ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ପରେ ସଲମାନ ଖାନ୍‌ଙ୍କ ସୁରକ୍ଷା ବଢ଼ାଇଲେ ମୁମ୍ବାଇ ପୋଲିସ

ପଞ୍ଜାବୀ ଗାୟକ ତଥା ର‍୍ୟାପ୍‌ର ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟା ପରେ ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ସିଦ୍ଧୁ ମୁସେଓ୍ଵାଲା ହତ୍ୟାକାଣ୍ଡ ପରେ ଲରେନ୍ସ ବିଶ୍ରୋଇର ଗୁର୍ଗେ ଗୋଲ୍ଡି ବରାର ନିଜକୁ ଏଥିପାଇଁ ଦାୟୀ କରିଛନ୍ତି। ଏଣୁ ଏବେ ପୋଲିସ ସଲମାନଙ୍କ ସୁରକ୍ଷାକୁ ନେଇ ସତର୍କ ହୋଇଯାଇଛି। ବିଶ୍ରୋଇ କିଛି ଦିନ ପୂର୍ବରୁ ସଲମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ମୁମ୍ବାଇ ପୋଲିସ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି। ଫଳରେ ରାଜସ୍ଥାନରେ ଚାଲିଥିବା ବିଶ୍ରୋଇ ଗ୍ୟାଙ୍ଗ୍‌ର ଆତଙ୍କରୁ ସେ ସୁରକ୍ଷିତ ରହିବେ। ଏଣୁ ସଲମାନ୍‌ ଖାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢ଼ାଇ ଦିଆଯାଇଛି।

ସଲମାନ୍‌ ଖାନ୍‌ ‘ହମ୍‌ ସାଥ୍‌ ସାଥ୍‌ ହୈ’ର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର ମାମଲାକୁ ନେଇ ବିଶ୍ରୋଇ ଗ୍ୟାଙ୍ଗ୍‌ର ରାଡାରରେ ଥିଲେ। ପ୍ରକାଶ ଯେ ବିଶ୍ରୋଇ ସମୁଦାୟ କୃଷ୍ଣସାର ମୃଗକୁ ପବିତ୍ର ବୋଲି ବିବେଚନା କରିଥାନ୍ତି।

ବିଶ୍ରୋଇ ଏହା ପୂର୍ବରୁ ୨୦୧୮ ମସିହାରେ ସଲମାନ୍‌ ଖାନ୍‌ଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ହତ୍ୟା ଅଭିଯୋଗରେ ୨୦୨୦ରେ ଗିରଫ ହୋଇଥିବା ବିଶ୍ରୋଇର ନିକଟତମ ସହଯୋଗୀଙ୍କ ମଧ୍ୟରୁ ଜଣେ ରାହୁଲ ଓରଫ୍‌ ସୁନ୍ନୀ ସ୍ୱୀକାର କରିଥିଲେ ଯେ ସେ ସଲମାନ୍‌ଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ଓ ହତ୍ୟାର ଯୋଜନା କରିବାକୁ ମୁମ୍ବାଇ ମଧ୍ୟ ଯାଇଥିଲେ। ତେବେ କାମ କଥା କହିବା ତ ସଲମାନ୍‌ ‘ଟାଇଗର ୩’ରେ କ୍ୟାଟ୍ରିନା କୈଫ୍‌ଙ୍କ ସହ ନଜର ଆସିବେ। ଏହା ବ୍ୟତୀତ ସେ ଏବେ ‘କଭି ଇଦ୍‌ କଭି ଦିଓ୍ଵାଲୀ’ରେ ମଧ୍ୟ କାମ କରୁଛନ୍ତି।

Also Read: ଭାରତୀୟ ୟୁଟ୍ୟୁବ୍‌କୁ ଜୋରଦାର ଝଟ୍‌କା, ୪୪ ଲକ୍ଷରୁ ଅଧିକ YouTube ଚ୍ୟାନେଲକୁ ବ୍ୟାନ୍‌ କଲା କମ୍ପାନୀ