ମନୋରଂଜନ

ଟଲିଉଡ ମୁହାଁ ଭାଇଜାନ୍‌ ସଲମାନ୍‌ ଖାନ୍‌, ଛାଡ଼ିବେ କି ବଲିଉଡ ? ଗଡ୍‌ ଫାଦରର ଟ୍ରେଲର ଲଞ୍ଚ ବେଳେ କହିଲେ ଏମିତି

ସାଉଥ ଇଣ୍ଡଷ୍ଟ୍ରୀର ଧମାକାଦାର ଫିଲ୍ମ ‘ଗଡ୍‌ ଫାଦର’ ୫ ଅକ୍ଟୋବର ଅର୍ଥାତ୍‌ ଦଶହରାରେ ରିଲିଜ୍‌ ହେବାକୁ ଯାଉଛି। ଏହାର ଟ୍ରେଲର ଲଞ୍ଚ ଇଭେଣ୍ଟ ସମୟରେ ସଲମାନ୍‌ ଖାନ ସାଉଥ ସିନେମାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।
ସଲମାନ୍‌ ଖାନ ସବୁବେଳେ ନିଜକୁ ଚର୍ଚ୍ଚାରେ ରଖି ଆସିଛନ୍ତି। ଏହାରି ଭିତରେ ସାଉଥ ମେଗା ଷ୍ଟାର ଚିରଞ୍ଜୀବଙ୍କ ସହିତ ତାଙ୍କର ‘ଗଡ୍‌ ଫାଦର’ ର ଟ୍ରେଲର ଅସି ଯାଇଛି । ଅନ୍ୟ ପଟେ ବିଗ ବସ୍‌ -୧୬ ର ନୂଆ ସିଜିନ୍‌ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଭାଇଜାନ ଚାରିଆଡ଼ୁ ଛାଇ ହୋଇ ରହିଛନ୍ତି। ସୂଚନା ରହିଛି ଯେ ଏହି ଫିଲ୍ମରେ ଭାଇଜାନ ଏକ କେମିଓ ରୋଲରେ ନଜର ଆସିବେ।

ଏହା ଦ୍ୱାରା ତାଙ୍କର ସାଉଥ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ହେବ ବୋଲି କୁହାଯାଇ ପାରେ। ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ସମୟରେ ଭାଇଜାନ ସଲମାନ୍‌ ଖାନ ବଲିଉଡ ଛାଡିବେ ବୋଲି କହିଛନ୍ତି,ଏହି କଥା କେତେ ସତ କେତେ ମିଛ ଆସନ୍ତୁ ଜାଣିବା। ସାଉଥ ଇଣ୍ଡଷ୍ଟ୍ରିରେ ଏକ ଧମାକାଦାର ଅପକମିଙ୍ଗ୍‌ ଫିଲ୍ମ ଗଡ୍‌ ଫାଦରର ଟ୍ରେଲର ରିଲିଜ୍‌ ପରେ ଲୋକଙ୍କ ମନରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ଏହି ଫିଲ୍ମ ୫ ଅକ୍ଟୋବର ଅର୍ଥାତ୍‌ ଦଶହରାରେ ରିିଲିଜ୍‌ ହେବାକୁ ଯାଉଛି। ଏମିତିକି ଏଥିରେ ସଲମାନ୍‌ ଏକ କେମିଓ ରୋଲରେ ନଜର ଆସିବେ ବୋଲି ସମସ୍ତେ ଜାଣିଛନ୍ତି। ଏହାରି ଭିତରେ ସେ ସାଉଥ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି ଏବଂ ସେ ହଲିଉଡ ମୁହାଁ କଳାକାରମାନଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି।

ସଲମାନ ବଲିଉଡ ଛାଡ଼ୁ ନାହାଁନ୍ତି, କିନ୍ତୁ ସାଉଥ ଇଣ୍ଡଷ୍ଟ୍ରି ପାଇଁ ଯଥେଷ୍ଟ ଭଲପାଇବା ଦେଖାଇଛନ୍ତି । ସେ ସାଉଥ ସିନେମାରେ କାମ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି। ଟ୍ରେଲର ଲଞ୍ଚ ହେବା ପରେ ସଲମାନ ବହୁତ ଖୁସି ଜଣା ପଡ଼ୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସେ ସାଉଥର ପ୍ରଶଂସକଙ୍କୁ ହିନ୍ଦୀ ସିନେମା ଆଡ଼କୁ ଆଣିବାକୁ ଚାହୁଁଛନ୍ତି। ଭାଇଜାନଙ୍କ କହିବା କଥା ଭାଷା ଅଲଗା କିନ୍ତୁ ସିନେମା ଗୋଟିଏ। ମୁଁ ହଲିଉଡ ନୁହେଁ ବରଂ ଟଲିଉଡ ଯିବାକୁ ଚାହେଁ।
ଟ୍ରେଲର ଲଞ୍ଚ ଇଭେଣ୍ଟରେ ସଲମାନ କହିଛନ୍ତି ମୁଁ ହଲିଉଡ ନୁହେଁ ବରଂ ଟଲିଉଡ ଯବାକୁ ଚାହେଁ। ସଲମାନଙ୍କ କହିବା କଥା ହେଉଛି ଯଦି ଆମେ ସାଥିରେ କାମ କରିବା ଆରମ୍ଭ କରିବା, ଆମ ପାଖକୁ ଅନେକ ସଂଖ୍ୟାରେ ଲୋକ ଆସିବେ ।

ସେ ଏହା ବି କହିଛନ୍ତି ଚୀରଞ୍ଜୀବଙ୍କ ଫ୍ୟାନ୍ସ ଏବଂ ମୋ ଫ୍ୟାନ୍ସ ମିଶିଯିବେ ତା ପରେ ଫିଲ୍ମ ୪୦୦ କୋଟି ନୁହେଁ ୪୦୦୦ କୋଟି ବ୍ୟବସାୟ କରିବ । ୩୦୦ ରୁ ୪୦୦ କୋଟିର ବ୍ୟାପାର ପୁରା ସହଜ ହେଇଯିବ। ସମସ୍ତଙ୍କର ପସନ୍ଦ ସାଉଥ ଆକ୍ଟର ଏବଂ ସାଉଥ ଫିଲ୍ମ। ସଲମାନ କହିଛନ୍ତି ଯେ ବର୍ତ୍ତମାନ ନର୍ଥ ର ଆକ୍ଟରଙ୍କ ଅପେକ୍ଷା ଦର୍ଶକ ସାଉଥ ଆକ୍ଟରଙ୍କୁ ଅଧିକ ପସନ୍ଦ କରୁଛନ୍ତି। ଲୋକମାନେ ସାଉଥ କଳାକାରମାନଙ୍କୁ ଦେଖିବାକୁ ପସନ୍ଦ କରୁଛନ୍ତି, ଆମକୁ ସାଥିରେ କାମ କରିବାକୁ ପଡ଼ିବ ଏହି ବେରିୟରକୁ ଭାଙ୍ଗିବାକୁ ପଡ଼ିବ। ଚୀରଞ୍ଜୀବଙ୍କ ଗଡ୍‌ ଫାଦର ଫିଲ୍ମ ହିନ୍ଦୀରେ ମଧ୍ୟ ରିଲିଜ କରାଯିବ। ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ନୟନତାରା ଏଂ ସତ୍ୟ ଦେବଙ୍କୁ ଗରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ସିନେମାର ଜବରଦସ୍ତ ପ୍ରମୋଶନକୁ ଦେଖି ଲାଗୁଛି ,ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ।

KNews Bureau

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

2 mins ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

9 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

23 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

29 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

59 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago