ବଡ଼ିଗାର୍ଡ଼ ଶେରାଙ୍କ ପୁଅକୁ ଲଞ୍ଚ କରୁଛନ୍ତି ସଲମାନ୍ !

ମୁମ୍ବାଇ : ବଲିଉଡ଼ର ଦବଙ୍ଗ ଖାନ୍ ଇଣ୍ଡଷ୍ଟ୍ରିକୁ ବହୁ ନୂତନ କଳାକାର ଉପହାର ସ୍ବରୁପ ଦେଇଛନ୍ତି।ଏହି କଳାକର ମାନଙ୍କ ତାଲିକାରେ ବର୍ତ୍ତମାନ ଆଉ ଜଣେ ସାମିଲ ହେବା ପାଇଁ ଯାଉଛନ୍ତି। ତେବେ ସେ ଆଉ କିଏ ନୁହଁ ସଲମାନଙ୍କ ସହ ଛାଇ ଭଳି ରହୁଥିବା ବଡ଼ିଗାର୍ଡ଼ ଶେରାଙ୍କ ପୁଅ ଟାଇଗର। ମିଡ଼ିଆ ସୂତ୍ରରୁ ଜଣାପଡ଼ିଛି, ସଲମାନଙ୍କ ଆଗାମୀ ସୁପରହିଟ୍ ଚଳଚ୍ଚିତ୍ର ସୁଲତାନରେ ଟାଇଗର ଲଞ୍ଚ କରୁଛନ୍ତି। ତେବେ ଟାଇଗର ଏହି ଚଳଚ୍ଚିତ୍ରରେ ଅଭିନେତା ଚରିତ୍ରରେ ନୁହଁ ବରଂ ସହ-ନିର୍ଦ୍ଧେଶକ ଭାବେ ନଜର ଆସିବେ। ତେବେ ପୁଅ ଟାଇଗରଙ୍କ ପୂର୍ବରୁ ପିତା ଶେରାଙ୍କୁ ସଲମାନଙ୍କ ସହ ବଡ଼ିଗାର୍ଡ଼ ଚଳଚ୍ଚିତ୍ରର ଟାଇଟେଲ ଟ୍ରାକରେ ଦେଖିବାକୁ ମିଳିଥିଲା।
ବିଗତ ୨୦ ବର୍ଷ ହେଲା ବଡ଼ିଗାର୍ଡ଼ ଶେରା ସଲମାନଙ୍କୁ ସୁରକ୍ଷା ପ୍ରଦାନ କରିଆସୁଛନ୍ତି। ଦବଙ୍ଗ ଖାନ୍ ଯେଉଁଆଡ଼େ ମଧ୍ୟ ଯାଇଥାନ୍ତି ଶେରା ତାଙ୍କ ସହ ଛାଇ ଭଳି ରହିଥାନ୍ତି। ଶେରା ତାଙ୍କ ମାଲିକ ତାଙ୍କର ଭଗବାନ ସେ ତାଙ୍କ ପାଇଁ ଜୀବନ ମଧ୍ୟ ଦେଇ ପାରନ୍ତି ବୋଲି ଏକ ଇଣ୍ଟରଭ୍ୟୁରେ କହିଥିଲେ। ଏହି ପରିପେକ୍ଷୀରେ ବଲିଉଡ଼ରେ ଅନେକ କଳାକାରଙ୍କ କ୍ୟାରିୟରକୁ ସଫଳତାର ଶୀର୍ଷକରେ ପହଞ୍ଚାଇଥିବା ସଲମାନ ଟାଇଗରଙ୍କୁ ମଧ୍ୟ ସୁପରଷ୍ଟାର କରିବେ ବୋଲି ଶୁଣିବାକୁ ମିଳିଛି।