ବିବାହ ବନ୍ଧନରେ ବାନ୍ଧି ହେଲେ ସନା ଖାନ୍‌, ପରିବାର ଲୋକଙ୍କ ସାମ୍ନାରେ ଏହି ବ୍ୟକ୍ତିଙ୍କୁ କହିଲେ ‘କୁବୁଲ ହେ’

ହାତକୁ ଦି ହାତ ହୋଇଛନ୍ତି ପୂର୍ବ ଅଭିନେତ୍ରୀ ସନା ଖାନ୍‌। ଫିଲ୍ମ ଇଣ୍ଡଷ୍ଟ୍ରୀରୁ ସନ୍ନ୍ୟାସ ନେଇ ଇସଲାମ୍‌ ଧର୍ମର ପ୍ରଚାରପ୍ରସାରରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଘୋଷଣା କରିଥିବା ସନା ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ନିକାହ କରିଛନ୍ତି। ଗୁଜରାଟର ସୁରତରେ ପରିବାର ଲୋକଙ୍କ ଉପସ୍ଥିତିରେ ସନା ବିବାହ କରିଛନ୍ତି। ସନା ଓ ତାଙ୍କ ସ୍ୱାମୀ ମୁଫ୍‌ତି ଅନସଙ୍କ ନିକାହ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଶୁକ୍ରବାର ହୋଇଥିବା ଏହି ନିକାହରେ ସନା ଏକ ଧଳା ରଙ୍ଗର ଗାଉନ୍‌ ପିନ୍ଧିଛନ୍ତି। ମୁଫ୍‌ତି ଅନସ ମଧ୍ୟ ଧଳା କୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି। ଉଭୟଙ୍କ କେମେଷ୍ଟ୍ରିକୁ ସମସ୍ତେ ପସନ୍ଦ କରିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ସନା ଓ ମୁଫ୍‌ତି ଏକାଠି ବିବାହର କେକ୍‌ କାଟୁଥିବା ଦେଖିବାକୁ ମିଳିଛି। କେକ୍‌ କାଟିବା ପରେ ସନା ପ୍ରଥମ ପିସ୍‌ ସ୍ୱାମୀଙ୍କୁ ଖୁଆଉଛନ୍ତି। ଏ ଅବସରରେ ଉଭୟଙ୍କ ମଧ୍ୟରେ ଥିବା ଭଲ ପାଇବା ସ୍ପଷ୍ଟ ବାରି ହୋଇପଡ଼ୁଛି। ରିପୋର୍ଟ ମୁତାବକ ସନାଙ୍କୁ ମୁଫ୍‌ତିଙ୍କ ସହ ବିଗ୍‌ବସ୍‌ର ପୂର୍ବ ପ୍ରତିଯୋଗୀ ଅଜାଜ୍‌ ଖାନ୍‌ ହିଁ ପ୍ରଥମେ ସାକ୍ଷାତ କରାଇଥିଲେ। ତେବେ ସନାଙ୍କ ଏମିତି ଅଚାନକ ବିବାହ ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

 

View this post on Instagram

 

A post shared by Islamic Message (@deeni_message_)

ପ୍ରକାଶ ଯେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ସନ୍ନ୍ୟାସ ନେବା ପୂର୍ବରୁ ସନା ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ହଲ୍ଲା ବୋଲ, ଜୟ ହୋ, ବଜହ ତୁମ୍‌ ହୋ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ବଲିଉଡ୍‌ ତୁଳନାରେ ସନା ଅଧିକାଂଶ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.