ନିଜ ଘର ପାଖରେ ହିଁ ଡୁପ୍ଲେକ୍ସ ଭଡ଼ା ନେଲେ ସଲମାନ୍‌ ଖାନ୍‌, ଭଡ଼ାରେ ଦେବେ ଲକ୍ଷାଧିକ ଟଙ୍କା

ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ନିଜ ବାଦଶାହ ଭଳି ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ମଧ୍ୟ ସେ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହିଥାନ୍ତି। ବଲିଉଡ୍‌ର ଜଣେ ବଡ଼ ଷ୍ଟାର ଭାବେ ପରିଚିତ ସଲମାନ୍‌ଙ୍କର ଘରଠାରୁ ଆରମ୍ଭ କରି ଗାଡ଼ି ପର୍ଯ୍ୟନ୍ତ ସବୁ କିଛି ଲଗ୍‌ଜୁରି। ସେ ଏକ ଲଗ୍‌ଜ୍ୟୁରିୟସ୍‌ ଲାଇଫ୍‌ ବଞ୍ଚନ୍ତି। ରୟାଲ ଲାଇଫ୍‌ ବଞ୍ଚୁଥିବା ସଲମାନ୍‌ ଖାନ୍‌ ନିଜ ପରିବାର ସହ ବାନ୍ଦ୍ରାର ପପୁଲାର ଗ୍ୟାଲେକ୍ସି ଆପାର୍ଟମେଣ୍ଟସ୍‌ରେ ରହୁଛନ୍ତି। ଏହା ବ୍ୟତୀତ ସେ ପନ୍‌ଭିନ୍‌ର ଫାର୍ମ ହାଉସ୍‌ରେ ବି ପ୍ରାୟତଃ ସମୟ ବିତାଇଥାନ୍ତି। ସଲମାନଙ୍କ ପାଖରେ ସାରା ଦେଶର ପ୍ରାୟ ସମସ୍ତ ସ୍ଥାନରେ ଘର ରହିଛି। ତେବେ ଏହି ତାଲିକାରେ ଏବେ ଆଉ ଏକ ନାଁ ଯୋଡ଼ି ହୋଇଛି। ଏବେ ସଲମାନ୍‌ ଏକ ନୂଆ ପ୍ରପର୍ଟି ଭଡ଼ାରେ ନେଇଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)

ବି-ଟାଉନ୍‌ର ଭାଇଜାନ୍‌ ଏକ ଦାମୀ ଘର ଭଡ଼ା ସୂତ୍ରରେ ନେଇଛନ୍ତି। ରିପୋର୍ଟ ମୁତାବକ, ସଲମାନ୍‌ ଖାନ୍‌ ବାନ୍ଦ୍ରାସ୍ଥିତ ନିଜ ଘର ପାଖରେ ହିଁ ଏକ ଡୁପ୍ଲେକସ ଭଡ଼ାରେ ନେଇଛନ୍ତି। ଏଥିପାଇଁ ସେ ରେଣ୍ଟ ଏଗ୍ରିମେଣ୍ଟ ଫାଇନାଲ କରିଛନ୍ତି। ବାନ୍ଦ୍ରାର ମକବା ହାଇଟ୍ସର ୧୭ ଓ ୧୮ ମହଲାରେ ଥିବା ଏହି ଡୁପ୍ଲେକ୍ସ ବେଶ୍‌ ଆଲିଶାନ୍‌। ଏହି ଘର ଭିତରେ ସବୁ ପ୍ରକାରର ଅତ୍ୟାଧୁନିକ ସୁବିଧା ରହିଛି। ସଲମାନ୍‌ ଏହି ପ୍ରପର୍ଟିକୁ ୧୧ ମାସ ପାଇଁ ଏଗ୍ରିମେଣ୍ଟରେ ନେଇଛନ୍ତି ବୋଲି ଜଣାଯାଇଛି। କୁହାଯାଉଛି, ଏହା ଏକ ୨,୨୬୫ ବର୍ଗ ଫୁଟ୍‌ର କାର୍ପେଟ ଏରିଆ। ଏହି ଡୁପ୍ଲେକ୍ସର ବ୍ୟବହାର ରାଇଟର ପ୍ୟାଡ୍‌ ପାଇଁ କରାଯିବ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଡୁପ୍ଲେକ୍ସ ପାଇଁ ସଲମାନ ପ୍ରତି ମାସରେ ୮.୨୫ ଲକ୍ଷ ଟଙ୍କା ଭଡ଼ା ଦେବେ।

ସୂଚନାଯୋଗ୍ୟ ଯେ ସଲମାନ୍‌ ଖାନ୍‌ ଏବେ ନିଜ ଫିଲ୍ମ ପାଇଁ ବେଶ୍‌ ବ୍ୟସ୍ତ ଅଛନ୍ତି। ନିକଟରେ ସଲମାନ୍‌ ନିଜ ଆଗାମୀ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ୍‌’ର ରିଲିଜ୍‌ ତାରିଖ ଘୋଷଣା କରିଥିଲେ। ଏଥିସହ ଆଗକୁ ସଲମାନ୍‌ ଖାନ୍‌ଙ୍କ ବିଗ୍‌ ବଜେଟ୍‌ ଫିଲ୍ମ ‘ଟାଇଗର ୩’ ମଧ୍ୟ ସାମ୍ନାକୁ ଆସିବ। ଏହି ଫିଲ୍ମରେ ସଲମାନ୍‌ଙ୍କ ସହ କ୍ୟାଟ୍ରିନା କୈଫ୍‌ ନଜର ଆସିବେ। ଏହି ଫିଲ୍ମର ସୁଟିଂ ପାଖାପାଖି ସରିବା ଉପରେ ହେଲାଣି।

 

View this post on Instagram

 

A post shared by Salman Khan (@beingsalmankhan)


ପ୍ରକାଶ ଯେ ଟାଇଗରର ଦୁଇଟି ଯାକ ପାର୍ଟ ଖୁବ୍ ହିଟ୍ ହୋଇଛି। ପ୍ରଥମ ପାର୍ଟ ୨୦୧୨ରେ ଆସିଥିଲା। ଏଥିରେ ନିର୍ଦ୍ଦେଶନା ଦେଇଥିଲେ କବୀର ଖାନ୍। ଏହାର ସେକେଣ୍ଡ ପାର୍ଟରେ ଅଲ୍ଲୀ ଅବ୍ଦାସ୍ ଜଫର ଡାଇରେକ୍ଟର ଥିଲେ। ଏବେ ଟାଇଗର ୩ରେ ନିର୍ଦ୍ଦେଶନା ଦେଉଛନ୍ତି ମନୀଷ ଶର୍ମା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.