ନୂଆ ଲୁକରେ ନଜର ଆସିଲେ ଭାଇଜାନ, ଆଉ କିଛିଦିନ ପରେ ରିଲିଜ୍ ହେବ ସିକନ୍ଦର..

ନିକଟରେ ସଲମାନ ଖାନଙ୍କ ଫିଲ୍ମ ସିକନ୍ଦର ରିଲିଜ୍ ହେବାକୁ ଯାଉଛି । ଭାଇଜାନ୍ ସବୁବେଳେ ନିଜ ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଚାଲିଛି । ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ କାଜଲ ଅଗ୍ରୱାଲଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।
୪୦୦ କୋଟି ଟଙ୍କା ବଜେଟରେତିଆରି ହୋଇଛି ଏହି ଫିଲ୍ମ । ସିକନ୍ଦର ୧୦୦୦ କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି । ତେବେ ଫିଲ୍ମର ଟିଜର ରିଲିଜ୍ ହୋଇସାରିଛି । ସେହି ସମୟରେ, ଫିଲ୍ମ ରିଲିଜ୍ ପୂର୍ବରୁ ସିକନ୍ଦରର ଟ୍ରେଲରକୁ ଅପେକ୍ଷା କରାଯାଇଛି । ତେବେ ଭାଇଜାନଙ୍କ ନୂଆ ଭିଡିଓ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ ତାଙ୍କୁ ଡବିଂ ଷ୍ଟୁଡିଓ ବାହାରେ ଦେଖିବାକୁ ମିଳୁଛି ।
ନୂଆ କେଶସଜ୍ଜା ସହ ସଲମାନ ଫାନ୍ସଙ୍କ ଆଗକୁ ଆସିଛନ୍ତି । ସଲମାନ ସମ୍ପୂର୍ଣ୍ଣ କ୍ଲିନ୍ ସେଭ୍ ହୋଇଥିବା ଦେଖାଯାଉଛି । ସଲମାନ ଖାନଙ୍କୁ ଜିନ୍ସ ଏବଂ ଟି-ସାର୍ଟରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ତାଙ୍କର କେଶ ସଜ୍ଜା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସଲମାନ କ୍ଲିନ୍ ସେଭ୍ରେ ବହୁତ ସ୍ମାର୍ଟ ଦେଖାଯାଉଛନ୍ତି । ସୁପରଷ୍ଟାରଙ୍କ କାନରେ କାନଫୁଲ ମଧ୍ୟ ଦେଖାଯାଇଥିଲା । ଯାହା ସିକନ୍ଦରରେ ମଧ୍ୟ ଦେଖିବାକୁ ମିଳିବ। ସଲମାନଙ୍କୁ ନିକଟରେ ଆମିରଙ୍କ ଘରେ ଦେଖିବାକୁ ମିଳିଥିଲା
। ସଲମାନ ଆମିର ଖାନଙ୍କ ୬୦ ତମ ଜନ୍ମଦିନ ଅବସରରେ ତାଙ୍କୁ ଭେଟିବାକୁ ଆସିଥିଲେ। ସିକନ୍ଦର ବିଷୟରେ କହିବାକୁ ଗଲେ, ଏହି ଫିଲ୍ମଟି ଇଦ୍ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତା ଏହାର ଦୁଇଟି ଗୀତ ମଧ୍ୟ ରିଲିଜ୍ କରିସାରିଛନ୍ତି । ଏପର୍ଯ୍ୟନ୍ତ ନିର୍ମାତା ସିକନ୍ଦରର ଟ୍ରେଲର ରିଲିଜ୍ କରିନାହାଁନ୍ତି କିମ୍ବା ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇ ନାହିଁ ।
Also read: ଲଭୟାପା ସ୍କ୍ରିନିଙ୍ଗ୍ ରେ ଏକାଠି ନଜର ଆସିଲେ ଶାହରୁଖ, ଆମିର ଓ ସଲମାନ୍, ଫ୍ୟାନ୍ସ ହେଲେ ଖୁସି