‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ମେ ମାସରେ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ ହୋଇଥିଲା, ଯାହା ଏବେ ବି ଚର୍ଚ୍ଚରେ ଅଛି । ଏହି ଧାରାବାହିକରେ ଅଦିତି ରାଓ ହାଇଦରୀ, ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ରିଚା ଚଢା,ସଞ୍ଜୀଦା ଶେଖ ଏବଂ ଶର୍ମନ ଶେହଗଲଙ୍କ ପରି ସୁନ୍ଦରୀମାନେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଗ୍ରାଣ୍ଡ୍ ସେଟ୍, ପୋଷାକ, ଅଳଙ୍କାର ଏବଂ ଷ୍ଟାରଙ୍କ କାଷ୍ଟ ପାଇଁ ପ୍ରସିଦ୍ଧ ସଞ୍ଜୟ ଲୀଲା ଭଂସାଲୀ ଏହି ସିରିଜ୍ ସହିତ ଓଟିଟିରେ ଏଣ୍ଟ୍ରି କରିଥିଲେ । ଏହି ସିରିଜ୍ ଦର୍ଶକଙ୍କ ଠାରୁ ଖୁବ୍ ପ୍ରଶଂସା ପାଇଥିଲା । ତଥାପି ଏହି ସିରିଜ୍ ବିଭିନ୍ନ କାରଣରୁ ଚର୍ଚ୍ଚରେ ରହିଥିଲା । ତେବେ ସଞ୍ଜୟ ଲୀଲା ଭଂସାଲୀ ତାଙ୍କ ସିରିଜରେ ‘ହୀରାମଣ୍ଡି’ ସେକ୍ସ ୱାର୍କରଙ୍କ କାହାଣୀ ଦେଖାଯାଇଛି, ଯେଉଁମାନେ ‘ହୀରାମଣ୍ଡି’ ନାମକ ଏକ ସ୍ଥାନରେ ରହୁଛନ୍ତି । ତେବେ ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ଆସିବାକୁ ନେଇ ଖୁବ୍ ଚର୍ଚ୍ଚ ଚାଲିଛି । ଯାହାକୁ ନେଇ ଫିଲ୍ମ ର୍ନିମାତାମାନେ ଉତ୍ତର ଦେଇଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଫିଲ୍ମର ଦ୍ୱିତୀୟ ଭାଗ କେବେ ଆସିବ ।
ସଞ୍ଜୟ ଲୀଲା ଭଂସାଲୀ ତାଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି । ନିର୍ମାତାମାନେ ‘ ହୀରାମଣ୍ଡି ୨’ ଘୋଷଣା କରିଛନ୍ତି । ‘ ହୀରାମଣ୍ଡି ୨’ ର ଘୋଷଣା ପାଇଁ ମୁମ୍ବାଇର କାର୍ଟର ରୋଡରେ ୧୦୦ ଜଣ ଡ୍ୟାନ୍ସର୍ସଙ୍କ ଫ୍ଲାସ ମୋବ ଆୟୋଜନ କରାଯାଇଥିଲା । ଏହି ସମୟ ମଧ୍ୟରେ କାର୍ଡର ରୋଡରେ ଅବସ୍ଥିତ ଜନତା ମଧ୍ୟ ଅତ୍ୟଧିକ ଉତ୍ସାହିତ ଦେଖାଯାଉଥିଲେ । ଅନେକ ଲୋକ ମୋବାଇଲ୍ ଫୋନ୍ ବାହାର କରି ନିଜ କ୍ୟାମେରାରେ ଏହି ସିନ୍ କ୍ୟାପଚର କରିବା ଆରମ୍ଭ କରିଥିଲେ ।
ଏହି ସମୟ ମଧ୍ୟରେ ହୀରାମଣ୍ଡିର ଅନେକ ଝଲକ୍ ଦେଖିବାକୁ ମିଳିଥିଲା । ତେବେ ନେଟଫ୍ଲିକ୍ସ ଏବଂ ଭଂସାଲୀ ପ୍ରଡକ୍ସନ୍ସ ତରଫରୁ ଏହାର ଭିଡିଓ ସେୟାର କରିବାବେଳେ କୁହାଯାଇଥିଲା ଯେ ହୀରାମଣ୍ଡିର ଦ୍ୱିତୀୟ ସିଜିନ ମଧ୍ୟ ଆସିବ । ଭିଡିଓ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି, ‘ମେହଫିଲ ପୁଣି ସଜାଯିବ, ହୀରାମଣ୍ଡି ୨ ଆସିବ । ଏହି ଘୋଷଣା ହେବା ପରେ ଦର୍ଶକଙ୍କ ମଧ୍ୟ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖିବାକୁ ମିଳିଛି ।
ଭିଡିଓରେ କୁହାଯାଇଛି ଯେ ଯେତେବେଳେ ଅଗଷ୍ଟ ୧୫, ୧୯୪୭ ରେ ଦେଶ ସ୍ୱଧୀନତା ପାଇବା ପରେର ଷ୍ଟୋରି ଦେଖିବାକୁ ମିଳିଛି । ଏଥିରେ ଏପରି ଅନେକ ଜିନିଷ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପରେ ଲାଗୁଛି ଯେ ହୀରାମଣ୍ଡି ୨ରେ କିଛି ନୂଆ ଦେଖିବାକୁ ମିଳିବ ।
ରିଲିଜ୍ ହୋଇଥିବା ଭିଡିଓରେ ସଞ୍ଜୟ ଲୀଲା ଭଂସାଲୀ ଏହି ଗ୍ରାଣ୍ଡ୍ ସିରିଜ୍ ବିଷୟରେ ଦର୍ଶକଙ୍କୁ କହିଥିଲେ, ‘ଆମେ ଏହାକୁ ତିଆରି କରିଛୁ ଏବଂ ଏହାକୁ ପ୍ରସ୍ତୁତ କରି ଖୁସି ଅଛୁ । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ଆମେ ଏହାକୁ ତିଆରି କରିଛୁ, କାରଣ ଏହା ଏକ କଷ୍ଟସାଧ୍ୟ ପ୍ରକଳ୍ପ ଥିଲା । ହୀରାମାଣ୍ଡି କେହି ତିଆରି କରିପାରିବେ ନାହିଁ କାରଣ ଏହା କେବଳ ଥରେ ହୋଇଥାଏ ।
ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…
ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ, ଆଠମଲ୍ଲିକ କିଆକଟା…
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…