ଏଥରକ ବିଗ୍‌ବସ୍‌ ଓଟିଟିରେ, ସଲମାନ୍‌ କହିଲେ-‘ଶୋ’ ଏତେ କ୍ରେଜ୍‌ ହେବ ଯେ ଟିଭିରେ ବ୍ୟାନ୍‌ ହୋଇଯିବ’

ଇଦ୍‌ ଅବସରରେ ସଲମାନ୍‌ ଖାନ୍‌ ବିଗ୍‌ବସ୍‌ର ୧୫ ତମ ସିଜନ୍‌ର ପ୍ରୋମୋ ଲଞ୍ଚ୍‌ କରିଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ ୧୫ ତମ ସିଜନ୍‌ ଅକ୍ଟୋବର ମାସରେ କୌଣସି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ। ଏବେ ଏହା ଅଫିସିଆଲି ସ୍ପଷ୍ଟ ହୋଇଛି। ପ୍ରୋମୋରେ ସଲମାନ୍‌ ହସି ହସି କହୁଛନ୍ତି, ଏଥରକ ବିଗ୍‌ବସ୍‌ ଏତେ କ୍ରେଜ୍‌ ହେବ ଯେ ଟିଭିରେ ବ୍ୟାନ୍‌ ହୋଇଯିବ।

ରିପୋର୍ଟ ମୁତାବକ, ବିଗ୍‌ବସ୍‌ ଓଟିଟି ପ୍ଲାଟଫର୍ମ ଭୁଟ୍‌ରେ ରିଲିଜ୍‌ ହେବ। ଅନ୍ୟପଟେ ଏହା ଟିଭିରେ ବି ଟେଲିକାଷ୍ଟ ହେବ। ଶୋ’କୁ ପୂର୍ବ ବର୍ଷ ଭଳି ସଲମାନ୍‌ ଖାନ୍‌ ହିଁ ହୋଷ୍ଟ କରିବେ।

 

View this post on Instagram

 

A post shared by Voot (@voot)


ତେବେ ଶୋ’ର ପ୍ରୋମୋ ଭିଡିଓରେ ସଲମାନ୍‌ ସମସ୍ତ ପ୍ରତିଯୋଗୀଙ୍କୁ ପରାମର୍ଶ ବି ଦେଇଛନ୍ତି। ସେ କହିଛନ୍ତି, ସବୁ ପ୍ରତିଯୋଗୀ ଆକ୍ଟିଭ୍‌ ରୁହନ୍ତୁ ଓ ବିଗ୍‌ବସ୍‌ ଘରେ ଭଲରେ ରୁହନ୍ତୁ। ଏହା ହିଁ ମୋର ସମସ୍ତଙ୍କୁ ପରାମର୍ଶ। ତେବେ ବିଗ୍‌ବସ୍‌ ୧୫ରେ କିଏ କିଏ ଅଂଶଗ୍ରହଣ କରିବେ ସେ ନେଇ ଏବେ କୌଣସି ସୂଚନା ମିଳିନାହିଁ। କୁହାଯାଉଛି ଯେ ଚଳିତ ସିଜନ୍‌ରେ ରିୟା ଚକ୍ରବର୍ତ୍ତୀ, ଦିଶା ବକାନୀ ପ୍ରମୁଖ କଳାକାର ଆସିପାରନ୍ତି।

ସୂଚନାଯୋଗ୍ୟ ଯେ ବିଗ୍‌ବସ୍‌ ୧୪ର ଟାଇଟଲ୍‌ ଟିଭି ଅଭିନେତ୍ରୀ ରୁବିନା ଦିଲେକ୍‌ ଜିତିଛନ୍ତି। କିନ୍ତୁ ଲୋକପ୍ରିୟତା କ୍ଷେତ୍ରରେ ରାକ୍ଷୀ ସାଓ୍ଵନ୍ତ ସମସ୍ତଙ୍କୁ ପଛରେ ପକାଇଦେଇଥିଲେ। ରାକ୍ଷୀ ଶୋ’ରେ ଏଣ୍ଟ୍ରି କରିବା ପରେ ଶୋ’ର ଟିଆରପି ଆକାଶଛୁଆଁ ହୋଇଯାଇଥିଲା।

Leave A Reply

Your email address will not be published.