ପ୍ରତିଥର ବିଦେଶ ଯାତ୍ରା ପୂର୍ବରୁ ସଲମାନଙ୍କୁ ନେବାକୁ ପଡ଼ିବ କୋର୍ଟରୁ ଅନୁମତି

ଯୋଥପୁର : ବଲିଉଡ଼ର ଦବଙ୍ଗ ଖାନଙ୍କୁ ପ୍ରତିଥର ବିଦେଶ ଯାତ୍ରା ପୂର୍ବରୁ ନେବାକୁ ପଡ଼ିବ କୋର୍ଟରୁ ମଞ୍ଜୁରୀ। ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ (ସିଜିଏମ୍) ବିଦେଶ ଯାତ୍ରା ପାଇଁ ସଲମାନଙ୍କୁ ଅନୁମିତି ଦେବା ଆବେଦନକୁ ଶନିବାର ଦିନ ଖାରଜ କରିଛନ୍ତି। କୃଷ୍ଣକାୟମୃଗକୁ ଶିକାର ମାମଲାରେ ସିଜିଏମ୍ କୋର୍ଟ ସଲମାନ ଖାନଙ୍କୁ ପାଞ୍ଚ ବର୍ଷର ଦଣ୍ଡାଦେଷ ଶୁଣାଇଥିଲେ। କିନ୍ତୁ ସଲମାନ ଜେଲରେ ଦୁଇ ଦିନ ରହିବା ପରେ ତାଙ୍କୁ ମିଳିଥିଲା ଜାମିନ, ହେଲେ ତାଙ୍କର ବିଦେଶ ଯାତ୍ରା ଉପରେ ରୋକ ଲଗାଯାଇଥିଲା। କୋର୍ଟରେ ସବୁ ବିଦେଶ ଯାତ୍ରା ପୂର୍ବରୁ ଅନୁମତିର ଦାବି କରାଯାଇଥିଲା।

ନିକଟରେ ସଲମାନ ଏକ ଅପିଲ ଦାୟର କରିବା ସହ ବିଦେଶ ଯାତ୍ରାର ସ୍ଥାୟୀ ଅନୁମତି ମାଗିଥିଲେ। କିନ୍ତୁ ଏହାକୁ ଶନିବାର ଖାରଜ କରିଛି ସିଜିଏମ୍। ଏହି ପରିପେକ୍ଷୀରେ ସଲମାନଙ୍କ ଓକିଲ ମହେଶ ବୋଡ଼ା କହିଛନ୍ତି, ସଲମାନଙ୍କୁ ତାଙ୍କ ଫିଲ୍ମ ଶୁଟିଂ ପାଇଁ ଅନେକ ଥର ବିଦେଶ ଯାତ୍ରା କରିବାକୁ ପଡ଼େ। ଏଥିପାଇଁ ବାରମ୍ବାର ଅନୁମତିର ଅପେକ୍ଷା କରିବା ସମ୍ବବପର ନୁହଁ। ଏହା ଛଡ଼ା ବିଗତ ୨୦ ବର୍ଷ ମଧ୍ୟରେ ଯେତେଥର ମଧ୍ୟ ଯୋଧପୁର କୋର୍ଟରେ ଉପସ୍ଥିତ ହେବା ପାଇଁ କୁହାଯାଇଛି ସଲମାନ ସବୁବେଳେ ଏଠାରେ ତୁରନ୍ତ ଉପସ୍ଥିତ ରହିଛନ୍ତି। ତେବେ ଏହା ପରେ ମଧ୍ୟ କୋର୍ଟ ସଲମାନଙ୍କ ଓକିଲଙ୍କ ଯୁକ୍ତିକୁ ସ୍ବିକାର କରିନଥିଲେ । ଏହା ଦ୍ବାରା ସଲମାନଙ୍କୁ ପୂର୍ବ ଭଳି ପ୍ରତ୍ୟେକ ବିଦେଶ ଯାତ୍ରା ପୂର୍ବରୁ ନେବାକୁ ପଡ଼ିବ ଅନୁମତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.