ସଲମାନଙ୍କ ପାଖକୁ କେଉଁଠୁ ଆସିଥିଲା ଧମକ ? କାହା ସହିତ ଅଛି ତାଙ୍କର ଶତ୍ରୁତା ? ପୋଲିସକୁ ଏସବୁର ଉତ୍ତର ଦେଲେ ଭାଇଜାନ

କେଉଁଠୁ ଆସୁଥିଲା ସଲମାନଙ୍କୁ ଧମକ । କାହା ସହିତ ଥିଲା ଭାଇଜାନଙ୍କର ଶତ୍ରୁତା । ଏହାକୁ ନେଇ ଉତ୍ତର ଖୋଜୁଛି ଏବେ ପୁରା ଦେଶ । ଆଉ ଏଇ ନିକଟରେ ଭାଇଜାନ ନିଜର ଏକ ବୟାନରେ କହିଛନ୍ତିକି ଧମକ ପୂର୍ଣ୍ଣ ଚିଠିକୁ ମୋର କାହା ଉପରେ ବି ସନ୍ଦେହ ନାହିଁ । କାରଣ ଭାଇଯାନଙ୍କର ଅନ୍ୟ କାହା ସହିତ ବି କୌଣସି ପ୍ରକାର ଶତ୍ରୁତା ନଥିଲା । ତାଙ୍କ କହିବା ଅନୁଯାୟୀ ସେ ଲରେନ୍ସ ବିଶୋୟୀଙ୍କୁ ୨୦୧୮ ମସିହାରୁ ଜାଣିଥିଲେ । ଯେତେବେଳେ ତାଙ୍କ ନିକଟକୁ ଧମକ ଆସିଲା । ହୁଏତ ସେସମୟରେ ବି ସଲମାନ ଜାଣିନଥିଲେକି ଗୋଲଡି ବରାର କିଏ ?କହିରଖିବା ଉଚିତ ହେବକି, କିଛି ଦିନ ତଳେ ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି ଆସିଥିଲା । ଆଉ ଯାହା ପରେ ମୁମ୍ବାଇ ପୋଲିସ ସଜାଗ ହୋଇଯାଇଥିଲେ । ପୋଲିସ ଅଭିନେତାଙ୍କ ଘରକୁ ଯାଇ ପଚରାଉଚୁରା ଆରମ୍ଭ କରିଦେଇଥିଲେ ।

ସଲମାନଙ୍କୁ ଧମକ ମିଳିଥିଲାକି ତାଙ୍କୁ ବି ମୁସେଵାଲାଙ୍କ ପରି ହତ୍ୟା କରାଯିବ । ଆଉ ଯାହା ପରେ ନିଜେ ଦବଂଗ ଖାନ ଏହା ଉପରେ ନିଜର ଉପରୋକ୍ତ ବୟାନ ଦେଇଛନ୍ତି । ପଚରାଉଚୁରା ସମୟରେ ତାଙ୍କୁ ଯାହା ସବୁ ପ୍ରଶ୍ନ ପଚରା ଯାଇଥିଲା ଆଉ ତାହାକୁ ନେଇ ସେ ଯାହା ଉତ୍ତର ଦେଇଥିଲେ ସେବାବଦରେ କିଛିଟା ସାମ୍ନାକୁ ଆସିଛି । ଯେଉଁଥିରେ ସଲମାନ କହିଛନ୍ତିକି ଗଲା କିଛି ଦିନ ଭିତରେ ତାଙ୍କର କାହା ସହିତ ବି ଯୁକ୍ତି ତର୍କ ହୋଇନଥିଲା । କାହା ସହିତ ସେମିତି ଶତ୍ରୁତା ଗଢି ଉଠିଥିବ ବୋଲି ସେ ଭାବୁ ନାହାନ୍ତି । ଭାଇଜାନ ଏହା ମଧ୍ୟ କହିଛନ୍ତିକି ମୋତେ ତ କୌଣସି ଚିଠି ମିଳିନାହିଁ । ବରଂ ମର୍ନିଙ୍ଗ ୱାକ ସମୟରେ ମୋ ବାପାଙ୍କୁ ସେହି ମେସେଜ ମିଳିଛି । କାହାକୁ ବି ସନ୍ଦେହ କରିବାକୁ ମୋ ପାଖରେ ସେମିତି କିଛି ପ୍ରମାଣ ନାହିଁ ।

କହିରଖିବା ଉଚିତ ହେବକି ସଲ୍ମାନ ଓ ତାଙ୍କ ପିତା ସଲିମ ଖାଁଙ୍କୁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଚିଠି ଆସିଥିଲା । ଏହି ଚିଠି ବାନ୍ଦ୍ରା ସ୍ଥିତ ବେଣ୍ଡସ୍ଟେଣ୍ଡ ପ୍ରୋମେନାଡ଼ରେ ମିଳିଥିଲା । ନିଜ ମର୍ଣ୍ଣିଙ୍ଗ ୱାକ ପରେ ସଲିମ ଯାଇ ବାସନ୍ତୀ ସେଠାରେ ହିଁ ଏହି ଧମକ ପୂର୍ଣ ଚିଠି ସେମାନଙ୍କୁ ମିଳିଥିଲା । ଚିଠିରେ ଲେଖାଥିଲା, ସଲ୍ମାନ ଖୁବ ଶୀଘ୍ର ତୁମ ଅବସ୍ଥା ବି ହିନ୍ଦୁ ମୁସେଵାଲାଙ୍କ ପରି ହେବ । ଏହି ମାମଲାକୁ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ଦାୟର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.