ଆଜି ରିଲିଜ୍ ହେବ ନାହିଁ ସଲମାନ ଖାନଙ୍କ ‘ସିକନ୍ଦର’ର ଟିଜର, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ ଦେଶରେ ରାଷ୍ଟ୍ରୀୟ ଶୋକ
ସାରା ଦେଶରେ ଶୋକର ଛାଇ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଗତକାଲି ୯୨ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହି କାରଣରୁ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କର ବହୁ ପ୍ରତୀକ୍ଷିତ ‘ସିକନ୍ଦର’ର ଟିଜର ଆଜି ରିଲିଜ୍ ହେଉନାହିଁ । ନିର୍ମାତା ଏହାର ତାରିଖ ଘୁଞ୍ଚାଇ ଦେଇଛନ୍ତି । ଏହା ସହିତ ନୂଆ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି ।
ସଲମାନ ଖାନଙ୍କ ୫୯ତମ ଜନ୍ମଦିନ ଅବସରରେ ତାଙ୍କ ଚଳଚ୍ଚିତ୍ର ‘ସିକନ୍ଦର’ର ଟିଜର ଡିସେମ୍ବର ୨୭ ଅର୍ଥାତ୍ ଆଜି ରିଲିଜ୍ ହେବାର ଥିଲା । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ପରେ ଏହି ରିଲିଜକୁ ସ୍ଥଗିତ ରଖାଯାଇଛି । ନିର୍ମାତାମାନେ ‘ସିକନ୍ଦର’ ଟିଜରର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।
ଏଆର୍ ମୁରୁଗଡୋସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ଟିଜର ଆଜି ରିଲିଜ୍ କରାଯାଉ ନାହିଁ । ପୂର୍ବତନ ପିଏମଙ୍କ ଦେହାନ୍ତ ହେତୁ ଏହାର ତାରିଖ ଟାଳି ଦିଆଯାଇଛି । ନିର୍ମାତା ସାଜିଦ ନାଦିଆଡୱାଲା ଟିଜରର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।
କହି ରଖୁଛୁ, ଏହି ଆକ୍ସନ୍ ଥ୍ରୀଲର ଫିଲ୍ମର ଟିଜରକୁ ବର୍ତ୍ତମାନ ଡିସେମ୍ବର ୨୮ ସକାଳ ୧୧ଟା ୭ରେ ଅନଲାଇନ୍ ରିଲିଜ୍ କରାଯିବ । ନାଦିଆଡୱାଲା ଗ୍ରାଣ୍ଡସନ ଏଣ୍ଟରଟେନମେଣ୍ଟର ଅଫିସିଆଲ୍ ‘X’ ଆକାଉଣ୍ଟରେ ଏହା ନିଶ୍ଚିତ କରାଯାଇଛି ।
‘X’ରେ କୁହାଯାଇଛି ଯେ ‘ଆମର ସମ୍ମାନିତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତକୁ ଦୃଷ୍ଟିରେ ରଖି ଆମେ ‘ସିକନ୍ଦର’ର ଟିଜର ରିଲିଜକୁ ସ୍ଥଗିତ ରଖିଛୁ । ଏଥିପାଇଁ ଆମେ ଦୁଃଖିତ । ବର୍ତ୍ତମାନ ଏହାକୁ ଡିସେମ୍ବର ୨୮ ତାରିଖ ସକାଳ ୧୧ଟା ୦୭ରେ ରିଲିଜ୍ କରାଯିବ’ ।
ସାଜିଦ ନାଦିଆଡୱାଲାଙ୍କ ଫିଲ୍ମ ‘ସିକନ୍ଦର’ର ଫାର୍ଷ୍ଟ ଲୁକ୍ ପୋଷ୍ଟର ପୂର୍ବରୁ ହିଁ ରିଲିଜ୍ ହୋଇସାରିଛି । ସିକନ୍ଦରରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ଅଛନ୍ତି ।
In light of the passing of our esteemed former Prime Minister Manmohan Singh Ji, we regret to announce that the release of the Sikandar teaser has been postponed to 28th December 11:07 AM. Our thoughts are with the nation during this time of mourning. Thank you for understanding.…
— Nadiadwala Grandson (@NGEMovies) December 27, 2024