ମୁହଁ ଖୋଲିଲେ ସଲମାନ : କହିଲେ ପ୍ରିୟଙ୍କାଙ୍କ ପାଇଁ ଅଛନ୍ତି ଖୁସି

ମୁମ୍ବାଇ : ପ୍ରିୟଙ୍କା ଚୋପ୍ରାଙ୍କ ଭାରତ ଛାଡିବା ନେଇ ଶେଷକୁ ମୁହଁ ଖୋଲିଛନ୍ତି ଦବଙ୍ଗଖାନ୍। ନିଜ ଭିଣୋଇ ଆୟୁଷ ଶର୍ମାଙ୍କ ଫିଲ୍ମର ଟ୍ରେଲର ଲଞ୍ଚ ଅବସରରେ ସଲମାନ୍ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି, “ମୁଁ ତାଙ୍କ ପାଇଁ ବହୁତ ଖୁସି ଅଛି। ଆମକୁ ବହୁସମୟ ପରେ ଜଣାପଡିଲା ଯେ, ସେ ସେଠାରେ କୌଣସି ବଡ ଫିଲ୍ମ ସାଇନ୍ କରିଛନ୍ତି। ଆମକୁ ଟିକେ ଆଗରୁ ଏକଥା ଜଣାପଡିଥିଲେ ମଧ୍ୟ ତାଙ୍କୁ ଆମେ ଅଟକାଇ ନଥାନ୍ତୁ। ଆମକୁ ଶେଷ ମୂହୁର୍ତ୍ତରେ ଜଣାପଡିଲା। ମୋ ସୁଟିଂ ଆରମ୍ଭ ହୋଇଯାଇଥିଲା ଓ ତାଙ୍କ ସୁଟିଂ ଆରମ୍ଭ ହେବାକୁ ମାତ୍ର ୧୦ ଦିନ ବାକି ଥିଲା। ସେତେବେଳେ ଆମେ ଜାଣିବାକୁ ପାଇଲୁ, ସେ ଫିଲ୍ମ ଛାଡୁଛନ୍ତି।

ଆମେ ଏହି ଖବରକୁ ମଧ୍ୟ ଖୁସି ଖୁସି ଗ୍ରହଣ କରିଛୁ। ସେ ଆମ ସହ କାମ କରିବାକୁ ଚାହୁଁନାହାନ୍ତି ତ ନକରନ୍ତୁ। ସେତେବେଳେ କିଛି ଅଲଗା କାରଣ ମୁଁ ଶୁଣିଥିଲି। ଯାହା ବି କାରଣ ହେଉ। ବିବାହ କିମ୍ବା ଫିଲ୍ମ। ଏହା ତାଙ୍କ ନିଷ୍ପତ୍ତି। ଆମେ ତାଙ୍କ ସହ ଅଛୁ ଓ ଚାହୁଁଛୁ ସେ ଆହୁରି ଭଲ କାମ କରନ୍ତୁ। ଏଠାରେ କାମ ନକଲେ କ’ଣ ଅଛି, ସେଠାରେ କାମ କରି ଦେଶ ନାଁ ବଢାଉଛନ୍ତି। ସଲମାନ ନହେଲେ ନାହିଁ, ସେଠାରେ କୌଣସି ବଡ ଷ୍ଟାରଙ୍କ ସହ ତ କାମ କରିବେ। ଏହାଦ୍ୱାରା ମଧ୍ୟ ଦେଶ ନାଁ ବଢିବ।

ପ୍ରିୟଙ୍କା ଭାରତ ଛାଡିବାର କାରଣ ପ୍ରଥମେ ନିକଙ୍କ ସହ ତାଙ୍କର ବିବାହ କୁହାଯାଉଥିବା ବେଳେ ପରେ ପ୍ରିୟଙ୍କା ଏହାକୁ ସଂପୂର୍ଣ୍ଣ ମିଥ୍ୟା କହିଥିଲେ। ତାଙ୍କ ଅନୁଯାୟୀ , ସେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବା ପାଇଁ ଚାହାନ୍ତି। ପ୍ରିୟକାଙ୍କ ପ୍ରତ୍ୟେଖାନ ପରେ କ୍ୟାଟ୍ରିନା ଏହି ସୁଯୋଗ ହାତେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.