ଗୋଟିଏ ଫିଲ୍ମରେ ଚାରି ଜଣ ବଡ଼ ଷ୍ଟାର, ଏଥର ଧମାଲ ମଚାଇବ ମିଥୁନ,ସନ୍ନି ଦେଓ୍ଵଲ,ଜ୍ୟାକି ଏବଂ ସଞ୍ଜୁ ବାବାଙ୍କ ନୂଆ ଫିଲ୍ମ

କେନ୍ୟୁଜ୍‌: ବଲିଉଡର ୮୦ ଦଶକରେ ଏହି ସୁପରଷ୍ଟାର ମାନଙ୍କର ଫିଲ୍ମକୁ କିଏ ବା ଭୁଲି ପାରିବ । ଏହି ଷ୍ଟାରମାନଙ୍କର ଆକ୍ସନ ଏବଂ ଥ୍ରିଲର ଭରା ଫିଲ୍ମରେ ଦର୍ଶକ ଝୁମିଯାଉଥିଲେ । ଏବେ ପୁଣି ଏହି ଚାରି ଷ୍ଟାର ଆସୁଛନ୍ତି ଏକବଡ଼ ପ୍ରୋଜେକ୍ଟରେ । ଏହି ସିନେମାର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ,ଫିଲ୍ମର ଶୀର୍ଷକ ଘୋଷଣା ହୋଇନାହିଁ । ନିର୍ମାତା ଏହି ଫିଲ୍ମର ପ୍ରଥମ ଫଟୋ ଶେୟାର କରିଛନ୍ତି ଯେଉଥିରେ ସବୁ ଆକ୍ଟର୍‌ସ ଇଣ୍ଟେନ୍ସ ଲୁକ୍‌ରେ ନଜର ଆସୁଛନ୍ତି । ଏହି ପିଲ୍ମର ଫାର୍ଷ୍ଟ ଲୁକ ଦେଖି ଦର୍ଶକ ଉତ୍ସାହିତ ଅଛନ୍ତି ।

ସଞ୍ଜୁ ବାବା ସେୟାର କଲେ ଫିଲ୍ମର ଫାର୍ଷ୍ଟ ଲୁକ୍‌ :

ଏହି ଫିଲ୍ମର ପ୍ରଥମ ଲୁକ ସେୟାର କରି ସଞ୍ଜୟ ଦତ୍ତ ଲେଖିଛନ୍ତି,ଏହି ଫିଲ୍ମ ହେଉଛି ‘ବାପ୍‌ ଅଫ ଅଲ ଫିଲ୍ମସ ଏବଂ ସୁଟିଂ ଧମାଲ  ଦୋସ୍ତି ବେମିଶାଲ’ । ଏହି ଫଟୋରେରେ ସମସ୍ତଙ୍କର ଲୁକ୍‌ ବହୁତ ଆକର୍ଷଣୀୟ ରହିଛି ।
ଏହି ଫଟୋରେ ମିଥୁନ ଏକ ହାଫ୍‌ ଜାକେଟ ସହିତ ମୁଣ୍ଡରେ ଟୋପି ଏବଂ ବେକରେ ମଫ୍‌ଲର କପାଳରେ ତିଳକ ଲଗାଇ ଏକ ଦମ ବଢ଼ିଆ ଲୁକରେ ନଜର ଆସୁଛନ୍ତି । ଦ୍ୱିତୀୟରେ ମିଥୁନଙ୍କ ପାଖରେ ବସିଛନ୍ତି ଆକ୍ସନ ହିରୋ ସନ୍ନି ଦେଓଲ । ତାଙ୍କ ପୋଷାକରୁ ଜଣା ପଡ଼ୁଛି ସେ ଜଣେ କଏଦୀ ଭୂମିକାରେ ନଜର ଆସୁଛନ୍ତି । ସେ କମଳା ରଙ୍ଗର କଏଦୀ ଡ୍ରେସ ସାଙ୍ଗକୁ ଲମ୍ବା ବାଳ ଏବଂ ମଥାରେ ଧଳା ପଟି ବାନ୍ଧିଛନ୍ତି । ତାଙ୍କ ସାର୍ଟରେ କଏଦୀ ନମ୍ବର ୨୨ ମଧ୍ୟ ଲେଖାଯାଇଛି । ସେ ମଧ୍ୟ ବଢ଼ିଆ ଇଣ୍ଟେନ୍ସ ଲୁକରେ ନଜର ଆସୁଛନ୍ତି । ଏହି ଡ୍ରେସରୁ ଦେଖିଲେ ଜଣା ପଡ଼ୁଛି ଯେ ସନ୍ନି ଦେଓଲ ଜଣେ କଏଦୀ ଭୂମିକାରେ ନଜର ଆସୁଛନ୍ତି ।

ତୃତୀୟ ଲୁକରେ ନଜର ଆସୁଛନ୍ତି ସଞ୍ଜୁ ବାବା ସେ ବ୍ରାଉନ ଜାକେଟ ରେ ପ୍ଲେନ ବ୍ଲାକ୍‌ ଟି-ସାର୍ଟ ସହିତ ଜିନ୍ସରେ ରେ ଖତରନାକ ଲୁକରେ ନଜର ଆସୁଛନ୍ତି । ସେ ଏହି ଫଟୋରେ ସନ୍ନି ଦେଓଲଙ୍କ କାନ୍ଧରେ ହାତ ରଖି ବସିଛନ୍ତି । ଚତୁର୍ଥ ଜଣ ହେଉଛନ୍ତି ସମସ୍ତଙ୍କ ପ୍ରିୟ ଦାଦା ଜ୍ୟାକି ଶ୍ରଫ୍‌ । ସେ ଗଳାରେ ଖାକି ପ୍ରିଣ୍ଟ ଜାକେଟ ଏବଂ ହାଇ ହୀଲ ଜୋତା ସହିତ ଏକଦମ ଟପୋରି ଲୁକରେ ନଜର ଆସୁଛନ୍ତି । ଜ୍ୟାକି ସଞ୍ଜୟଙ୍କ କାନ୍ଧ ଉପରେ ହାତ ରଖି ବସିଛନ୍ତି ।

କିଛି ଦିନ ପୂର୍ବରୁ ଜ୍ୟାକି ଶ୍ରଫ୍‌ ବି ଏହି ଫିଲ୍ମକୁ ନେଇ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ଲେଖିଥିଲେ ,ଯାହାଁ´ଚାର୍‌ ୟାର୍‌ ମିଲ ଯାଏ,ଔର ଚୋଥା କିଦ୍ଧର ହେ ଭିଡ଼ୁ,ତୁମ ତୋ ପେହେଲେ ଦିନ ସେ ବଙ୍କ କରକେ ବୈଠେ ହୋ, ପାଜି କାହାଁ ହୋ ୟାର’ । ସେହି ସମୟରେ ମଧ୍ୟ ଏହି ଫିଲ୍ମକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଶୁଣାଯାଉଛି ଏହି ଫିଲ୍ମର ଜୀ-ଷ୍ଟୁଡିଓ ସହିତ ଅହମେଶ ଖାନ ପ୍ରଯୋଜନା ଭାର ତୁଲାଇବେ ।

Leave A Reply

Your email address will not be published.