ସଲମାନ ଖାନଙ୍କୁ ଡେଙ୍ଗୁ, ଏବେ ଭାଇଜାନଙ୍କ ସ୍ଥାନରେ ବିଗ୍‌ବସ୍‌ ହୋଷ୍ଟ କରିବେ କରଣ ଜୋହର

ବଲିଉଡର ଭାଇଜାନ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର। ସମସ୍ତଙ୍କ ପ୍ରିୟ ଭାଇଜାନ ଏବେ ଡେଙ୍ଗୁରେ ପୀଡିତ। ଆଉ ଏଥିପାଇଁ ସଲମାନ ଖାନ ବିଗବସ୍‌ ୧୬ରେ କିଛି ସପ୍ତାହ ପାଇଁ ନଜର ଆସିବେ ନାହିଁ। ନିଜର ଆଗାମୀ ଫିଲ୍ମ ଯୋଗୁଁ ସଲମାନ କେବଳ ବିଗବସ୍‌ରେ ଓ୍ଵିକେଣ୍ଡ କା ଓ୍ଵାର କରିବାକୁ ଆସୁଥିଲେ। ତେବେ ଏବେ ଡେଙ୍ଗୁ ହେବା ପରେ ବିଗବସ୍‌କୁ ଆସିବେ ନାହିଁ। ଏବେ ଦର୍ଶକଙ୍କୁ ସଲମାନଙ୍କ ବିନା ବିଗବସ୍‌ର ଓ୍ଵିକେଣ୍ଡ କା ଓ୍ଵାର ଦେଖିବାକୁ ପଡିବ। ଆସନ୍ତା କିଛି ସପ୍ତାହ ଆଉ ବିଗ୍ ବସ୍ -୧୬ ହୋଷ୍ଟ କରିବେ ନାହିଁ । କିନ୍ତୁ ସଲମାନଙ୍କ ଅନୁପସ୍ଥିତିରେ କରଣ ଜୋହର ବର୍ତ୍ତମାନ ଏହି ସୋ ହୋଷ୍ଟ କରିବେ ବୋଲି ମଧ୍ୟ ଖବର ରହିଛି।

ରିପୋର୍ଟ ମୁତାବକ, ସଲମାନ ଖାନଙ୍କୁ ଡେଙ୍ଗୁ ହୋଇଛି। ତେଣୁ ଡାକ୍ତର ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ସଲମାନ ଫିଲ୍ମ ‘ କିସି କା ଭାଇ କିସି କା ଜାନ୍‌’ ସୁଟିଂ କରୁଥିଲେ। କିନ୍ତୁ ଅସୁସ୍ଥ ହେବା ପରେ ଫିଲ୍ମର ସୁଟିଂ ଅଧାରେ ବନ୍ଦ କରିଦିଆଯାଇଛି। ସେହିଭଳି ବିଗବସ୍‌ ସେଟରେ ମଧ୍ୟ ନଜର ଆସିବେ ନାହିଁ। ନିକଟରେ ସଲମାନ ଖାନଙ୍କୁ ଏହି ସପ୍ତାହରେ ଦେଖିବାକୁ ମିଳିବ ନାହିଁ ବୋଲି କୁହାଯାଉଛି। କରଣ ଜୋହର ତାଙ୍କ ସ୍ଥାନ ନେବେ। ବର୍ତ୍ତମାନ ଇଟାଇମ୍ସ ରିପୋର୍ଟ ଅନୁଯାୟୀ ସଲମାନ ଖାନଙ୍କୁ ଡେଙ୍ଗୁ ହୋଇଛି। ଅଭିନେତା ସୁସ୍ଥ ନହେବା ପର୍ଯ୍ୟନ୍ତ କରଣ ଜୋହର ହୋଷ୍ଟ କରିବେ ।

ତେବେ ବିଗବସ୍‌ ଓ୍ଵିକେଣ୍ଡା କା ଓ୍ଵାର ସଲମାନଙ୍କ ବିନା ହେବ। ତେବେ ଆଗକୁ କରଣ ଜୋହର ଏଥିରେ ନଜର ଆସିବେ। ଆଉ ସଲମାନଙ୍କ ବିନା ଶୋ ଦେଖିବା ପାଇଁ ଫ୍ୟାନ୍ସଙ୍କ ମନ ମଧ୍ୟ ନିରାଶ ରହିଛି। ତେବେ କରଣ ଜୋହର ବିଗବସ୍‌ ପ୍ରତିଯୋଗୀଙ୍କୁ ଗାଳି କରୁଥିବାର କିଛି ଭିଡିଓରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କରଣ ଜୋହର ଗତବର୍ଷ ଓଟିଟି ବିଗବସ୍‌ରେ ଡେବ୍ୟୁ କରିଥିଲେ।

Also Read : ବାବା ରାମଦେବଙ୍କ ବିସ୍ଫୋରକ ବୟାନ, ‘ସଲମାନ ଖାନ ଓ ଶାହରୁଖ ଖାନ ଖାଆନ୍ତି ଡ୍ରଗ୍ସ’! ଆର୍ଯ୍ୟସମାଜକୁ କହିଲେ ସବୁଠୁ ପବିତ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.