ରଣବୀର କପୁରଙ୍କ ପରେ ଏବେ ସଞ୍ଜୟ ଲୀଲା ଭଁସାଲୀ କରୋନା ପଜିଟିଭ, ସ୍ଥଗିତ ରହିଲା ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ଵାଡି’ର ଶୁଟିଂ

ବଲିଉଡ୍‌ ଅଭିନେତା ରଣବୀର କପୁର କରୋନା ପିଜିଟିଭ ଆସିବା ପରେ ଏବେ ନିର୍ଦ୍ଦେଶକ ତଥା ପ୍ରଯୋଜକ ସଞ୍ଜୟ ଲୀଲା ଭଁସାଲୀ ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ବାହାରିଛନ୍ତି। ସେ ବର୍ତ୍ତମାନ ସେଲ୍ଫ କ୍ୱାରେଣ୍ଟିନ୍‌ରେ ଅଛନ୍ତି। ଖବର ରହିଛି କି, ନିଜର ଅପ୍‌କମିଙ୍ଗ୍‌ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ଵାଡି’ର ଶୁଟିଂ ସମୟରେ ଭଁସାଲୀ କରୋନା ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଫିଲ୍ମର ଶୁଟିଂକୁ ରୋକି ଦିଆଯାଇଛି।

‘ଗଙ୍ଗୁବାଇ କାଠିଆଓ୍ଵାଡି’ର ଶୁଟିଂ ମୁମ୍ବାଇ ଫିଲ୍ମ ସିଟିରେ ହେଉଥିଲା। ଏବେ ଭଁସାଲୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କାଷ୍ଟ ଓ କ୍ରୁ ମେମ୍ବରଙ୍କର କରୋନା ଟେଷ୍ଟ କରାଯାଇଛି। ତେବେ ଆଲିଆ ଭଟ୍ଟ ବି ନିଜକୁ କ୍ୱାରେଣ୍ଟିନ୍‌ରେ ରଖିଛନ୍ତି। ସୂଚନାଥାଉ କି, ଭଁସାଲୀଙ୍କ ମା’ ଠିକ୍‌ ଅଛନ୍ତି। ତାଙ୍କୁ କରୋନା ହୋଇନି। ତେବେ ରିପୋର୍ଟ ପଜିଟିଭ ଆସିବା ପରେ ଭଁସାଲୀ ପ୍ରଥମେ ନିଜ ମା’ଙ୍କର କରୋନା ଟେଷ୍ଟ କରାଇଥିଲେ। ହେଲେ ତାଙ୍କ ଟେଷ୍ଟ ନେଗେଟିଭ ଆସିଛି। ବର୍ତ୍ତମାନ ସେ ବି ସାବଧାନତା ଅବଲମ୍ବନ କରି ନିଜକୁ କ୍ୱାରେଣ୍ଟିନ୍‌ କରି ନେଇଛନ୍ତି।

କହି ରଖୁଛୁ, ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ଵାଡି’ ୩୦ ଜୁଲାଇରେ ପରଦାକୁ ଆସିବାର ଅଛି। କିନ୍ତୁ ଏବେ ଫିଲ୍ମ ନିର୍ଦ୍ଦେଶକ କୋଭିଡ୍‌ ପଜିଟିଭ ମିଳିବା ପରେ ଶୁଟିଂ ବନ୍ଦ ରହିଛି। ଏହାଦ୍ୱାରା ଫିଲ୍ମ ରିଲିଜ୍‌ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.