ସୁଟିଂ ସେଟ୍‌ରୁ ବଳକା ଖାଦ୍ୟ ପ୍ୟାକ୍‌ କରି ନେଇ ଆସୁଥିଲେ ସଲମାନ ଖାନ; ବାଟରେ କରୁଥିଲେ ଏହି କାମ…ଖୁଲାସା କଲେ ଆୟେଶା ଜୁଲ୍‌କା

ବଲିଉଡର ଭାଇଜାନ ସଲମାନ ଖାନ ଜଣେ ହୃଦୟବାନ ମଣିଷ, ଏ କଥା ସମସ୍ତେ ଜାଣନ୍ତି। ତାଙ୍କ ଉଦାରତା ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଭଲ କାମ କରିବାରେ ସେ ସବୁବେଳେ ଆଗରେ ଥାଆନ୍ତି। ସଲମାନ ନିଜ ଚାରିଟେବୁଲ ଫାଉଣ୍ଡେସନରୁ ଏମିତି ଅନେକ ଲୋକଙ୍କୁ ଜୀବନ ଦାନ ମଧ୍ୟ କରିଛନ୍ତି। ଅଭିନେତା ସବୁବେଳେ ଚ୍ୟାରିଟି କାମକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସଲମାନ ଖାନଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଆୟେଶା ଜୁଲ୍‌କା ଅଭିନେତାଙ୍କ ପୁରୁଣା ଦିନଗୁଡ଼ିକୁ ମନେ ପକାଇ ସେଦିନର କଥା ସେୟାର କରିଛନ୍ତି, ଯେଉଁଥିରୁ ଜଣାପଡ଼ିଛି ଯେ ବାସ୍ତବରେ ସଲମାନ ଖାନ କେତେ କୋମଳ ହୃଦୟର।

ଆୟେଶାଙ୍କ କହିବା ହେଲା, ସଲମାନଙ୍କ ସହ କାମ କରିବାର ଭଲ ଅନୁଭବ ତାଙ୍କର ଥିଲା। ସେ ତାଙ୍କୁ ଜଣେ ଭଲ ମଣିଷ ଲାଗୁଥିଲେ। ଏତିକି ନୁହେଁ, ଆୟେଶା କହିଥିଲେ ଯେ ସଲମାନ ଖାନ ସମୟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଥାଆନ୍ତି।

ସଲମାନଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ନିକଟରେ କୋଷ୍ଟାରଙ୍କୁ ନେଇ ଅନେକ କଥା ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ଆୟେଶା, ସଲମାନ ଖାନଙ୍କ ଉଦାରତାର ଘଟଣାକୁ ମନେ ପକାଇଲେ। ଅଭିନେତ୍ରୀ କହିଥିଲେ କି, ସେ ସବୁବେଳେ ସଲମାନ ଖାନଙ୍କର ବହୁତ ବଡ଼ ପ୍ରଶଂସକ ରହି ଆସିଛନ୍ତି। କେବଳ ଏଥିପାଇଁ ନୁହେଁ ଯେ ସେ ଜଣେ ଭଲ ଅଭିନେତା, ବରଂ ଏଥିପାଇଁ, ସେ ଯେତେ ଭଲ କଳାକାର, ତା’ ଠାରୁ ଅନେକ ଗୁଣା ଭଲ ମଣିଷ ମଧ୍ୟ।

ଆୟେଶା କହିଥିଲେ, ଯେତେବେଳେ ବି ସୁଟିଂ ସମୟରେ ସେଟରେ ଖାଦ୍ୟ ବଳି ଯାଉଥିଲା, ସେତେବେଳେ ସେ କାହାକୁ ବି ପାଇ ସେହି ଖାଦ୍ୟଗୁଡ଼ିକୁ ଦେଇ ଦେଉଥିଲେ। ଏତିକି ହିଁ ନୁହେଁ, ସବୁବେଳେ ସୁଟିଂରୁ ଘରକୁ ଫେରିବା ସମୟରେ ସେ ସମସ୍ତ ବଳକା ଖାଦ୍ୟ ପ୍ୟାକ୍ କରି ନେଇ ଆସୁଥିଲେ ଏବଂ ବାଟରେ ଅସହାୟ ଲୋକଙ୍କୁ ଦାନ କରି ଦେଉଥିଲେ। ଅନେକ ଥର ସେ ଫୁଟପାଥରେ ଶୋଇଥିବା ଲୋକମାନଙ୍କୁ ନିଦରୁ ଉଠାଇ ମଧ୍ୟ ଖାଦ୍ୟ ଦେଇଛନ୍ତି। ମୋ ଭାବନରେ ସେ ଜଣେ ବହୁତ ଭଲ ବ୍ୟକ୍ତି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭଲ ସେଲିବ୍ରିଟି ଅଭିନେତା ମଧ୍ୟ। କହି ରଖୁଛୁ କି, ଆୟେଶା ‘ଖିଲାଡି’, ‘ଜୋ ଜିତା ୱୋହି ସିକନ୍ଦର’ ପରି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ନିକଟରେ ସେ ପ୍ରାଇମ ଭିଡିଓର ସିରିଜ୍‌ ‘ହଶ ହଶ’ରୁ କମ୍‌ବ୍ୟାକ କରିଛନ୍ତି।

Leave A Reply

Your email address will not be published.