ମନୋରଂଜନ

ସାମନ୍ଥାଙ୍କ ଏହି ସବୁ ବୟାନକୁ ଜୋର ଧରିଥିଲା ଚର୍ଚ୍ଚା, ଜାଣନ୍ତୁ ସେ ସମୟରେ କଣ କହିଥିଲେ ତେଲୁଗୁ ଇଣ୍ଡଷ୍ଟ୍ରିର ଏହି ନମ୍ବର ୧ ଅଭିନେତ୍ରୀ

ତେଲୁଗୁ ଷ୍ଟାର ସାମନ୍ଥା ରୁଥ ପ୍ରଭୁ ବର୍ତ୍ତମାନ ସମୟରେ ନିଜ ସ୍ୱାମୀ ନାଗା ଚୈତନ୍ୟଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅବଶ୍ୟ ଏମିତି ଘଟଣା ପ୍ରଥମ ଥର ପାଇଁ ଘଟିନି । ଏହା ପୂର୍ବରୁ ବି ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ସାମନ୍ଥା ଅକିନେନି । ଏହି ତାଲିକାରେ ସେକ୍ସ ଠାରୁ ଆରମ୍ଭ କରି କାଷ୍ଟିଙ୍ଗ କାଉଚ ପର୍ଯ୍ୟନ୍ତ ରହିଛି । ଆସନ୍ତୁ ଆଜି ସେ ବିଷୟରେ ଜାଣିବା । ୨୦୧୭ରେ ନାଗା ଚୈତନ୍ୟଙ୍କ ସହ ବିବାହ ହେବା ପରେ ସାମନ୍ଥା ପ୍ରେଗନେଣ୍ଟ ଅଛନ୍ତି ବୋଲି ଏକ ଗୁଜବ ଉଠିଥିଲା । ଫ୍ୟାନ୍ସମାନେ ବି ବିଭିନ୍ନ ସୋସିଆଲ ମିଡିଆରେ ଏନେଇ ସାମନ୍ଥାଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରିଥିଲେ । ପୁଣିଥରେ ସାମନ୍ଥାଙ୍କ ପ୍ରେଗ୍ନେନ୍ସିକୁ ନେଇ ଗୁଜବ ଉଠିଥିବା ବେଳେ ଜବାବରେ ସେ କହିଥିଲେ କି ମୁଁ  ୨୦୧୭ରୁ ପ୍ରେଗନେଣ୍ଟ ଅଛି । ମୋତେ ଲାଗୁଛି ଏହି ଛୁଆ କେବେ ବି ଆଉ ବୋଧେ ବାହାରକୁ ଆସିବ ନାହିଁ ।

ସାମନ୍ଥା ଦୀର୍ଘ ଦିନ ହେବ ଫିଲ୍ମ ଦୁନିଆରେ କାମ କରି ଆସୁଛନ୍ତି । ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ସେ । ଥରେ ସେ କାଷ୍ଟିଙ୍ଗ କାଉଚକୁ ନେଇ ମଧ୍ୟ ମତ ଦେଇଥିଲା । ତାଙ୍କ ଅନୁଯାୟୀ କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ସବୁ ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କାଉଚ ରହିଛି । ସେ ଏହା ମଧ୍ୟ କହିଛନ୍ତି ଖରାପ ଲୋକ ତ ସବୁଠି ଅଛନ୍ତି । କିନ୍ତୁ ସେ ଖୁବ ଭାଗ୍ୟବାନ ଯେ ତାଙ୍କ ସହ କାଷ୍ଟିଂଙ୍ଗ କାଉଚ ଭଳି ଘଟଣା କେବେ ଘଟିନାହିଁ ।

ତେଲୁଗୁ ଇଣ୍ଡଷ୍ଟ୍ରିରେ ଆଜି ସାମନ୍ଥା ନିଜ ପାଇଁ ଏକ ଏମିତି ସ୍ଥାନ ସୃଷ୍ଟି କରିଛନ୍ତି ଯେଉଁଠି ସାଧାରଣତଃ ପୁରୁଷମାନଙ୍କ ଆଧିପତ୍ୟ ରହି ଆସିଛି । ତେଲୁଗୁ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ହିରୋଇନ ଭାବେ ତାଙ୍କୁ ଗଣାଯାଏ । ଆଉ ଏକ ରା଼ପିଡ ଫାୟର ରାଉଣ୍ଡରେ ତାଙ୍କୁ ଗୋଟେ ପ୍ରଶ୍ନ ପଚରା ଯାଇଥିଲା, ” ଆପଣ ଖାଦ୍ୟ ଓ ସେକ୍ସ ଭିତରୁ କେଉଁଟା ବାଛିବେ । ଏହାର ଜବାବରେ ସେ କହିଥିଲେ ସେକ୍ସରେ ଥିଲେ ମୁଁ ଗୋଟେ ଦିନ ପର୍ଯ୍ୟନ୍ତ ଭୋକିଲା ରହି ଯାଇପାରିବି । ଯାହାକୁ ନେଇ ସେ ସମୟରେ ଚର୍ଚ୍ଚା ଜୋର ଧରିଥିଲା ।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

4 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

7 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

41 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

42 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago