ସଲମାନ୍‌ଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତି ଗିରଫ, ଧୀରେ ଧୀରେ ଖୋଲୁଛି ସବୁ ରହସ୍ୟ

କିଛି ଦିନ ତଳେ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା ପରେ ସଲମାନ୍‌ ଖାନ୍‌ ଓ ତାଙ୍କ ବାପାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଥିଲା। ସଲମାନଙ୍କ ବାପା ସଲିମ୍‌ ଖାନ୍‌ ଓ୍ଵାକିଂ କରିବାକୁ ଯିବା ବେଳେ ଏକ ବେଞ୍ଚ୍‌ରେ ତାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଚିଠିରେ ସଲମାନ୍‌ ଓ ସଲିମଙ୍କ ଅବସ୍ଥା ମୁସେଓ୍ଵାଲାଙ୍କ ଭଳି ହେବ ବୋଲି କୁହାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ସଲମାନ୍‌ ଖାନ୍‌ଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିଲା।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସଲମାନ ଖାନ୍‌ ବାହାରକୁ ସୁଟିଂ ପାଇଁ ଯାଇଥିଲେ। କିନ୍ତୁ ପୋଲିସ ଲଗାତାର ଏହି ମାମଲା ଉପରେ ନଜର ରଖିଛି। ଏଥିସହ କିଛି ଲୋକଙ୍କୁ ଗିରଫ କରି ପଚରାଉଚରା ବି ଜାରି ରଖିଛି। ଅନ୍ୟପଟେ ସିଦ୍ଧୁ ମୁସେଓ୍ଵାଲା ମାମଲାରେ ଦିଲ୍ଲୀ ପୋଲିସ ବୁଧବାର ବଡ଼ ଖୁଲାସା କରିଛି। ଏହି ପୂରା ମାମଲାରେ ଲରେନ୍ସ ବିଶ୍ରୋଇଙ୍କୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି।

ସଲମାନ୍‌ ଖାନ୍‌ଙ୍କ ଘର ବାହାରେ ଧମକପୂର୍ଣ୍ଣ ଚିଠି ମିଳିବା ମାମଲା ସମାଧାନ ହୋଇଛି। ଧମକପୂର୍ଣ୍ଣ ଚିଠି ମିଳିବା ମାମଲାରେ ସୌରଭ ଓରଫ୍‌ ମହାକାଳଙ୍କ ନାଁ ସାମ୍ନାକୁ ଆସୁଛି। ତାଙ୍କୁ ପୁଣେ ପୋଲିସ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ସମ୍ପର୍କ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟାକାଣ୍ଡ ସହ ମଧ୍ୟ ଜଡ଼ିତ ଅଛି। ଏବେ ତାଙ୍କୁ ଏ ନେଇ ପଚରାଉଚରା ଜାରି ରହିଛି। ଆଶା କରାଯାଉଛି ଯେ ଆଗକୁ ଏହି ମାମଲା ଉପରୁ ଧୀରେ ଧୀରେ ପରଦା ଉଠିବ।

salman khan

ଅନ୍ୟପଟେ ମୁମ୍ବାଇ ପୋଲିସର କ୍ରାଇମ୍‌ ବ୍ରାଞ୍ଚ୍‌ ସଲିମ୍‌ ଖାନ୍‌ ଓ ତାଙ୍କ ପୁଅ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ଧମକ ପୂର୍ଣ୍ଣ ଚିଠି ମିଳିବା ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ରୋଇଙ୍କୁ ପଚରାଉଚରା କରିବା ପାଇଁ ବୁଧବାର ଦିନ ଦିଲ୍ଲୀ ଆସିଥିଲେ।

ଏଥିସହ ଜୁନ୍‌ ୭ରେ ସଲମାନ୍‌ ଖାନ୍‌ ଏନେଇ ନିରବତା ଭଙ୍ଗ କରି କହିଥିଲେ, ତାଙ୍କୁ କୌଣସି ଧମକ ମିଳି ନାହିଁ କି କୌଣସି ଧମକ ପୂର୍ଣ୍ଣ କଲ୍‌ ଆସି ନାହିଁ।

ତେବେ ମହାରାଷ୍ଟ୍ର ପୋଲିସକୁ ମହାକାଳଙ୍କ ଗିରଫ ନେଇ ପଚରାଯିବାରୁ ସେ ସଲମାନ ଖାନ୍‌ଙ୍କ ନାଁ ନେଇ ଧମକ ପୂର୍ଣ୍ଣ ଚିଠି ବିଷୟରେ କହିଥିଲେ। ତାଙ୍କ କହିବାନୁସାରେ, ପଚରାଉଚରା ବେଳେ ମହାକାଳ କହିଥିଲା ଯେ ସଲମାନଙ୍କୁ ମିଳିଥିବା ଚିଠିର ସମ୍ପର୍କ ଲରେନ୍ସ ବିଶ୍ରୋଇଙ୍କ ସହ ରହିଛି। କିନ୍ତୁ ଲରେନ୍ସ ଏହାକୁ ସ୍ୱୀକାର କରୁନାହିଁ ବୋଲି କହିଛି ମହାରାଷ୍ଟ୍ର ପୋଲିସ।

Also Read: ଉଦ୍‌ଘାଟନ ବେଳେ ଭୁଶୁଡ଼ିପଡ଼ିଲା ବ୍ରିଜ୍‌, ସ୍ତ୍ରୀଙ୍କ ସହ ନାଳରେ ପଡ଼ିଲେ ମେୟର; ଦେଖନ୍ତୁ ଭିଡିଓ

Leave A Reply

Your email address will not be published.