‘ଟାଇଗର ୩’ ପାଇଁ ଦମ୍‌ଦାର ବଡି ବନାଉଛନ୍ତି ସଲମାନ୍‌ ଖାନ୍‌, ସେୟାର କଲେ ଜିମ୍‌ରେ ଝାଳ ନିଗାଡ଼ୁଥିବା ଫଟୋ

ଦବଙ୍ଗ ଖାନ୍‌ ସଲମାନ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର ୩’ର ସୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଣୁ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଭାଇଜାନ୍‌। ଏହାର ଝଲକ୍‌ ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସଲମାନ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଜିମ୍‌ ଓ୍ଵାକ୍‌ ଆଉଟ୍‌ର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓକୁ ଜଣାପଡ଼ୁଛି ଯେ ଆଗାମୀ ଫିଲ୍ମ ଟାଇଗର ୩ ପାଇଁ ଫୁଲ୍‌ ଦମ୍‌ରେ ଲାଗିପଡ଼ିଛନ୍ତି ସଲମାନ୍‌।

ଏହି ଭିଡିଓର କ୍ୟାପସନ୍‌ରେ ସେ ଲେଖିଛନ୍ତି- ‘ମୋତେ ଲାଗୁଛି ଏହି ବ୍ୟକ୍ତି ଟାଇଗର ୩ ପାଇଁ ଟ୍ରେନିଂ ନେଉଛନ୍ତି’। ‘ଟାଇଗର ୩’ର ନୂଆ ଲୁକ୍‌ ଆଡ଼କୁ ଇସାରା କରି ସେ ଲେଖିଛନ୍ତି- ଏହା ତ କେବଳ ଆରମ୍ଭ ମାତ୍ର।

 

View this post on Instagram

 

A post shared by Salman Khan (@beingsalmankhan)

୨୦୧୭ରେ ରିଲିଜ୍‌ ହୋଇଥିବା ‘ଟାଇଗର ଜିନ୍ଦା ହେ’ର ସିକ୍ୱେଲ ହେଉଛି ଟାଇଗର ୩। ଏହି ଫିଲ୍ମ ପାଇଁ ଖୁବ୍‌ ପରିଶ୍ରମ କରୁଛନ୍ତି ସଲମାନ୍‌। ଭିଡିଓରେ ସେ ବାଇସେପ୍‌ ଉପରେ କାମ କରୁଥିବା ଦେଖାଯାଇଛି। ଟାଇଗର ୩ରେ ଇମ୍ରାନ୍‌ ହାସ୍‌ମୀ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.