ବିଗ୍‌ବସ୍‌ ପରେ ‘ପଠାନ୍‌’ର ସୁଟିଂ ଆରମ୍ଭ କରିବେ ସଲମାନ୍‌ ଖାନ୍‌, ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିବେ ଶାହାରୁଖ

ବିଗ୍‌ବସ୍‌ର ସୁଟିଂ ପରେ ‘ପଠାନ୍‌’ ଫିଲ୍ମର ସୁଟିଂ ଆରମ୍ଭ କରିବେ ସୁପରଷ୍ଟାର ସଲମାନ୍‌ ଖାନ୍‌। ଏନେଇ ନିଜେ ସଲମାନ୍‌ ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହାରୁଖ ଖାନ୍‌ ନଜର ଆସିବେ। ଫିଲ୍ମର ନିର୍ମାଣ ୟଶରାଜ୍‌ ଫିଲ୍ମସର ବ୍ୟାନରରେ ହେବାକୁ ଯାଉଛି। ‘ଓ୍ଵାର’ ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବେ। ୨୦୧୯ରେ ଜିରୋ ଫିଲ୍ମ ପରେ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଶାହାରୁଖ ଖାନ୍‌ ନଜର ଆସିବେ। ଏହି ଫିଲ୍ମରେ ସଲମାନ୍‌ ଖାନ୍‌ଙ୍କୁ ଅତିଥିଭାବେ ଦେଖିବାକୁ ମିଳିଥିଲା।

ରିପୋର୍ଟ ମୁତାବକ, ସଲମାନ୍‌ ଖାନ୍‌ ଫିଲ୍ମ ‘ପଠାନ୍‌’ରେ ମଧ୍ୟ କେମିଓ କରିବେ। କିନ୍ତୁ ତାଙ୍କ ଭୂମିକା ଟିକେ ଲମ୍ବା ରହିବ। ସଲମାନ୍‌ ବିଗବସ୍‌ର ସୁଟିଂ ବେଳେ ଶନିବାର କହିଛନ୍ତି, ଜୀବନ ଚାଲୁଛି ଓ ଶୋ’ ବି ଜାରି ରହିବ। ବିଗ୍‌ବସ୍‌ ସରିବା ପରେ ଆମେ ପଠାନ୍‌ ତା’ପରେ ଟାଇଗର ଓ ତା’ ପରେ କଭି ଇଦ୍‌ କଭି ଦିଓ୍ଵାଲି ଆଡ଼କୁ ବଢ଼ିବା।

ଏ ଅବସରରେ ସଲମାନ୍‌ କହିଛନ୍ତି, କଲର୍ସ ଟିଭି ବିଗ୍‌ବସ୍‌ର ଆଗାମୀ ସିଜନ୍‌ ୮ ମାସ ପରେ ଆରମ୍ଭ କରିବ। ପଠାନ୍‌ର ସୁଟିଂ ଗତ ବର୍ଷ ନଭେମ୍ବରରେ ଆରମ୍ଭ ହେବ ଓ ଟାଇଗର ଫ୍ରାଞ୍ଚାଇଜ୍‌ ଫିଲ୍ମର ସୁଟିଂ ମଧ୍ୟ ଆସନ୍ତା ମାସରେ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ପୂର୍ବରୁ ସଲମାନ୍‌ ଖାନ୍‌ ଫିଲ୍ମ କୁଛ କୁଛ ହୋତା ହେ, ହର ଦିଲ ଯୋ ପ୍ୟାର କରେଗା, କରନ୍‌ ଅର୍ଜୁନ ଆଦିରେ ଶାହାରୁଖଙ୍କ ସହ ଏକାଠି ନଜର ଆସିଥିଲେ।

Leave A Reply

Your email address will not be published.