ରିମିସ୍କା ନୁହେଁ ସାମନ୍ଥାଙ୍କ ସହ ରୋମାନ୍ସ କରିବେ ଜୁନିଅର ଏନ୍‌ଟିଆର

ପୁଣି ଏକାଠି ନଜର ଆସିବେ ସାମନ୍ଥା ଏବଂ ଜୁନିଅର ଏନ୍‌ଟିଆର। ଜୁନିଅର ଏନ୍‌ଟିଆର ଏବେ ଭର୍ସାଟାଇଲ ନିର୍ଦ୍ଦେଶକ ତ୍ରିବିକ୍ରମ ଶ୍ରୀନିବାସଙ୍କ ସହିତ ୩୦ତମ ଫିଲ୍ମ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଏହି ଫିଲ୍ମର ନାମ ଚୟନ କରାଯାଇନାହିଁ। କିନ୍ତୁ ଫିଲ୍ମଟି ଆସନ୍ତା ମଇ ମାସରୁ ଆରମ୍ଭ ହେବ।

rimi

ଏହି ଫିଲ୍ମରେ ଏନ୍‌ଟିଆରଙ୍କ ସହିତ ରିମିସ୍କା ମନ୍ଦାନା ରୋମାନ୍ସ କରିବେ ବୋଲି ପୂର୍ବରୁ ଖବର ଶୁଣିବାକୁ ମିଳୁଥିଲା। କିନ୍ତୁ ଏବେ ଏହି ଫିଲ୍ମରେ ସାମନ୍ଥା ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। ପଞ୍ଚମଥର ପାଇଁ ଦୁହେଁ ଏକାଠି ଫିଲ୍ମରେ ନଜର ଆସିବେ। ଜୁନିଅର ଏନ୍‌ଟିଆରଙ୍କ ସହିତ ସାମନ୍ଥା ରୋମାନ୍ସ କରିବେ ବୋଲି ଚର୍ଚ୍ଚା ଚାଲିଛି। ସୂଚନାଯୋଗ୍ୟ, ନିକଟରେ ସାମନ୍ଥାଙ୍କ ରିଲିଜ ହୋଇଥିବା ଫିଲ୍ମ ‘ଜାନୁ’ ବକ୍ସ ଅଫିସରେ କିଛି ଖାସ୍‌ କମାଲ କରିପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.