ଦବଙ୍ଗକୁ ପୂରିଲା ୮ବର୍ଷ, ସିନେମାକୁ ନେଇ ବଡ ଖୁଲାସା କଲେ ସଲମାନ

ସଲମାନଙ୍କ ସୁପରହିଟ୍ ଫିଲ୍ମ ଦବଙ୍ଗକୁ ଆଜି ଆଠ ବର୍ଷ ପୂରିଛି। ଏହି ଅବସରରେ ଦବଙ୍ଗ-୩ର ରିଲିଜ୍ ନେଇ କନଫର୍ମ କରିଛନ୍ତି ସଲମାନ। ସେ ନିଜ ଇନଷ୍ଟାଗ୍ରାମରେ ସୋନାକ୍ଷୀଙ୍କ ସହ ଏକ ଫଟୋ ଶେୟାର କରି କହିଛନ୍ତି, ଆଜି ଦବଙ୍ଗକୁ ୮ବର୍ଷ ହୋଇଗଲା। ଆପଣଙ୍କ ଭଲପାଇବା ଓ ପ୍ରଶଂସା ପାଇଁ ରଜ୍ଜୋ ଓ ଚୁଲବୁଲ୍ ପାଣ୍ଡେଙ୍କ ତରଫରୁ ଧନ୍ୟବାଦ ।

 

 

View this post on Instagram

 

Aaj 8 saal Ho Gaye Dabangg Ko… thank u for all the appreciation and love from Rajjo and Chulbul Pandey…see u in #Dabangg3 next year

A post shared by Salman Khan (@beingsalmankhan) on

ଆଗାମୀ ବର୍ଷ ଦବଙ୍ଗ-୩ ଜରିଆରେ ଭେଟ ହେବୁ। ସୋନାକ୍ଷୀ ମଧ୍ୟ ଦବଙ୍ଗର ଏକ ଫଟୋ ଶେୟାର କରି ସଲମାନ, ଅରବାଜ ଓ ଅଭିନବ କଶ୍ୟପଙ୍କୁ ଧନ୍ୟବାଦ ଜଣାଇଛନ୍ତି।


୨୦୧୦ ମସିହାରେ ରିଲିଜି ହୋଇଥିଲା ସୁପରହିଟ୍ ଫିଲ୍ମ ଦବଙ୍ଗ। ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହାର ୨ବର୍ଷ ପରେ ଦବଙ୍ଗ-ଟୁ ରିଲିଜ୍ ହୋଇଥିଲା। ଉଭୟ ଫିଲ୍ମକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକେ।

ଏହା ସହ ଆହୁରି ମଧ୍ୟ ପଢ଼ନ୍ତୁ : 

’ବିଗ ବସ’ ୧୨ରେ ସଲମାନଙ୍କର ଗୋଟେ ଏପିସୋଡର ପାରିଶ୍ରମିକ ୩୦୦ କୋଟି ! ଜାଣନ୍ତୁ ଆଉ କଣ ରହିଛି ଡିମାଣ୍ଡ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.