ମନୋରଂଜନ

ଏଥର ଇଦ୍‌ରେ ବକ୍ସ ଅଫିସ୍‌ ହୁଲସ୍ତୁଲ କରିବ ସଲମାନ ଖାନ୍‌ଙ୍କ ‘ରାଧେ-ୟୁଅର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ’, ୟଶ୍‌ରାଜ ଫିଲ୍ମସ୍‌ ଜାରି କଲା ଦୁଇଟି ପୋଷ୍ଟର

ୟଶ୍‌ରାଜ ଫିଲ୍ମସ ଶନିବାର ସଲମାନ ଖାନଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ରାଧେ-ୟୁଅର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ’ର ରିଲିଜ୍‌ ଡେଟ୍‌ ଘୋଷଣା କରିଛି। ଏହି ଫିଲ୍ମ ଚଳିତବର୍ଷ ଇଦ୍‌ ଅର୍ଥାତ୍‌ ଆସନ୍ତା ମେ’ ୨୨ରେ ରିଲିଜ୍‌ ହେବ। ଏହାସହିତ ୟଶ୍‌ରାଜ ବ୍ୟାନର ଫିଲ୍ମର ଦୁଇଟି ପୋଷ୍ଟରର ଫାଷ୍ଟ ଲୁକ୍‌ ମଧ୍ୟ ଜାରି କରିଛି, ଯେଉଁଥିରେ ସଲମାନ ଆକ୍ସନ ଲୁକ୍‌ ଦେଇଛନ୍ତି। ଗୋଟିଏ ପୋଷ୍ଟରରେ ସେ ଲେଦର ଜ୍ୟାକେଟ୍‌ ଓ ଜିନ୍ସ ପିନ୍ଧି ଗୁଳି ଚଲାଉଥିବାର ଦେଖିବାକୁ ମିଳୁଥିବା ବେଳେ ଅନ୍ୟଟିରେ ଜିନ୍ସ ଓ ଟି-ଶାର୍ଟ ପିନ୍ଧିଥିବା ନଜର ଆସୁଛନ୍ତି।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା। ସଲମାନଙ୍କ ସହିତ ଏହା ତାଙ୍କର ତୃତୀୟ ଫିଲ୍ମ। ଫିଲ୍ମରେ ସଲମାନଙ୍କ ଅପୋଜିଟ୍‌ରେ ଦିଶା ପଟାନୀ ନଜର ଆସିବେ। ଏହାଛଡ଼ା ରଣଦୀପ ହୁଡ୍ଡା, ଜ୍ୟାକି ଶ୍ରଫ୍‌ ମଧ୍ୟ ଦେଖାଯିବେ। ୟଶ୍‌ରାଜ ଫିଲ୍ମସ ଛଡ଼ା ସଲମାନ ଖାନ, ସୋହେଲ ଖାନ ଓ ଅତୁଲ ଅଗ୍ନିହୋତ୍ରୀ ଫିଲ୍ମର କୋ-ପ୍ରଡ୍ୟୁସର୍ସ ଅଛନ୍ତି।

ଇଦ୍‌ରେ ରିଲିଜ୍‌ ହୋଇଥିବା ସଲମାନଙ୍କ ଫିଲ୍ମଗୁଡ଼ିକ ଭିତରେ ‘ରାଧେ’ ୮ମ ଫିଲ୍ମ ହେବ। ଏହାପୂର୍ବରୁ ସଲମାନଙ୍କ ୭ଟି ଯାକ ଫିଲ୍ମ ସୁପରହିଟ୍‌ ରହିଥିଲା। କୁହାଯାଉଛି, ମାର୍ଚ୍ଚରେ ଫିଲ୍ମର ଟିଜର ଜାରି ହୋଇପାରେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

11 hours ago