ପରିବାର ସମେତ ସାଉଥ ସୁପରଷ୍ଟାରଙ୍କ ଘରେ ଦୀପାବଳି ପାଳନ କଲେ ଅଭିନେତ୍ରୀ ସାମନ୍ଥା

ସାଉଥ ସୁପରଷ୍ଟାର ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ଅଭିନେତା ନାଗା ଚୈତନ୍ୟଙ୍କଠୁ ଛାଡ଼ପତ୍ର ନେବା ପରେ ଲଗାତାର ଭାବେ ଚର୍ଚ୍ଚା ଘେରରେ ରହୁଛନ୍ତି । ଗତ କିଛି ଦିନ ପୂର୍ବେ ସେ ନିଜ ସାଙ୍ଗଙ୍କ ସହ ବଦ୍ରୀନାଥ ଓ କେଦାରନାଥ ଦର୍ଶନ କରିବାକୁ ଯାଇଥିଲେ । ଆଉ ଏବେ ନିଜ ପରିବାର ସହ ଦୀପାବଳି ପାଳନ କରୁଥିବାର ନଜରକୁ ଆସିଛନ୍ତି ।

ପରିବାରଙ୍କ ସହ ସାମନ୍ଥାଙ୍କ ଏହି ଦୀପାବଳି ପର୍ବର କିଛି ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି । ଏହାକୁ ସାମନ୍ଥା ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋରେ ତାଙ୍କ ପରିବାର ନଜର ଆସିଛନ୍ତି । ଏହିଦିନ ଅଭିନେତା ରାମଚରଣ ମଧ୍ୟ ନିଜ ଘରେ ଦୀପାବଳି ସେଲିବ୍ରେସନ ପାର୍ଟି ରଖିଥିଲେ । ଯେଉଁଥିରେ ସାଉଥର ଅନେକ ନାମିଦାମୀ କଳାକାର ନଜର ଆସିଥିଲେ । ସାମନ୍ଥା ମଧ୍ୟ ପହଞ୍ଚିଥିଲେ ।

naga film
pc: abp news

 

ଏଠାକୁ ଆସିବା ପରେ ସାମନ୍ଥାଙ୍କ ଅନେକ ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି । ଏଥିରେ ରାମଚରଣଙ୍କ ପତ୍ନୀ ଉପାସନା ମଧ୍ୟ ଫଟୋରେ ନଜର ଆସିଛନ୍ତି । ତେବେ ସାମନ୍ଥା ଗତ ମାସରେ ଛାଡପତ୍ରକୁ ନେଇ ଖବର ସେୟାର କରିଥିଲେ । ଏହି ଖବର ତାଙ୍କ ଫ୍ୟାନ୍ସଙ୍କ ପାଇଁ ମଧ୍ୟ ଏକ ଝଟକା ଥିଲା । କେହି ବି ବିଶ୍ୱାସ କରି ପାରୁନଥିଲେ । ଏହାକୁ ନେଇ କିଛି ବି ଖରାପ ପୋଷ୍ଟ ନକରିବା ସହ ଏଥିପାଇଁ ପ୍ରାଇଭେସି ରଖିବାକୁ ଅପିଲ ମଧ୍ୟ କରିଥିଲେ ।

Leave A Reply

Your email address will not be published.