ସଲମାନଙ୍କ ନୂଆ ଗୀତ ‘ମେଁ ଚଲା’ ରିଲିଜ, ଦେଖିବାକୁ ମିଳିଲା ଅଭିନେତ୍ରୀ ପ୍ରଜ୍ଞାଙ୍କ ସହିତ ଜବରଦସ୍ତ କେମେଷ୍ଟ୍ରି

ଗତ କିଛିଦିନ ତଳେ ଭାଇଜାନ ମୁଣ୍ଡରେ ଗାମୁଛା ପିନ୍ଧିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଆଉ ଏହି ଫଟୋ ଦେଖି ଫ୍ୟାନ୍ସଙ୍କ ମନରେ ଉତ୍ସୁକତା ବଢିଯାଇଥିଲା। ଏହି ଫଟୋକୁ ନେଇ ଫ୍ୟାନ୍ସ ନୂଆ ଫିଲ୍ମ ଆସୁଛି ବୋଲି ଅନୁମାନ କରୁଥିଲେ। କିନ୍ତୁ ଏସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନୂଆ ମ୍ୟୁଜିକ ଭିଡିଓର ଘୋଷଣା କରିଛନ୍ତି ଭାଇଜାନ। ଫ୍ୟାନ୍ସଙ୍କର ପ୍ରତୀକ୍ଷାର ଅନ୍ତ ଘଟାଇ ବହୁ ଦିନ ପରେ ସଲମାନଙ୍କର ‘ମେଁ ଚଲା’ର ଗୀତଟିର ଟିଜର ରିଲିଜ୍‌ ହୋଇଛି। ଏହାକୁ ନେଇ ବର୍ତ୍ତମାନ ସଲମାନ ସୋସିଆଲ୍‌ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ଦେଖିଲା ପରେ ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ଉତ୍ସାହିତ ଅଛନ୍ତି । ଏହି ଗୀତକୁ ଗୁରୁ ରନ୍ଧଓ୍ଵା ଏବଂ ଲୁଲିଆ ଭଣ୍ଟୁର ଗାଇଛନ୍ତି।

ଏହି ୨୦ ସେକେଣ୍ଡର ଏହି ଟିଜର୍‌ରେ ସଲମାନଙ୍କ ବିଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି । ମୁଣ୍ଡରେ ପଗଡ଼ି ବାନ୍ଧିଥିବାର ନଜର ଆସିଥିବା ବେଳେ ସାଉଥ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ପ୍ରଜ୍ଞା ଜୟସଓ୍ଵାଲ ନଜର ଆସିଛନ୍ତି । ଭିଡିଓରେ ଦୁହିଁଙ୍କୁ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଉଭୟଙ୍କୁ ଦେଖି ଫ୍ୟାନ୍ସମାନେ ମଧ୍ୟ ଖୁବ୍‌ ଖୁସି । ଗୀତଟି ରିଲିଜ ହେବାର ୨୦ ମିନିଟ୍‌ ଭିତରେ ୩ ଲକ୍ଷରୁ ଅଧିକ ଦେଖି ସାରିଥିବା ବେଳେ ଖୁବ୍‌ ଲାଇକ୍‌ ସେୟାର ମିଳିଛି । ଗୀତକୁ ଟି ସିରିଜ ପକ୍ଷରୁ ୟୁଟ୍ୟୁବରେ ରିଲିଜ କରାଯାଇଛି। ଏହାର ନିର୍ଦ୍ଦେଶନା ଶବିନା ଖାନ ଦେଇଥିବା ବେଳେ ପ୍ରଯୋଜନା ସଲମା ଖାନ କରିଛନ୍ତି।

ଗତ କିଛିଦିନ ତଳେ ସଲମାନ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ ରିଲିଜ ହୋଇଥିଲା। ଏଥିରେ ସଲମାନଙ୍କ ଅଭିନୟଙ୍କୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ସଲମାନଙ୍କ ଏହି ଫିଲ୍ମରେ ଆୟୁଷ ଶର୍ମାଙ୍କ ଦମଦାର ଅଭିନୟ ମଧ୍ୟ ଦେଖିବାକୁ ମିଳିଥିଲା।

ସଲମାନ କ୍ୟାଟ୍ରିନାଙ୍କ ସହ ଅପକମିଂ ଫିଲ୍ମରେ ନଜର ଆସିବେ ଯେଉଁଥିରେ ଇମ୍ରାନ୍‌ ହାସମିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସେହିଭଳି କିକ୍‌-୨, ପବନ ପୁତ୍ର ଭାଇଜାନ୍‌ ସହ ନୋ ଏଣ୍ଟ୍ରିର ସିକ୍ୱେଲ ମଧ୍ୟ ସାମିଲ ରହିଛି।

video courtsey : T-Series