସୁଛନ୍ତି । ଖାଲି ସେତିକି ନୁହେଁ, ଏହି ସମୟରେ ତାଙ୍କ ସହିତ କିଛି ଫ୍ୟାନ୍ସ ମଧ୍ୟ ନଜର ଆସିଛନ୍ତି । ଆଶ୍ରମକୁ ଗଲାବେଳେ ସଲମାନଙ୍କ ସହିତ ତାଙ୍କ ବଡିଗାର୍ଡ ଶେରା ମଧ୍ୟ ଯାଇଥିଲେ।

ashram
PC: FilmiBeat

ସୂଚନାଯୋଗ୍ୟ, ଏହା ପୂର୍ବରୁ ସଲମାନ ଖାନ୍ ବିଭିନ୍ନ ରିଆଲିଟି ସୋରେ ମଧ୍ୟ ‘ଅନ୍ତିମ’ର ପ୍ରମୋସନ କରିସାରିଛନ୍ତି । ଏବେ ସେ ଦେଶର ବିଭିନ୍ନ ସହର ବୁଲି ଫିଲ୍ମର ପ୍ରମୋସନ କରୁଛନ୍ତି । ଏପର୍ଯ୍ୟନ୍ତ ଫିଲ୍ମ ଭଲ ଆୟ କରିନାହିଁ। ଗତ ଦୁଇ ଦିନ ଭିତରେ ଅନ୍ତିମ ବକ୍ସ ଅଫିସରେ ମାତ୍ର ୧୦ କୋଟି ଟଙ୍କା ରୋଜଗାର କରିପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.