ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସଲମାନ୍‌ ଖାନ୍‌ଙ୍କୁ ହେବନି ପଚରାଉଚରା, ସ୍ପଷ୍ଟ କଲା ମୁମ୍ବାଇ ପୋଲିସ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏଯାଏଁ ପୋଲିସର ତଦନ୍ତ ଶେଷ ହୋଇପାରିନାହିଁ। ସୁଶାନ୍ତ ସତରେ ସୁଇସାଇଡ୍‌ କରିଛନ୍ତି ନା ଏହା ଏକ ଯୋଜନାବଦ୍ଧ ହତ୍ୟା ସେହି ରହସ୍ୟ ଉପରରୁ ପରଦା ଉଠିନାହିଁ। ତେବେ ଇତି ମଧ୍ୟରେ ମୁମ୍ବାଇ ପୋଲିସ ୩୫ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି। ଏହି ମାମଲାରେ ସଲମାନ ଖାନ୍‌ଙ୍କର ମଧ୍ୟ ବୟାନ ନିଆଯିବ ବୋଲି ଶୁଣିବାକ ମିଳୁଥିବା ବେଳେ ମୁମ୍ବାଇ ପୋଲିସ ଏହାକୁ ଖଣ୍ଡନ କରିଛି। ମୁମ୍ବାଇ ପୋଲିସ ଏକ ବୟାନ ଦେଇ କହିଛି ଯେ ସୁଶାନ୍ତଙ୍କ ମାମଲାରେ ସଲମାନ ଖାନ୍‌ଙ୍କୁ ସମନ ଜାରି କରାଯିବ ନାହିଁ।

Throwback Thursday: When Salman Khan confessed of being a 'virgin ...

ଗତ ସପ୍ତାହରେ ମୁମ୍ବାଇ ପୋଲିସ ସଲମାନଙ୍କ ପୂର୍ବ ମ୍ୟାନେଜର ରେଶମା ସେଟ୍ଟୀଙ୍କୁ ୫ ଘଣ୍ଟା ଧରି ପଚରାଉଚରା କରିଥିଲା। ଏଣୁ ଏହା ପରେ ସଲମାନଙ୍କ ପାଳି ପଡ଼ିପାରେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ପୋଲିସ ଏହାକୁ ଖଣ୍ଡନ କରିଛି। ରିପୋର୍ଟ ମୁତାବକ ପୋଲିସ ସୂଚନା ଦେଇ କହିଛି ଯେ ସଲମାନ ଖାନ୍‌ଙ୍କୁ ଏହି ମାମଲାରେ କୌଣସି ପଚରାଉଚରା କରାଯିବ ନାହିଁ। ଏଣୁ ତାଙ୍କୁ ସମନ ଜାରି କରାଯିବା କଥାକୁ ମଧ୍ୟ ପୋଲିସ ସିଧାସଳଖ ମନା କରିଛି।

Sushant Singh Rajput Death: Mumbai Police to finalise probe report ...

ସୂଚନାଯୋଗ୍ୟ ଯେ ଗତ ମାସେ ମଧ୍ୟରେ ପୋଲିସ ୩୫ ଜଣଙ୍କ ବୟାନ ରେକର୍ଡ କରିଛି। ସେମାନଙ୍କ ମଧ୍ୟରେ ସୁଶାନ୍ତଙ୍କ ପରିବାରର ସଦସ୍ୟ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ, ରିୟା ଚକ୍ରବର୍ତ୍ତୀ, ମୁକେଶ ଛାବଡ଼ା, ସଂଜୟ ସାଂଘୀ ପ୍ରମୁଖ ସାମିଲ ଅଛନ୍ତି। ସୁଶାନ୍ତଙ୍କ ପୂର୍ବ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା।

Leave A Reply

Your email address will not be published.