ଏଥର ସଲମାନଙ୍କ ଘରେ କିମ୍ବା ଫାର୍ମହାଉସରେ ହେବନି ଇଦ ସେଲିବ୍ରେସନ, ଜାଣନ୍ତୁ କାହିଁକି ?

ପ୍ରତିବର୍ଷ ଇଦକୁ ଧୁମଧାମରେ ମନାଯାଏ । ଆଉ ବଲିବୁଡ କଥା ଯଦି କହିବା ତେବେ ବଲିବୁଡ ଭାଇଜାନ ସଲମାନ ଖାନ ବହୁ ଧୁମଧାମରେ ଇଦକୁ ସେଲିଗ୍ରେଟ କରିଥାନ୍ତି । ପ୍ରତିବର୍ଷ ସଲମାନଙ୍କ ଫ୍ୟାନ୍ସ ଅପେକ୍ଷା କରି ରହିଥାନ୍ତି ସଲମାନ ଖାନଙ୍କ ପାର୍ଟିକୁ । କାହିଁକି ନା ସେମାନଙ୍କୁ ଅପେକ୍ଷା ରହିଛି ଯେ ଭାଇଜାନ ଏଥର କେମିତି ମନାଇବେ ଇଦ ପାର୍ଟି ।

ପ୍ରତିବର୍ଷ ସଲମାନ ପାର୍ଟି ଦେବା ସହ ନିଜର ଫିଲ୍ମର ଖୁଲାସା କରିଥାନ୍ତି । ଯାହା ରିଲିଜ ହୋଇଥାଏ । ତେଣୁ ତାଙ୍କ ପ୍ରଶଂସକ ଇଦକୁ ଅନାଇ ବସିଥାନ୍ତି । ଯଦିଓ ଏଥର ସଲମାନଙ୍କ ଘରେ କିମ୍ବା ଗାଲାକ୍ସି ଆପାର୍ଟମେଣ୍ଟ ଅଥବା ତାଙ୍କ ଫାର୍ମହାଉସରେ ହେବନାହିଁ ଉଦର ସେଲିବ୍ରେସନ । ଏଥର ଏହି ସେଲିବ୍ରେସନ ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କ ଘରେ ହେବ ବୋଲି ଶୁଣିବାକୁ ମିଳିଛି । ସଲମାନ ଖାନଙ୍କ ସହ ତାଙ୍କ ପରିବାର ମଧ୍ୟ ଏହି ସେଲିବ୍ରେସନରେ ସାମିଲ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.