ଛାଡ଼ପତ୍ର ପରେ ମାନସିକ ଶାନ୍ତି ପାଇଁ ଚାରିଧାମ ଯାତ୍ରା କରୁଛନ୍ତି ସାମନ୍ଥା, ସେୟାର କଲେ ନିଜ ମନର କଥା

ତୀର୍ଥ ଯାତ୍ରା କରୁଛନ୍ତି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ବଦ୍ରିନାଥ ଯାତ୍ରା କରିବା ସହ ସାମନ୍ଥା ନିଜ ହିମାଳୟ ଯାତ୍ରା ଶେଷ କରିଛନ୍ତି। ସାମନ୍ଥା ଚାରିଧାମ ଯାତ୍ରାର ସମସ୍ତ ୪ଟି ଯାକ ପୌରାଣିକ ସ୍ଥାନକୁ ଯାଇ ଭଗବାନଙ୍କୁ ଦର୍ଶନ କରିଛନ୍ତି ଓ ବଦ୍ରିନାଥ ଦର୍ଶନ କରିବା ପରେ ଯାତ୍ରା ଶେଷ କରିଛନ୍ତି। ଏ ଅବସରରେ ସାମନ୍ଥା ସବୁବେଳେ ନିଜ ଯାତ୍ରା ଅପ୍‌ଡେଟ୍‌ ଫ୍ୟାନ୍‌ଙ୍କ ସହ ସେୟାର କରିଛନ୍ତି। ଏଥିସହ ସେ ସୋସିଆଲ ମିଡିଆରେ ଏକ ନୋଟ୍‌ ଲେଖି ଏହି ଯାତ୍ରାକୁ ନେଇ ତାଙ୍କ ଭାବନା ମଧ୍ୟ ଲେଖିଛନ୍ତି।

 

View this post on Instagram

 

A post shared by Samantha (@samantharuthprabhuoffl)

ସାମନ୍ଥା ନିଜ ଯାତ୍ରା ବେଳର ବନ୍ଧୁ ଶିଳ୍ପା ରେଡିଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋଟି ବଦ୍ରିନାଥ ମନ୍ଦିରର। ଫଟୋରେ ଉଭୟେ ଏକ ଚପ୍ପର ପାଖରେ ଠିଆ ହୋଇ ପୋଜ୍‌ ଦେଉଛନ୍ତି। ନିଜର ଏହି ଧାର୍ମିକ ଯାତ୍ରା ବିଷୟରେ ସାମନ୍ଥା ସୋସିଆଲ ମିଡିଆରେ ନୋଟ୍‌ ଲେଖିଛନ୍ତି। ସେ ଲେଖିଛନ୍ତି, ଏକ ସୁନ୍ଦର ଯାତ୍ରା ସମାପନ ହେଲା। ଚାରିଧାମ ଯାତ୍ରା, ଯମୁନୋତ୍ରା, ଗଙ୍ଗୋତ୍ରୀ, କେଦାରନାଥ, ବଦ୍ରିନାଥ। ହିମାଳୟକୁ ନେଇ ମୁଁ ସବୁବେଳେ ରୋମାଞ୍ଚିତ ରହି ଆସିଛି। ମହାଭାରତ ପଢ଼ିବା ଦିନଠାରୁ ହିଁ ମୁଁ ଏଠାକୁ ଆସିବାକୁ ଅପେକ୍ଷା କରି ରହିଥିଲି। ଏହା ପୃଥିବୀରେ ସ୍ୱର୍ଗର ଅନୁଭବ ଦେଇଥାଏ।

 

View this post on Instagram

 

A post shared by Samantha (@samantharuthprabhuoffl)

ସାମନ୍ଥା ଲେଖିଛନ୍ତି, ମୁଁ ଯେମିତି ଭାବିଥିଲି ସବୁ କିଛି ସେମିତି ହିଁ ଥିଲା। ବେଶ୍‌ ଶାନ୍ତ ଓ ଦିବ୍ୟ। ସତ ଓ ଅନ୍ଧବିଶ୍ୱାସ ମଝିରେ ଏକ ଅଜବ ଅନୁଭବ। ମୋ ହୃଦୟରେ ହିମାଳୟ ପ୍ରତି ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହା ପୂର୍ବରୁ ସାମନ୍ଥା ଏହି ଯାତ୍ରାକୁ ନେଇ କେତେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେ ଗଙ୍ଗା କୂଳରେ ଥିବା ମହାଦେବଙ୍କ ବିଶାଳ ପ୍ରତିମାର ଫଟୋ ସେୟାର କରିଥିଲେ। ଏଥିସହ ସେ କେତେ ପ୍ରସିଦ୍ଧ ଆଶ୍ରମକୁ ବି ଯାଇଥିଲେ।

 

View this post on Instagram

 

A post shared by Samantha (@samantharuthprabhuoffl)

ସୂଚନାଯୋଗ୍ୟ ଯେ ନିକଟରେ ସାମନ୍ଥା ସ୍ୱାମୀ ନାଗା ଚୈତନ୍ୟଙ୍କ ଠାରୁ ଅଲଗା ହୋଇଛନ୍ତି। ଉଭୟେ ପରସ୍ପରର ସହମତି କ୍ରମେ ବିବାହ ବନ୍ଧନରୁ ମୁକ୍ତ ହୋଇଛନ୍ତି। ଏହି ଛାଡ଼ପତ୍ର ସମ୍ପର୍କରେ ନାଗା ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.