କେବଳ ଅଙ୍କିତା-ରିୟା ନୁହଁନ୍ତି ଏହି ଅଭିନେତ୍ରୀଙ୍କ ସହିତ ରିଲେସନସିପରେ ଥିଲେ ସୁଶାନ୍ତ ସିଂହ ରାଜପୁତ, ସାଙ୍ଗ କଲେ ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁକୁ ୨ ମାସରୁ ଅଧିକ ସମୟ ବିତି ସାରିଛି । ସିବଆଇକୁ ସୁପ୍ରିମକୋର୍ଟ ଏହି କେସର ତଦନ୍ତ କରିବା ପାଇଁ ଅନୁମତି ମଧ୍ୟ ଦେଇ ସାରିଛନ୍ତି । ଏହି ସମୟରେ ସୁଶାନ୍ତଙ୍କ ସହ ଜଡିତ ଅନ୍ୟ ଏକ ଖବର ବର୍ତ୍ତମାନ ସାମନାକୁ ଆସିଛି । ସୁଶାନ୍ତଙ୍କ ବନ୍ଧୁ ସେମୁଅଲ ହୋକିପ ତାଙ୍କ ରିଲେସନ୍‌ସିପକୁ ନେଇ ଏକ ଆଶ୍ଚର୍ଯ୍ୟଜନକ କଥା କରିଛନ୍ତି ।

ସେମୁଆଲ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସାରା ଅଲି ଖାନ ଓ ସୁଶାନ୍ତଙ୍କ ପ୍ରେମ ସର୍ମ୍ପକ ବିଷୟରେ ଲେଖି ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି “ମୋତେ ଆଜି ବି ମନେ ଅଛି , କେଦାରନାଥ ଫିଲ୍ମର ସୁଟିଙ୍ଗ ସମୟରେ ସୁଶାନ୍ତ ଓ ସାରା ଉଭୟଙ୍କୁ ପରସ୍ପର ପ୍ରତି ପ୍ରେମ ହୋଇ ଯାଇଥିଲା । ଦୁହିଁଙ୍କୁ ଅଲଗା କରିବା କାହା ପକ୍ଷରେ ସମ୍ଭବ ପର ନଥିଲା । ଉଭୟଙ୍କ ଭିତରେ ପିଲାଳିଆମି ଗୁଣ ଭର୍ତ୍ତି ରହିଥିଲା ଓ ଦୁହେଁ ଦୁହିଁଙ୍କୁ ସମ୍ମାନ ମଧ୍ୟ କରୁଥିଲେ ଯାହା ଆଜି କାଲିର ସର୍ମ୍ପକରେ ଖୁବ କମ୍ ଦେଖିବାକୁ ମିଳିଥାଏ ।”

sara sushantତେବେ ସାରା ସୁଶାନ୍ତଙ୍କ ସହ ଜଡିତ ତାଙ୍କ ସମସ୍ତ ସର୍ମ୍ପକୀୟ , ସାଙ୍ଗ ଓ ଷ୍ଟାଫଙ୍କର ସମ୍ମାନ କରୁଥିଲେ ବୋଲି ମଧ୍ୟ ସାମୁଏଲ ଲେଖିଛନ୍ତି । ସୋନାଚିରେୟାଙ୍କ ବକ୍ସ ଅଫିସ ପ୍ରଦର୍ଶନ ପରେ ସାରା ସୁଶାନ୍ତଙ୍କ ସହିତ ବଲିଉଡର କୌଣସି ମାଫିଆଙ୍କ ଚାପରେ ପଡି ସର୍ମ୍ପକ ଭାଙ୍ଗିଥିଲେ ବୋଲି ସାମୁଏଲ କରିଛନ୍ତି ।

ସାମୁଏଲଙ୍କର ଏହି ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ନିଜର ବିଶେଷ କିଛି ମତ ଦେଇ ନାହାନ୍ତି । ସୁଶାନ୍ତ ସିଂହ ସାରାଙ୍କ ସହିତ ଫିଲ୍ମ କେଦାରନାଥ କଲା ପରେ ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ସାମୁଏଲ ସୁଶାନ୍ତଙ୍କର ଅତି ନିକଟତର ବନ୍ଧୁ ଥିଲେ। ପୂର୍ବରୁ ସେ ରୀୟା ଚକ୍ରବର୍ତ୍ତୀଙ୍କୁ ନେଇ ମଧ୍ୟ ନିଜର ବୟାନ ଦେଇଥିଲେ ।

Leave A Reply

Your email address will not be published.