ନିଜର ଫିଟନେସ ଦେଖେଇବାକୁ ଗଛ ଚଢିଲେ ସଲମାନ, ହେଲେ ଟ୍ରୋଲର ଶିକାର   

ବଲିଉଡ ଜଗତର ଭାଇଜାନ ହେଇଛନ୍ତି ସୁପରଷ୍ଟାର ସଲମାନ ।  ଯିଏକି ଭଳିକି ଭଳି ଦମଦାର ଅଭିନୟରେ ଦର୍ଶକଙ୍କ ହ୍‌ଦୟରେ ରାଜ କରୁଛନ୍ତି ।  ନିକଟରେ ଇଦ୍ ରେ  ସିକନ୍ଦର ଫିଲ୍ମରେ ଦର୍ଶକ ଓ ସିନେପ୍ରେମୀ ତାଙ୍କୁ ସିନେମା ହଲରେ ଦେଖିଥିଲେ । କିନ୍ତୁ ଏବେ ଫିଲ୍ମ ନୁହଁ ସେ ରିୟଲ ଲାଇଫ୍ ରେ ଏକ ଗଛ ଉପରେ ଚଢୁଥିବା ଦେଖାଯାଇଛି । ସବୁଠାରୁ ବଡ କଥା ହେଲା ଖୋଦ ଅଭିନେତା ଏହି ଗଛ ଚଢୁଥିବା ଭିଡିଓ ଟି ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି । ସଲମାନଙ୍କୁ ଗଛରେ ଚଢ଼ାଇ  ଦେଇଛନ୍ତି  କିଛି ସମାଲୋଚକ ।  ନିଜର ଫିଟନେସ ଦେଖାଇବାକୁ ଗଛରେ ଚଢିଛନ୍ତି ବଲିଉଡ୍ ଭାଇଜାନ ସଲମାନ ଖାନ  ।   ତେବେ  ସୂଚନା ଅନୁସାରେ ନିଜ ଫାର୍ମ ହାଉସରେ ଥିବା ଏକ ଗଛରେ ଚଢ଼ି ଫଳ ତୋଳିଛନ୍ତି ସଲମାନ ।  ହାପ୍ ପ୍ୟାଣ୍ଟ ପିନ୍ଧି ଗଛରେ ଚଢ଼ିଥିଲେ ସଲମାନ ।  ଗଛ ଉପରେ ରହି କୋଳି ତୋଳିଥିଲେ ।

ନିଜ ଫିଟନେସକୁ ନେଇ କିଛି ଦିନ ତଳେ  ସେ ଟ୍ରୋଲ୍ ହୋଇଥିଲେ ।  ଏବେ ଗଛଚଢ଼ା ଭିଡିଓ ପୋଷ୍ଟ କରିବା ପରେ ସଲମାନଙ୍କ ଫ୍ୟାନ୍ ସମାଲୋଚକଙ୍କୁ କାଉଣ୍ଟର କରିଛନ୍ତି । ତେବେ ଏହି ପୋଷ୍ଟରେ କିଛି ୟୁଜର ନିଜ ନିଜ ମତ୍ତ ସେୟାର କରିଛନ୍ତି ।  ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତି, ଯେଉଁମାନେ ଟ୍ରୋଲ କରୁଛନ୍ତି, ସେମାନେ ଏହି ବୟସରେ ଚତୁର୍ଥ ମହଲାକୁ ବି ସିଡ଼ିରେ ଉଠି ପାରିବେନି ।

Also read: ଆଜି ରିଲିଜ୍ ହୋଇଛି ସଲମାନଙ୍କ ସିକନ୍ଦର, ପ୍ରଥମ ଦିନର ରୋଜଗାର ଉପରେ ରହିଛି ସମସ୍ତଙ୍କ ନଜର..