ମୁମ୍ବାଇ : ଚେହେରାଙ୍କୁ ଇଣ୍ଡଷ୍ଟ୍ରିରେ ସବୁବେଳେ ସୁଯୋଗ ଦିଅନ୍ତି ଦବଙ୍ଗ ଖାନ୍ ସଲମାନ। ବଲିଉଡରେ ବହୁ ଷ୍ଟାରଙ୍କ ଗଡଫାଦର ହେଉଛନ୍ତି ସଲମାନ। ତେବେ ଏନେଇ ସଲମାନ କୁହନ୍ତି , ମୁଁ ଯେତେବେଳେ ନୂଆ ଥିଲି, ମୋତେ ନୂଆ ଚେହେରା ଭାବେ ଲଞ୍ଚ୍ କରାଯାଇଥିଲା। ଏବେ ଯେତେବେଳେ ମୁଁ ଏକ ଷ୍ଟେବୁଲ ପୋଜିସନରେ ଅଛି। ନୂଆ ଟ୍ୟାଲେଣ୍ଟଡ୍ ଫ୍ରେଶ ଚେହେରାକୁ ଫିଲ୍ମରେ ସୁଯୋଗ ଦେବା ହେଉଛି ମୋ କର୍ତ୍ତବ୍ୟ।
ସଲମାନ୍ ବଲିଉଡରେ ଜରିନ ଖାନ୍, ସେହ୍ନା ଉଲାଲ, ଡେଜି ଶାହା, ସୁରଜ ପାଞ୍ଚୋଲି, ସୋନାକ୍ଷୀ ସିହ୍ନା ପରି ବହୁ ଷ୍ଟାରକୁ ଲଞ୍ଚ୍ କରିଛନ୍ତି। ଏବେ ଲଭ ୟାତ୍ରୀ ଜରିଆରେ ସଲମାନ୍ ନିଜ ଭିଣୋଇ ଆୟୁଶ ଶର୍ମା ଓ ବରିନା ହୁସେନଙ୍କୁ ଲଞ୍ଚ୍ କରିବାକୁ ଯାଉଛନ୍ତି।