୬୨ ବର୍ଷରେ ପାଦ ଦେଲେ ସଞ୍ଜୟ ଲୀଲା ଭଂସାଲୀ, ଗେମ୍ ଚେଞ୍ଜର ପ୍ରମାଣିତ ହୋଇଥିଲା ଭଂସାଲୀଙ୍କ ଏହିସବୁ ଫିଲ୍ମ

ବଲିଉଡର ସୁପରହିଟ୍ ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀ ଆଜି ତାଙ୍କର ୬୨ତମ ଜନ୍ମଦିନ ପାଳନ କରୁଛନ୍ତି । ସଞ୍ଜୟ ଲୀଲା ଭଂସାଲୀଙ୍କ ଜନ୍ମ ଦିନ ଅବସରରେ ବଲିଉଡ ଷ୍ଟାର୍ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ୍ ମିଡିଆରେ ଅଭିନନ୍ଦନ ଜଣାଉଛନ୍ତି । ଡାଇରେକ୍ଟର ସଞ୍ଜୟ ଲୀଲା ଭଂସାଲୀ ବଲିଉଡର ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି, ହେଲେ ଶେଷ ଥର ପାଇଁ ନିଜର ସିରିଜ୍ ‘ହୀରାମାଣ୍ଡି’ ପାଇଁ ବହୁ ଚର୍ଚ୍ଚାରେ ଆସୁଛନ୍ତି । ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ସିରିଜ୍ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା । ସଞ୍ଜୟ ଲୀଲା ଭଂସାଲୀ ବଲିଉଡକୁ ଦେବଦାସ୍ ଭଳି ସୁପରହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି । ଆଜି ସଞ୍ଜୟ ଲୀଲା ଭଂସାଲୀଙ୍କ ଜନ୍ମଦିନ ଅବସରରେ, ଆପଣଙ୍କୁ ତାଙ୍କର ୩ଟି ଫିଲ୍ମ ବିଷୟରେ କହିବୁ ଯାହା ତାଙ୍କୁ ଜଣେ କ୍ଲାସିକ୍ ଡାଇରେକ୍ଟର କରିଥିଲେ । ତେବେ ଆସନ୍ତୁ ଜାଣିବା ସେହି ୩ଟି ଫିଲ୍ମ ବିଷୟରେ ।
ଦେବଦାସ୍ :
୨୦୦୫ ମସିହାରେ ରିଲିଜ୍ ହୋଇଥିବା ‘ଦେବଦାସ୍’ ଏକ ଇମୋସ୍ନାଲ୍ ଫ୍ୟାମିଲି ଡ୍ରାମା ଥିଲା । ଏହି ଫିଲ୍ମଟି ସଞ୍ଜୟ ଲୀଲା ଭଂସାଲୀ ଏବଂ ଶରତ ଚନ୍ଦ୍ର ଚଟ୍ଟୋପଧ୍ୟାୟଙ୍କ ପ୍ରସିଦ୍ଧ ଉପନ୍ୟାସର କାହାଣୀ ଉପରେ ନିର୍ମିତ ହୋଇଥିଲା । ଏହି ଫିଲ୍ମରେ ଶାହରୁଖ ଖାଦ୍, ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ମାଧୁରୀ ଦୀକ୍ଷିତଙ୍କ ପରି ମହାନ ଅଭିନତା ଅଭିନୟ କରିଛନ୍ତି ।
ବାଜିରାଓ ମସ୍ତାନୀ :
ସେକେଣ୍ଡରେ ଆସିଲା ‘ବାଜରାଓ ମସ୍ତାନୀ’ । ଏହି ଫିଲ୍ମରେ ରଣବୀର ସିଂହ, ଦୀପିକା ପାଦୁକୋନ୍ ଏବଂ ପ୍ରିୟାଙ୍କା ଚୋପ୍ରା ୨୦୧୫ ରେ ସିନେମାହଲକୁ ଆସିଥିଲେ । ସଞ୍ଜୟ ଲୀଲା ଭଂସାଲୀଙ୍କ ୮ତମ ଚଳଚ୍ଚିତ୍ରଟି ମରାଠା ଇତିହାସର ପୁଷ୍ଟଭୂମିରେ ପ୍ରେମ ଏବଂ ବଳିଦାନର ଏକ କାଳଜୟୀ କାହାଣୀ ଥିଲା, ଯାହା ଦର୍ଶକଙ୍କୁ ବହୁତ ଆନନ୍ଦ ମଧ୍ୟ ଦେଇଛି । ଏହି ଫିଲ୍ମଟି ଖୁବ୍ ଶୀଘ୍ର ୨୦୧୫ ରେ ସବୁଠାରୁ ବଡ଼ ହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇଥିଲା ।
ଗଙ୍ଗୁବାଇ କାଠିଆୱାଡି :
ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଥିଲା, ଯାହା ଲୋକଙ୍କ ମନ ଜିତିଥିଲା । ଏଥି ସହ ଏହାର ନାୟକ ଗଙ୍ଗୁବାଇଙ୍କ ଅକୁହା କାହାଣୀ ଉପରେ ଆଧାରିତ । ଏହି ଫିଲ୍ମଟିକୁ ମୁମ୍ବାଇର ରେଡ-ଲାଇଟ୍ ଏରିଆ କମାଥିପୁରାର ପୁଷ୍ଠଭୂମିରେ ନିର୍ମିତ କରାଯାଇଥିଲା । ଏଥି ସହ ଏହି ଫିଲ୍ମଟିକୁ ଦର୍ଶକମାନେ ବହୁତ୍ ପସନ୍ଦ କରୁଥିଲେ ଏବଂ ଫିଲ୍ମଟି ଅନେକ ପୁରସ୍କାର ମଧ୍ୟ ପାଇଥିଲା ।